ଆଜିଠୁ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟାନ୍, ବିଭିନ୍ନ ସ୍ଥାନରେ ଚଢ଼ଉ କରିବ ସ୍ୱତନ୍ତ୍ର ସ୍କ୍ୱାଡ୍

ଭୁବନେଶ୍ୱର,୦୧/୦୭: ଆଜି ସହର ଏକକ ବ୍ୟବହାର ପ୍ଲାଷ୍ଟିକକୁ ବ୍ୟାନ୍ କରାଯିବ । ଏହାର ଉତ୍ପାଦନ, ଆମଦାନୀ ଏବଂ ମହଜୁଦ ଯାଞ୍ଚ କରାଯିବ । ଏନେଇ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇ ଚଢଉ ହେବ । ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ।
ସେହିପରି ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି । ଏକକ ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ଏହାର କୁପ୍ରଭାବ ପରିବେଶ ଉପରେ ପଡୁଛି । ଭୁବନେଶ୍ୱରରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହୋଇଥିଲେ ମଧ୍ୟ ନିୟମକୁ ଫୁ’ରେ ଉଡାଇ ବ୍ୟବହାର କରାଯାଉଛି । ବିଶେଷ କରି ରାଜ୍ୟ ବାହାରୁ ଏହି ଏକକ ବ୍ୟବହାର ପ୍ଲାଷ୍ଟିକ ଆମଦାନୀ ହେଉଛି । ୟୁନିଟ-୪, ୟୁନିଟ-୧ ମାର୍କେଟରେ ଖୁଲମ ଖୁଲା ଏହି ପଲିଥିନ୍ ବ୍ୟବହାର କରାଯାଉଛି ।