ସୁକେଶ ଚନ୍ଦ୍ରଶେଖରଙ୍କ ସାଥି ପିଙ୍କି ଇରାନୀ ଗିରଫ, ଜ୍ୟାକଲିନଙ୍କ ସହ କରାଇଥିଲେ ପରିଚିତ

ନୂଆଦିଲ୍ଲୀ ୦୧/୧୨: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ଦିଲ୍ଲୀ ପୋଲିସ ପିଙ୍କି ଇରାନୀଙ୍କୁ ଗିରଫ କରିଛି। ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇରାନୀ ହିଁ ସୁକେଶଙ୍କ ସହ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପରିଚିତ କରାଇଥିଲେ। ଦିଲ୍ଲୀ ପୋଲିସର ମୁଖପାତ୍ର ସୁମନ ନଲୱା କହିଛନ୍ତି, ମୁମ୍ବାଇ ବାସିନ୍ଦା ଇରାନୀ ଆର୍ଥିକ ଇପରାଧ ଶାଖା (EOW) କାର୍ଯ୍ୟାଳୟରେ ଯାଞ୍ଚରେ ସାମିଲ ହୋଇଥିଲେ।
ସୁମନ କହିଛନ୍ତି, ‘ଇରାନୀଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। କୋର୍ଟ ତାଙ୍କୁ ତିନି ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି। ଅଧିକ ଅନୁସନ୍ଧାନ ଚାଲିଛି।‘
ମଙ୍ଗଳବାର ଦିନ ଦିଲ୍ଲୀର ଏକ କୋର୍ଟ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଠକେଇ ମାମଲାରେ ସେପ୍ଟେମ୍ବରରେ EOW ଫର୍ଣ୍ଣାଣ୍ଡିଜଙ୍କୁ ପ୍ରଶ୍ନ କରିଥିଲା।