ନୂଆଦିଲ୍ଲୀ,୦୪/୦୬: ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଉତ୍ଥାନ ପତନ ଦେଖିବାକୁ ମିଳୁଛି। ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୬ ଡଲାରରୁ ଅଧିକ ରହିଛି। ଏହାରି ଭିତରେ ଦେଶର ଅନେକ ଅଞ୍ଚଳରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଥିବାବେଳେ ଅଧିକାଂଶ ସ୍ଥାନରେ ଡିଜେଲର ମୂଲ୍ୟ ମଧ୍ୟ ୯୦ ରୁ ଅଧିକ ରହିଛି। ତେବେ ଭାରତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଜାତୀୟ ସ୍ତରରେ ସ୍ଥିର ରହିଥିବାବେଳେ ବିଭିନ୍ନ ରାଜ୍ୟର ତୈଳ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ଅଶୋଧିତ ତୈଳରେ ବିଭିନ୍ନ ସହରରେ ପେଟ୍ରୋଲ ଏବଂ ଡିଜେଲର ସଦ୍ୟତମ ହାର କ’ଣ ରହିଛି?
{"id":582901,"sizeSlug":"full","linkDestination":"none"}
ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୭୬.୧୩ ଡଲାର ରହିଛି। ଏଥି ସହିତ, ଡବ୍ଲୁଟିଏଇ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୧.୭୪ ଡଲାର ଅଟେ। ଦେଶର ମେଟ୍ରୋ ବିଷୟରେ କହିବାକୁ ଗଲେ ଆଜି (ରବିବାର) ଅର୍ଥାତ୍ ଜୁନ୍ ୪ ରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୮୯.୬୨ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ୧୦୬.୩୧ଟଙ୍କା ଏବଂ ଡିଜେଲର ଲିଟର ପିଛା ୯୪.୨୪ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କାରେ ବିକ୍ରି ହେଉଛି।
ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଆଧାରରେ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଦାମ୍ର ସମୀକ୍ଷା କରିବା ପରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରନ୍ତି। ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ଏକ ଏସ୍ଏମ୍ଏସ୍ ମାଧ୍ୟମରେ ଜାଣିପାରିବେ। ଏଥିପାଇଁ ଇଣ୍ଡିଆନ୍ ଅଏଲ୍ (IOCL) ର ଗ୍ରାହକମାନେ RSP କୋଡ୍ ଲେଖି ୯୨୨୪୯୯୨୨୪୯ (9224992249) ନମ୍ବରକୁ ପଠାଇବାକୁ ହେବ।