PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ତେଲ କାଢ଼ିପାରିଲାନି, ବାଇକ୍‌ରୁ ଟାଙ୍କି ନେଇଗଲା

ପୁରୀ,୩୧ା୧(ବ୍ୟୁରୋ): ଦୁଇ ଚକିଆ ହେଉ କି ଚାରି ଚକିଆ । ଚୋର ସେଥିରୁ ବିଭିନ୍ନ ଯନ୍ତ୍ରାଂଶ କିମ୍ବା ବ୍ୟାଟେରି ଚୋରି କରିଥିବା ନଜୀର୍‌ ରହିଛି । ଏପରିକି ଗାଡ଼ିରୁ ପେଟ୍ରୋଲ୍‌ ଚୋରି କରିବା ମଧ୍ୟ ଅଭିଯୋଗ ହୋଇଛି । କିନ୍ତୁ ଗାଡ଼ିରୁ ଟାଙ୍କି ଚୋରି କରିନେବା ଘଟଣା ଗୁରୁବାର ସହରରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ପେଟ୍ରୋଲ୍‌ ଚୋରି କରିବାରେ ବିଫଳ ହେବାରୁ ଚୋର ବାଇକରୁ ଟାଙ୍କି ଖୋଲି ନେଇ ପଳାଇଛି । କେନ୍ଦୁଝର ଜିଲ୍ଲା ତେଲ୍‌କୋଇର ଭାଗିରଥୀ ସେଠୀଙ୍କ ବାଇକରୁ ଏଭଳି ଚୋରି ହୋଇଛି । ଏନେଇ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି ।
ଭାଗିରଥୀ ଜଣେ ରେଡିଓଗ୍ରାଫର । ସେ ପୁରୀ ମୋଚିସାହି ଛକ ଗୋପାଳବଲ୍ଲଭ ରୋଡ ସ୍ଥିତ ଘନଶ୍ୟାମ ଭିଲାରେ ରୁହନ୍ତି । ସବୁଦିନ ଭଳି ବୁଧବାର ରାତିର ସେ ଗ୍ରାଉଣ୍ଡ ଫ୍ଲୋର୍‌ରେ ତାଙ୍କ ବାଇକ (ଓଡି-୧୩ଜି- ୧୮୯୧)କୁ ପାର୍କିଂ କରି ଉପର ମହଲା ନିଜ କୋଠରୀକୁ ଯାଇଥିଲେ । ସକାଳେ ସେ ଦେଖିବାକୁ ପାଇଥିଲେ ଯେ, ତାଙ୍କ ବାଇକ୍‌ର ତେଲ ଟାଙ୍କିକୁ ଦୁର୍ବୃତ୍ତ ନେଇ ପଳାଇଛନ୍ତି । ଏନେଇ ସେ କହିଛନ୍ତି ଯେ, ଟାଙ୍କିରୁ ବାହାରି ଥିବା ପେଟ୍ରୋଲ ପାଇପରେ ସେ ଏକ ସ୍ୱତନ୍ତ୍ର ଲକ୍‌ ପକାଇଥିଲେ । ଫଳରେ ତାଙ୍କ ବାଇକ ଟାଙ୍କିରୁ ତେଲ ଚୋରି ହେବ ଅସମ୍ଭବ । ତେଣୁ ଦୁର୍ବୃତ୍ତ ତେଲ ଚୋରି କରି ନପାରି ରାଗରେ ଟାଙ୍କି ଖୋଲି ନେଇଗଲା ବୋଲି ସେ କହିଛନ୍ତି । ଟାଙ୍କିରେ ୩/୪ ଲିଟର ପେଟ୍ରୋଲ୍‌ ଥିବା ମଧ୍ୟ ସେ କହିଛନ୍ତି ।