ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାଇକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌,୨ ବାଇକ୍‌ ଆରୋହୀ ମୃତ

Published By : Harapriya Sethi | July 10, 2025 7:19 AM

କଟକ, ୧୦/୦୭: ବୁଧୁବାର ରାତ୍ର ପ୍ରାୟ ୧୦ଟା୧୦ରେ କଟକ ନୂଆଗାଁ ୫୫ନମ୍ବର ଜାତୀୟ ରାଜପଥର ବିରିଡି ଥାନା ଅନ୍ତର୍ଗତ ବସନ୍ତପୁର ପେଟ୍ରୋଲ ଟାଙ୍କି ସାମ୍ନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯୁବକ ଦ୍ୱୟ ସମ୍ପର୍କରେ ଶଳା ଏବଂ ଭିଣୋଇ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଭିଣୋଇ ଜଣେ ସୈନ୍ୟ ବାହିନୀର କର୍ମଚାରୀ ହୋଇଥିବାବେଳେ ସେ ଆସନ୍ତା କାଲି ତାଙ୍କ କର୍ମକ୍ଷେତ୍ରକୁ ଫେରିଥାନ୍ତେ । ହେଲେ ବୁଧବାର କଟକରୁ ଜଗତସିଂହପୁର ଅଭିମୁଖେ ବାଇକ ଯୋଗେ ଯାଉଥିଲେ ଶଳା ଏବଂ ଭିଣୋଇ । ବସନ୍ତପୁର ପେଟ୍ରୋଲ ଟାଙ୍କି ସମ୍ମୁଖରେ ଜଗତସିଂହପୁର ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ବାଇକ୍‌ଟିକୁ ଧକ୍କା ଦେଇଥିଲା । ଫଳରେ ଉଭୟ ରାସ୍ତା ଉପରକୁ ଛିଟିକି ପଡିଥିଲେ ଏବଂ ମୁଣ୍ଡ ମାଡ଼ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ବାଇକ୍‌ଟି ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ସ୍ଥାନୀୟ ଲୋକେ ପିକଅପ୍‌ ଭ୍ୟାନ୍‌କୁ ଜବତ କରିଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.