ହ୍ରାସ ପାଇଲା ଅଶୋଧିତ ତୈଳ ଦାମ୍, ଜାଣନ୍ତୁ କେତେ ଅଛି ପେଟ୍ରୋଲ-ଡିଜେଲ୍ ରେଟ୍…

ନୂଆଦିଲ୍ଲୀ ୨/୭: ତେଲ ଉତ୍ପାଦକ ଦେଶମାନଙ୍କ ସଙ୍ଗଠନ ଓପେକ ସପ୍ଲାଇ ବଢାଇବା ନେଇ ସଙ୍କେତ ଦେଇଛି । ଏହା ସହିତ ଗ୍ଲୋବାଲ ଇକୋନୋମିରେ ମାନ୍ଦାବସ୍ଥା ଆସିବା ଆଶଙ୍କାର ଇନ୍ଧନ ଖର୍ଚ୍ଚ ହ୍ରାସ ପାଇବା ଅନୁମାନ କରାଯାଉଛି । ଏହି କାରଣରୁ ଗ୍ଲୋବାଲ ମାର୍କେଟରେ ଅଶୋଧିତ ତୈଳର ଦାମ୍ ହ୍ରାସ ପାଇ ୧୧୧ ଡଲାର ପ୍ରତି ବ୍ୟାରେଲ ପାଖାପାଖି ପହଞ୍ଚି ଯାଇଛି । ସରକାରୀ ତେଲ କମ୍ପାନୀମାନେ ଏହା ମଧ୍ୟରେ ଶନିବାର ସକାଳେ ପେଟ୍ରୋଲ-ଡିଜେଲର ନୂଆ ରେଟ୍ ଜାରି କରିଦେଇଛି । କମ୍ପାନୀମାନେ ଆଜି ମଧ୍ୟ ପେଟ୍ରୋଲ-ଡିଜେଲର ଖୁଚୁରା ଦାମରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଦିଲ୍ଲୀରେ ଏବେ ମଧ୍ୟ ପେଟ୍ରୋଲ ୯୬.୭୨ ଟଙ୍କା ଲିଟର ବିକ୍ରି ହେଉଛି । ସରକାରୀ ରିଫାଇନାରୀ କମ୍ପାନୀମାନଙ୍କୁ ଋଷରୁ ଶସ୍ତା ତେଲ ମିଳୁଛି । ଏହି କାରଣରୁ ୬ ଏପ୍ରିଲ ପରେ ପେଟ୍ରୋଲ-ଡିଜେଲର ଦାମରେ କୌଣସି ବୃଦ୍ଧି କରାଯାଇନି ।
ମହାନଗରରେ ପେଟ୍ରୋଲ ଦାମ୍
ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ପ୍ରତି ଲିଟର
ମୁମ୍ବାଇ ପେଟ୍ରୋଲ ୧୦୯.୨୭ ଟଙ୍କା ଏବଂ ଡିଜେଲ ୯୫.୮୪ ଟଙ୍କା ପ୍ରତି ଲିଟର
ଚେନ୍ନାଇ ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ୯୪.୨୪ ଟଙ୍କା ପ୍ରତି ଲିଟର
କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କା ପ୍ରତି ଲିଟର
ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୭୪ ଟଙ୍କା ଏବଂ ଡିଜେଲ ୯୫.୨୮ ଟଙ୍କା ପ୍ରତି ଲିଟର
ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରୁ ନୂଆ ରେଟ୍ ଲାଗୁ ହୁଏ । ପେଟ୍ରୋଲ ଏବଂ ଡିଜେଲର ଦାମରେ ଏକ୍ସସାଇଜ ଡ୍ୟୁଟି, ଡିଲର କମିଶନ, ଭ୍ୟାଟ୍ ଏବଂ ଅନ୍ୟ କିଛି ଯୋଡିବା ପରେ ଏହାର ଦାମ ପ୍ରାୟ ୨ ଗୁଣା ହୋଇଯାଏ ।