PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପାକିସ୍ତାନରେ ୩୫ ଟଙ୍କା ବଢ଼ିଲା ପେଟ୍ରୋଲ ଦର, କିରୋସିନ ଏବଂ ଲାଇଟ ଡିଜେଲ ଦର ୧୮ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,୩୦/୦୧: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃହତ୍ତ ବୃଦ୍ଧି କରିଛନ୍ତି । ସେଠାରେ ଉଭୟ ଇନ୍ଧନ ଦର ପାକିସ୍ତାନ ମୁଦ୍ରାରେ ୩୫ ଟଙ୍କା ବଢ଼ିଛି । ପାକିସ୍ତାନ ଅର୍ଥମନ୍ତ୍ରୀ ଇସାକ ଧର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଜାନୁଆରି ୨୯ ଦିନ ୧୧ଟା ପରଠାରୁ ଏହି ଦର ଲାଗୁ ହେବ ବୋଲି ସେଠାକାର ଡନ୍‌ ଖବରକାଗଜରେ ପ୍ରକାଶ ପାଇଛି ।

ସେହିଭଳି କିରୋସିନ ଏବଂ ଲାଇଟ ଡିଜେଲ ଦର ୧୮ ଟଙ୍କା ବୃଦ୍ଧି ହେବ ବୋଲି ଜଣାପଡିଛି । ପାକିସ୍ତାନ ଅର୍ଥମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି, ପେଟ୍ରୋଲ ୨୪୯.୮୦ ଟଙ୍କା ଏବଂ ଡିଜେଲ ୨୬୨.୮୦ ଟଙ୍କାରେ ବିକ୍ରି ହେଉଛି । କିରୋସିନର ଲିଟର ପିଛା ଦର ୧୮୯.୮୩ ଟଙ୍କା ଏବଂ ଲାଇଟ ଡିଜେଲ ଦର ୧୮୭ ଟଙ୍କା ଛୁଇଁଛି । ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କ ନିଷ୍ପତ୍ତିକ୍ରମେ ଇନ୍ଧନ ଦର ବୃଦ୍ଧି କରାଯାଇଛି ।

ଗତ ଅକ୍ଟୋବର ପରଠାରୁ ସେଠାରେ ଇନ୍ଧନ ଦର ବୃଦ୍ଧି ହୋଇ ନ ଥିଲା । ତେବେ ପାକିସ୍ତାନି ଟଙ୍କାର ଅବମୂଲ୍ୟାୟନ ଯୋଗୁ ଏବେ ଦରରେ ବୃଦ୍ଧି କରାଯାଇଛି । ତେବେ ଦେଶ ମଧ୍ୟରେ ଏବେ ଇନ୍ଧନ ଯୋଗାଣରେ କୌଣସି ସମସ୍ୟା ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି । ଫେବୃଆରି ପହିଲାରୁ ଇନ୍ଧନ ଦର ୪୫ରୁ ୮୦ ଟଙ୍କା ବଢ଼ିବ ବୋଲି ସୋସିଆଲ ମିଡିଆରେ ବିଭିନ୍ନ ଖବର ଭାଇରାଲ ହେଉଥିଲା । ତେବେ ଏହି ଖବରକୁ ଧର୍‌ ଖଣ୍ଡନ କରିଛନ୍ତି ।

ସମ୍ବନ୍ଧିତ ଖବର