PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ସରକାରଙ୍କ ଏହି ଗୋଟିଏ ନିଷ୍ପତ୍ତିରେ ୨୫ ଟଙ୍କା ଶସ୍ତା ହୋଇପାରେ ପେଟ୍ରୋଲ୍

ନୁଆଦିଲ୍ଲୀ ୨୬/୭: ପେଟ୍ରୋଲ୍-ଡିଜେଲ୍ ଦର ଦିନକୁ ଦିନ ବଢିବାକୁ ଲାଗୁଛି । ତେବେ ମଝିରେ ମଝିରେ ଏହାକୁ ଜିଏସଟି ଅର୍ନ୍ତଭୁକ୍ତ କରିବା ପାଇଁ ଦାବି ହୋଇଆସୁଛି  । ପୁଣି ଥରେ ପେଟ୍ରୋଲ୍-ଡିଜେଲକୁ ଜିଏସଟିରେ ଆଣିବା ପାଇଁ ଚର୍ଚ୍ଚା ଜୋର ଧରିଛି । ପେଟ୍ରୋଲିୟମ ପ୍ରଡକ୍ଟକୁ ଜିଏସଟିରେ ସାମିଲ କରିବା ସହ ସ୍ଥାନୀୟ ଟ୍ୟାକ୍ସକୁ ମଧ୍ଯ ଏଥିରେ ସାମିଲ କରିବା ପାଇଁ ଉଦ୍ଯୋଗ ମଣ୍ଡଲ ଏସୋଚେମ୍ ତରଫରୁ ଦାବି କରାଯାଇଥିଲା । ଯଦି ସରକାର ଏହି ଦାବିକୁ ମାନନ୍ତି ତେବେ ପେଟ୍ରୋଲ୍-ଡିଜେଲର ମୂଲ୍ୟ ନିଶ୍ଚିତ ରୂପେ ହ୍ରାସ ପାଇପାରେ । ପ୍ରକୃତରେ ପେଟ୍ରୋଲ୍-ଜିଡେଲକୁ ଜିଏସଟି ଅର୍ନ୍ତଭୁକ୍ତ କରିବା ପାଇଁ ପ୍ରାୟ ଅନେକ ସମୟ ହେବ ଦାବି ହୋଇଆସୁଛି ।

ଏକ ଲିଟରରେ ଭ୍ଯାଟ୍ ଓ ଏକ୍ସସାଇଜ୍ ଡ୍ଯୁଟି ୩୫.୫୬ ଟଙ୍କା
ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଲିମିଟେଡ୍(IOCL) ଅନୁସାରେ, ଦିଲ୍ଲୀରେ ଏକ ଲିଟର ପେଟ୍ରୋଲରେ ଭ୍ୟାଟ୍ ଓ ଏକ୍ସସାଇଜ୍ ଡ୍ୟୁଟିକୁ ମିଶାଇ ୩୫.୫୬ ଟଙ୍କା ପୈଠ କରିବାକୁ ପଡିପାରେ । ଏହା ବ୍ୟତୀତ ହାରାହାରି ଡିଲର କମିଶନ ୩.୫୭ ଟଙ୍କା ପ୍ରତି ଲିଟର ଓ ଡିଲର କମିଶନରେ ଭ୍ଯାଟ୍ ପ୍ରାୟ ୧୫.୫୮ ଟଙ୍କା ପ୍ରତି ଲିଟର ହେଉଛି । ଏହାସହ ୦.୩୧ ଟଙ୍କା ପ୍ରତି ଲିଟର ପରିବହନ ଖର୍ଚ୍ଚ ରୂପେ ଚାର୍ଜ କରାଯାଇଥାଏ । ଯଦି ସରକାର ଏହି ସବୁ ଟ୍ୟାକ୍ସକୁ ହଟାଇ ସିଧା ଜିଏସଟି ଲଗାଇବେ ତେବେ ପେଟ୍ରୋଲ୍ ୨୫ ଟଙ୍କା ପ୍ରତି ଲିଟର କମ ହୋଇଯିବ ।

ଯେତିକି ମୂଲ୍ଯ, ସେତିକି ଟ୍ୟାକ୍ସ
ଏକ୍ସପର୍ଟଙ୍କ ଅନୁସାରେ ପେଟ୍ରୋଲର ମୂଲ୍ଯ ଯେତିକି ହୋଇଥାଏ ପ୍ରାୟ ସେତିକି ଟ୍ଯାକ୍ସ ଲାଗିଥାଏ । ଅଶୋଧିତ ତୈଳ କିଣିବା ପରେ ରିଫାଇନାରୀକୁ ଅଣାଯାଇଥାଏ । ଏବଂ ସେଠୁ ପେଟ୍ରୋଲ୍-ଡିଜେଲ ରୂପେ ବାହାର କରାଯାଇଥାଏ । ଏହା ପରେ ତା ଉପରେ ଟ୍ଯାସ୍ ଲାଗିବା ଆରମ୍ଭ ହୋଇଥାଏ । ସବୁଠାରୁ ପ୍ରଥମେ ଏକ୍ସାଇଜ୍ ଡ୍ଯୁଟି କେନ୍ଦ୍ର ସରକାର ଲଗାଇଥାନ୍ତି । ପରେ ରାଜ୍ଯର ପାଳି ଆସିଥାଏ । ସେମାନେ ମଧ୍ୟ ନିଜ ଟ୍ୟାକ୍ସ ଲଗାଇଥାନ୍ତି । ଏହାକୁ ସେଲ୍ସ ଟ୍ୟାକ୍ସ ବା ଭ୍ୟାଟ୍ କୁହାଯାଇଥାଏ । ଯଦି ଆପଣ କେନ୍ଦ୍ର ଓ ରାଜ୍ୟର ଟ୍ଯାକ୍ସକୁ ଯୋଡିଦେବେ ତେବେ ଏହା ପ୍ରାୟତଃ ପେଟ୍ରୋଲ-ଡିଜଲର ବାସ୍ତବିକ ମୂଲ୍ଯ  ସହିତ ସମାନ ହୋଇଥାଏ । ଉତ୍ପାଦନ ଶୁଳ୍କରୁ ଅଲଗା ଭ୍ଯାଟ୍ ଆଡ୍-ଭେଲୋରମ୍(ଅତିରିକ୍ତ କର) ହୋଇଥାଏ, ଏଭଳି ସ୍ଥିତିରେ ଯେତେବେଳେ ପେଟ୍ରୋଲ୍-ଡିଜେଲର ଦାମ ବଢିଥାଏ ତେବେ ରାଜ୍ଯର ଆୟ ମଧ୍ୟ ବଢିଥାଏ ।

କେତେ ଶସ୍ତା ହେବ ପେଟ୍ରୋଲ୍
ଯଦି ପେଟ୍ରୋଲ୍-ଡିଜେଲକୁ ଜିଏସଟି ଅର୍ନ୍ତଭୁକ୍ତ କରାଯାଏ ତେବେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କୁ ଏହାଦ୍ୱାରା କ୍ଷତି ସହିବାକୁ ପଡିପାରେ । ଯଦି ବର୍ତ୍ତମାନର ଦାମ୍ ଦେଖିବା ତେବେ ଏହା କ୍ଲିୟର ଯେ ଯଦି ଟ୍ଯାକ୍ସ ଲଗାଯାଏ ତେବେ ପେଟ୍ରୋଲ ବହୁତ ଶସ୍ତା ହୋଇପାରେ । ୭୩.୨୭ ଟଙ୍କା ପ୍ରତି ଲିଟର ଦାମ ଟ୍ଯାକ୍ସ(ଏକ୍ସସାଇଜ୍ ଡ୍ୟୁଟି ଓ ଭ୍ଯାଟ୍) ହଟିବା ପରେ ୩୭.୭୦ ଟଙ୍କା ପ୍ରତି ଲିଟର ରହିବ । ଯଦି ଏହା ଉପରେ ୨୮ ପ୍ରତିଶତ ଜିଏସଟି ମଧ୍ୟ ଲାଗିବ ତେବେ ଏହା ୪୮.୨୫ ଟଙ୍କା ପ୍ରତି ଲିଟର ରହିବ ।

ତେବେ ପେଟ୍ରୋଲିୟମ ପ୍ରଡକ୍ଟ୍ସତୁ ଜିଏସଟିରେ ଆଣିବା ସହଜ ହେବନି । କାରଣ ଅର୍ଥଶାସ୍ତ୍ରୀମାନେ ମାନନ୍ତି ଯେ ରାଜ୍ଯମାନେ ଏବେ ଏହାକୁ ଲାଗୁ କରିବା ସପକ୍ଷରେ ନାହାଁନ୍ତି । ଅନ୍ୟପଟେ ରାଜ୍ଯରେ ହେବାକୁ ଥିବା କ୍ଷତିକୁ ନଜରରେ ରଖି କେନ୍ଦ୍ର ସରକାର ଏକାକୀ ନିଷ୍ପତ୍ତି ନେଇପାରିବେନି । କାରଣ ରାଜ୍ୟଗୁଡିକ ମଧ୍ୟ ଜିଏସଟି କାଉନସିଲର ବୈଠକର ପ୍ରମୁଖ ଅଂଶ ।