ବିଦ୍ୟୁତ୍ ସବ୍ଷ୍ଟେସନ୍ରେ ଧକ୍କା ଦେଲା ବିମାନ; ଅନ୍ଧକାରମୟ ଆମେରିକାର ମଣ୍ଟଗୋମେରୀ କାଉଣ୍ଟି ଅଞ୍ଚଳ

Image Courtesy: India Today
ଓ୍ବାଂଶିଟନ୍,୨୮/୧୧: ଆମେରିକାର ମଣ୍ଟଗୋମେରୀ କାଉଣ୍ଟି ଅଞ୍ଚଳ ଥିବା ବିଦ୍ୟୁତ୍ ସବ୍ଷ୍ଟେସନ୍ରେ ଏକ ଛୋଟ ବିମାନ ରବିବାର ରାତିରେ ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାରେ ସମଗ୍ର ଅଞ୍ଚଳର ଅନ୍ଧକାରମୟ ହୋଇଯାଇଥିବା ବେଳେ ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ରିପୋର୍ଟ ହୋଇଛି। ବିଦ୍ୟୁତ ବିଭ୍ରାଟ ଯୋଗୁ ମଣ୍ଟଗୋମେରୀ କାଉଣ୍ଟିରେ ୯୦ ହଜାରରୁ ଅଧିକ ଘର ଏବଂ ବ୍ୟବସାୟ ପ୍ରଭାବିତ ହୋଇଛି। ତେବେ ଏହି ଘଟଣାରେ କିଛି ବି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ପାଣିପାଗ ଠିକ୍ ନଥିବାରୁ ଏକ ବ୍ୟବସାୟିକ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲେ ବି ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ଓ୍ବାଶିଂଟନ ପୋଷ୍ଟର ରିପୋର୍ଟ ମୁତାବକ ବିମାନଟି ହୁଏତ ୧୦ଟି ପୋଲ୍କୁ ଧକ୍କା ଦେଇଥିବା କୁହାଯାଉଛି। ତେବେ ଏନେଇ ତୁରନ୍ତ ସ୍ପଷ୍ଟ ସୂଚନା ପ୍ରକାଶ ପାଇବ ବୋଲି ସ୍ଥାନୀୟ ପୁଲିସ୍ ପକ୍ଷରୁ କୁହାଯାଇଛି।
A small plane has crashed into power lines in the area of Rothbury Dr & Goshen Rd, taking out power to parts of the county.@mcfrs is on scene. PLEASE AVOID THE AREA, as there are still live wires. #MCPD #MCPNews
— Montgomery County Department of Police (@mcpnews) November 27, 2022
ମଣ୍ଟଗୋମେରି କାଉଣ୍ଟି ପୋଲିସ ବିଭାଗ ଟ୍ୱିଟରରେ ସୂଚନା ଦେଇଛି ଯେ, “ରୋଥବେରୀ ଡ & ଗୋଶେନ୍ ଆରଡି ଅଞ୍ଚଳରେ ଏକ ଛୋଟ ବିମାନ ବିଦ୍ୟୁତ୍ ସବ୍ଷ୍ଟେସନ୍ ପୋଲ୍କୁ ଧକ୍କା ଦେଇ ଦୁର୍ଘଟଣାଗସ୍ତ ହୋଇଛି। mcfrs ଘଟଣାସ୍ଥଳରେ ତୁରନ୍ତି ପହଞ୍ଚିଥିବା ବେଳେ ଦୟାକରି ସେହି ଅଞ୍ଚଳରୁ ଦୂରେଇ ରୁହିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ପୁଲିସ୍ ପ୍ରଶାସନ।