PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

PFI ବିରୁଦ୍ଧରେ ଆଇନର ଛାଟ: ପ୍ରଥମେ ସଂଗଠନ ବ୍ୟାନ୍‌, ଏବେ ସୋସିଆଲ ମିଡିଆ ଉପରେ ବି ଲାଗିଲା ରୋକ୍

ନୂଆଦିଲ୍ଲୀ ୨୯/ ୦୯: ଇସଲାମିକ ସଂଗଠନ ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (PFI)କୁ କେନ୍ଦ୍ର ସରକାର ୫ ବର୍ଷ ବ୍ୟାନ୍‌ କରିବା ପରେ ଏବେ ସଂଗଠନର ସୋସିଆଲ ମିଡିଆ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଛି । PFIର ଅଫିସିଆଲ ଟ୍ବିଟର୍‌ ଆକାଉଣ୍ଟକୁ ବ୍ୟାନ୍ କରିଦିଆଯାଇଛି । ଭାରତ ସରକାର ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ନେବାପରେ ଟ୍ବିଟର୍‌ ମଧ୍ୟ ଆକ୍ସନ୍‌ ନେଇଛି । ଏ ନେଇ ଟ୍ବିଟର ମଧ୍ୟ ବୟାନ ଜାରି କରିଛି ।

ଟ୍ବିଟର୍‌ ପକ୍ଷରୁ କୁହାଯାଇଛି ଯେ, ‘ଭାରତ ପକ୍ଷରୁ ଇସଲାମିକ ସଂଗଠନ ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (PFI) ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବା ପରେ ଟ୍ବିଟର୍‌ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପିଏଫ୍‌ଆଇର ଅଫିସିଆଲ ପେଜ୍‌କୁ ବ୍ୟାନ୍‌ କରାଯାଇଛି’।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଅର୍ଥାତ୍‌ ସେପ୍ଟେମ୍ବର ୨୭ରେ ଇସଲାମିକ ସଂଗଠନ ପିଏଫ୍‌ଆଇକୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ବେଆଇନ କାର୍ଯ୍ୟକଳାପ ଆଇନ (unlawful activities act) ଆଧାରରେ ସେହି ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦେଶର ଯେକୌଣସି ସ୍ଥାନରେ ଏହି ସଂଗଠନ ଶାଖା ଅଛି ସବୁଗୁଡିକୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶନାମା ଜାରିକରାଯାଇଥିଲା ।

ଭାରତରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ଘନଘନ ଚଢାଉ ଜାରି ରହିଛି । ଦେଶର ବିଭିନ୍ନ ସ୍ଥାନରୁ ଟେରର୍‌ ଲିଙ୍କ ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ବିହାର ରାଜଧାନୀ ପାଟନା ସ୍ଥିତ ଫୁଲଓ୍ବାରୀରୁ ଆତଙ୍କବାଦୀ କାର୍ଯ୍ୟକଳାପ ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା । ଏହା ବାଦ୍ ଗୋଟିଏ ପରେ ଗୋଟିଏ ଖୁଲାସା ହୋଇଥିଲା । ବିହାରର ରାଜଧାନୀ ପାଟନାର ଫୁଲଓ୍ବାରୀ ଶରିଫ୍‌ରୁ ଟେରର ମଡ୍ୟୁଲ କଥା ସାମନାକୁ ବସିଥିଲା। ପରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରାଯାଇ ଆତଙ୍କୀ ଲିଙ୍କ ମାମଲାରେ ଶହ ଶହ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି । ଆତଙ୍କବାଦୀ କାର୍ଯ୍ୟକଳାପକୁ ଉସକାଇବା ଏବଂ ଆତଙ୍କୀ ସଂଗଠନଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (PFI) ସଂଗଠନକୁ ୫ ବର୍ଷ ପାଇଁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର ।

ସବୁଠାରୁ ବଡ କଥା ହେଉଛି, ଆତଙ୍କୀ ସଂଗଠନ ISIS ସହ ମଧ୍ୟ ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (PFI)ର ଲିଙ୍କ ଥିଲା । ଏଭଳି ଅନେକ ମାମଲା ସାମ୍ନାକୁ ଆସିବା ପରେ ଘନଘନ ଚଢାଉ କରାଯାଇଥିଲା । ପିଏଫ୍‌ଆଇ ଏବଂ ଏହାର ସହଯୋଗୀ ସଂଗଠନଗୁଡିକରେ ଚଢାଉ କରାଯାଇ ସଦସ୍ୟମାନଙ୍କୁ ଗିରଫ କରାଯାଇଥିଲା । ଏମାନେ ଦେଶରେ ରହି ଖୁବ ସତର୍କତାର ସହ ତଥ୍ୟ ଲିକ୍‌ କରୁଥିଲେ । ଏଭଳି ଗୁପ୍ତ ସୂଚନା ମିଳିବା ପରେ ଆକ୍ସନ ମୋଡକୁ ଆସିଥିଲେ କେନ୍ଦ୍ର ସରକାର ଏବଂ ସେଗୁଡିକୁ ବେଆଇନ ଦର୍ଶାଇଥିଲେ ।

ସମ୍ବନ୍ଧିତ ଖବର