ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ପ୍ଲାଷ୍ଟିକ୍‌ ବଳୟରେ ଭାରତ: ଦିନକୁ ବାହାରୁଛି ୨୬,୦୦୦ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା

ନୂଆଦିଲ୍ଲୀ,୨୩ା୧(ଏଜେନ୍ସି): ପ୍ଲାଷ୍ଟିକ୍‌ ବଳୟ ମଧ୍ୟରେ ଏବେ ଅଣନିଃଶ୍ୱାସୀ ହୋଇପଡ଼ିଛି ଭାରତ । ଦେଶରେ ପ୍ରତିଦିନ ୨୫,୯୪୦ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହେଉଛି । ଏଥିରୁ ୬୦% ଆବର୍ଜନାକୁ ସଂଗ୍ରହ କରାଯାଇ ନିରାପଦ ଭାବେ ନଷ୍ଟ କରାଯାଉଛି । କିନ୍ତୁ ବଳକା ୪୦%କୁ ସଂଗ୍ରହ କରାଯାଇ ପାରୁନାହିଁ । ଫଳରେ ସମୟକ୍ରମେ ଏହି ଆବର୍ଜନା ପ୍ରକୃତିକୁ ବିଭିନ୍ନ ଦିଗରୁ ଆକ୍ରାନ୍ତ କରିବାରେ ଲାଗିଛି ।
୪୦% ପ୍ଲାଷ୍ଟିକ୍‌ ପ୍ରତିଦିନ ସଂଗ୍ରହ କରାଯାଇ ପାରୁନଥିବାରୁ ଏହା ଡ୍ରେନେଜ୍‌ ବ୍ୟବସ୍ଥାକୁ ସବୁଠୁ ଅଧିକ ପ୍ରଭାବିତ କରୁଛି । ଫଳରେ ବିଭିନ୍ନ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜୁଛି । ପ୍ଲାଷ୍ଟିକ୍‌ ଓ ମଇଳା ପାଣି ଦୀର୍ଘଦିନ ଧରି ଜମି ରହିବା ଯୋଗୁ ମ୍ୟାଲେରିଆ, ହଇଜା ଭଳି ମହାମାରୀ ବ୍ୟାପୁଛି । ଏହାବ୍ୟତୀତ ଏହି ପ୍ଲାଷ୍ଟିକ୍‌ ଆବର୍ଜନା ମୃତ୍ତିକାର ଗୁଣବତ୍ତାକୁ ପ୍ରଭାବିତ କରିବା ସହ ନଦୀ ଜଳ ପ୍ରବାହକୁ ମଧ୍ୟ ଖରାପ କରିବାରେ ଲାଗିଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଦିଲ୍ଲୀ, ଚେନ୍ନାଇ, କୋଲ୍‌କାତା, ମୁମ୍ବାଇ ଓ ବେଙ୍ଗାଲୁରୁରେ ୫୦%ରୁ ଅଧିକ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହେଉଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଯେତେ ସତର୍କତା ଜାରି କରାଗଲେ ସୁଦ୍ଧା ଏହି ମେଟ୍ରୋ ସହରଗୁଡ଼ିକ ଉପରେ କୌଣସି ପ୍ରଭାବ ପଡୁନାହିଁ ।
ସିପିସିବି ପକ୍ଷରୁ ଦେଶର ୬୦ ପ୍ରମୁଖ ସହରରେ ହେଉଥିବା ପ୍ଲାଷ୍ଟିକ୍‌ ଆବର୍ଜନା ପରିଚାଳନାକୁ ଦୃଷ୍ଟିରେ ରଖି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥିରୁ ଜଣାପଡ଼ିଛି ଯେ ପ୍ରତିଦିନ ଏହି ସହରଗୁଡ଼ିକ ମୋଟ ୪,୦୫୯ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ସୋମବାର କେନ୍ଦ୍ର ପରିବେଶ ସଚିବ ସି କେ ମିଶ୍ର ପ୍ଲାଷ୍ଟିକ୍‌ ବ୍ୟବହାର ବାବଦରେ ମାର୍ଗଦର୍ଶିକା ଜାରି କରିଥିଲେ । ୨୦୨୨ ସୁଦ୍ଧା ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌କୁ କିଭଳି ସମ୍ପୂର୍ଣ୍ଣ ନିଷେଧ କରାଯିବ, ସେଥିପାଇଁ ଏହି ମାର୍ଗଦର୍ଶିକା ସହାୟକ ହେବ ବୋଲି କହିଥିଲେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ର ଉôପାଦନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Copyright © 2022 - Summa Real Media Private Limited. All Rights Reserved.