PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଯୁଦ୍ଧ ବିମାନ ଦୁର୍ଘଟଣା: ମିରାଜ୍‌ର ମିଳିଲା ପୂରା ବ୍ଲାକ୍ ବକ୍ସ, ସୁଖୋଇର ଅଧା

ଭୋପାଳ: ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ଭାରତୀୟ ବାୟୁସେନା ଯୁଦ୍ଧ ବିମାନ (ସୁଖୋଇ -୩୦ ଏମକିଆଇ ଏବଂ ମିରାଜ୍ -୨୦୦୦) ମଧ୍ୟରୁ ଗୋଟିଏ ବିମାନର ସମ୍ପୂର୍ଣ୍ଣ ଫ୍ଲାଇଟ୍ ଡାଟା ରେକର୍ଡର୍ (ବ୍ଲାକ୍ ବକ୍ସ) ମିଳିଥିବା ବେଳେ ଅନ୍ୟ ଏକ ବିମାନର ବ୍ଲାକ ବକ୍ସର ଅଧା ଅଂଶ ମିଳିଛି। ଏନେଇ ରବିବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭାରତୀୟ ବାୟୁସେନା ଦଳ ପାହରଗଡର ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ କରିଥିଲା, ଯେଉଁଠାରେ ଶନିବାର ଏହି ଦୁଇଟି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  

      

ସୂଚନା ଥାଉକି, ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଭାରତୀୟ ବାୟୁସେନାର ଦୁଇ ଲଢୁଆ ବିମାନ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାୟୁସେନାର ଦୁଇ ଫାଇଟର ଜେଟ୍‌ ସୁଖୋଇ Su-30 ଓ Mirage 2000 ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ମୃତକ ପାଇଲଟ୍‌ Mirage 2000ର ଚାଳକ ଥିଲେ । ସେହିଭଳି ସୁଖୋଇ Su-30ରେ ଦୁଇ ଜଣ ପାଇଲଟ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Black Box Of Mirage-2000 That Crashed In Bengaluru Sent To France

ବାୟୁସେନାର ଦୁଇ ବିମାନ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଗୋଟିଏ ଏୟାରକ୍ରାପ୍ଟ ମଧ୍ୟ ପ୍ରଦେଶର ମୋରେନା ଜିଲ୍ଲାରେ ଖସିପଡିଥିବା ବେଳେ ଅନ୍ୟଟି ରାଜସ୍ଥାନର ଭରତପୁର ଜିଲ୍ଲା ପର୍ଯ୍ୟନ୍ତ ଯାଇ ଖସିପଡିଥିଲା । ଦୁର୍ଘଟଣାକୁ ନେଇ ମୋରେନା ଏସପି କହିଛନ୍ତି, ଗୋଟିଏ ଫାଇଟର୍‌ ଜେଟ୍‌ରେ ଦୁଇ ଜଣ ପାଇଲଟ୍ ଥିବା ବେଳେ ସେମାନେ ବର୍ତ୍ତିଯାଇଛନ୍ତି । କିନ୍ତୁ ମିରାଜ୍-୨୦୦୦ ର ପାଇଲଟଙ୍କ ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ହେବା ସହିତ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ମିଳିଛି ।

ସମ୍ବନ୍ଧିତ ଖବର