ଶାରୀରିକ ସ୍ତରରେ ପୁରୁଷମାନେ ଦୁର୍ବଳ ହୋଇଯାଉଛନ୍ତି କି ? ପିଅନ୍ତୁ ଏହି ଗଛର କ୍ଷୀରକୁ

ଭୁବନେଶ୍ବର,୧୬/୨: ହିନ୍ଦୁ ଧର୍ମରେ ବର ଗଛର ମହତ୍ତ୍ବ ବହୁତ ରହିଛି। ଏହାକୁ ଯେ କେବଳ ଧର୍ମ ସଂସ୍କାରରେ ଲଗାଯାଇଥାଏ ତାହା ନୁହେଁ, ବନସ୍ତପି ବିଜ୍ଞାନ ଏବଂ ଆୟୁର୍ବେଦ ଅନୁସାରେ ଗଛର ପତ୍ରଠୁ ନେଇ ଚେର, ଡାଳ, ଗଛର ଛେଲିକୁ ଔଷଧୀୟ ସ୍ବରୂପ ବ୍ୟବହାର କରାଯାଇଥାଏ।
ବର ଗଛ ଅନେକ ଉପକାର କରିଥାଏ, ତାହା ହୁଏତ ଅନେକଙ୍କୁ ଜଣା ଥିବ। ମାତ୍ର ବର ଗଛ ଶାରୀରିକ ଦୁର୍ବଳ ପୁରୁଷମାନଙ୍କ ପାଇଁ ମହୌଷଧୀ ସ୍ୱରୂପ, ଏହା ଜଣା ନ ଥିବ। ବର ଗଛର ପତ୍ର,ମଞ୍ଜି ଓ ଅର୍କରେ ରହିଛି ଅନେକ ଚମତ୍କାରୀ ଗୁଣ। ବରଗଛ ଡେଣ୍ଟାଲ,ମଧୁମେହ,ଡାଇରିଆ,ପଲିୟୁରିୟା ଓ ପରିସ୍ରା ସଂପର୍କୀତ ସମସ୍ୟା ଦୂର କରିଥାଏ। ଯେଉଁମାନଙ୍କର ଦାନ୍ତରେ ପୋକ ଲାଗିଥାଏ , ସେମାନେ ବରଗଛ ଡାଳରୁ କ୍ଷୀର ବାହାର କରି ଦାନ୍ତରେ ଲଗାନ୍ତୁ। ଏହାଫଳରେ ଲାଭ ମିଳିବ। ବର ଗଛର କ୍ଷୀରକୁ ଅଣ୍ଟାରେ ଲେପ ଦେଲେ ଅଣ୍ଟା ବିନ୍ଧାର ସମସ୍ୟା ଦୂର ହୋଇଥାଏ।

ବରଗଛର ପତ୍ରର ପାଉଁଶରେ ଅଳସୀ ତେଲ ମିଶାଇ ମୁଣ୍ଡରେ ଳଗାଇଲେ କେଶ ମଜଭୁତ ହୋଇଥାଏ। ଯେଉଁମାନଙ୍କର ମୁଣ୍ଡରେ ରୁପି ସମସ୍ୟା ରହିଛି,ସେଥିରୁ ମଧ୍ୟ ମୁକ୍ତି ମିଳିଥାଏ। ବର ଗଛର କ୍ଷୀର ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୁରୁଷମାନଙ୍କର ସ୍ପର୍ମ କାଉଣ୍ଟ୍ ବୃଦ୍ଧି ପାଇଥାଏ। ଯେଉଁମାନଙ୍କ ଅର୍ଶରୋଗ ଜନିତ ସମସ୍ୟା ରହିଛି ସେମାନେ ବରଗଛର କ୍ଷୀର ଚିନିରେ ମିଶାଇ ଖାଇଲେ ସେଥିରୁ ମୁକ୍ତି ମିଳିଥାଏ। ମୁହଁରେ ବ୍ରଣ ହେଉଥିଲେ ବର ଗଛ ପତ୍ରର ପେଷ୍ଟ୍ ମୁହଁରେ ଲଗାଇଲେ ଏହି ସମସ୍ୟା ରହିଥାଏ।