କ୍ରିକେଟରରୁ ହେଲେ ଅଭିନେତା,ତାପରେ ସୁପ୍ରିମକୋର୍ଟର ବିଚାରପତି: ଜାଣନ୍ତୁ ଅବସରପ୍ରାପ୍ତ ଜଷ୍ଟିସ୍ ଏଲ ନାଗେଶ୍ୱର ରାଓଙ୍କ କାହାଣୀ

ନୂଆଦିଲ୍ଲୀ,୨୧।୫: ସୁପ୍ରିମକୋର୍ଟରେ ଶୁକ୍ରବାର ଜଷ୍ଟିସ୍ ଏଲ ନାଗେଶ୍ବର ରାଓଙ୍କର ଶେଷ କାର୍ଯ୍ୟଦିବସ ଥିଲା। ଶନିବାର ତାଙ୍କୁ ବିଦାୟ ଦିଆଯାଇଛି। ସେ ୭ ଜୁନ୍ରେ ଅବସର ନେବେ। ଜଷ୍ଟିସ୍ ଏନ୍ଭି ରମଣଙ୍କ ପକ୍ଷରୁ ଦିଆଯାଇଥିବା ବହୁ ଐତିହାସିକ ନିଷ୍ପତ୍ତି ପାଇଁ ତାଙ୍କୁ ଭାରତର ପ୍ରଧାନ ବିଚାରପତି(ସିଜେଆଇ)ଏନଭି ରମଣ ପ୍ରଶଂସା କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ବାର ଆସୋସିଏସନ୍ର ଉପାଧ୍ୟକ୍ଷ ଓ ବରିଷ୍ଠ ଆଇନଜୀବି ପ୍ରଦୀପ ରାୟ କ୍ରିକେଟ ଓ ସିନେମା ପ୍ରତି ଜଷ୍ଟିସ୍ ଏଲ ନାଗେଶ୍ବର ରାଓଙ୍କ ସମ୍ପର୍କକୁ ନେଇ ବହୁ ମଜାଦାର କଥା ଶୁଣାଇଛନ୍ତି।
ଜଷ୍ଟିସ୍ ରାଓ ଆନ୍ଧ୍ର ପ୍ରଦେଶ ପାଇଁ ରଣଜୀ ଖେଳି ସାରିଛନ୍ତି। ସେ କିଛି ଫିଲ୍ମରେ ଛୋଟ ଛୋଟ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। ଜଷ୍ଟିସ୍ ରାଓ ୧୯୮୯ ରେ ଦିଲ୍ଲୀପ କୁମାର, ନୂତନ, ମାଧୁରୀ ଦୀକ୍ଷିତ, ଅନୁପମ ଖେର, କାଦର ଖାନ୍, ସଞ୍ଜୟ ଦତ୍ତଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘କାନୁନ ଆପନା ଆପନା’ରେ ପୋଲିସ ଇନ୍ସପେକ୍ଟର ଭୂମିକା ଗ୍ରହଣ କରିସାରିଛନ୍ତି। ପରେ ସେ ଓକିଲ ଭାବରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲା ଓ ସୁପ୍ରିମକୋର୍ଟର ଜଷ୍ଟିସ୍ ହୋଇଥିଲେ। ନିଜର ଫେୟାରଓ୍ବେଲ ଇଭେଣ୍ଟରେ ସେ କହିଥିଲେ, ଯୁବାବସ୍ଥା ବେଳେ ସେ ଥିଏଟର କରୁଥିଲେ ଓ ତାଙ୍କର ଦାଦା ପୁଅ ଭାଇ ନିର୍ଦେଶକ ଥିଲେ। ଏଭଳି ଭାବରେ ସେ ଫିଲ୍ମରେ କାମ କରିଥିଲେ।
ଜଷ୍ଟିସ୍ ରାଓ କହିଛନ୍ତି, ମୋତେ କ୍ରିକେଟ ଖେଳିବାର ସଉକ୍ ପିଲାବେଳୁ ରହିଛି। ଯେତେବେଳେ ଆଇପିଏଲର ମ୍ୟାଚ୍ ହୁଏ ଓ ମୁଁ କାମ କରୁଛି ସେତେବେଳେ ମଧ୍ୟ ଟିଭି ଚାଲୁ ରହିଥାଏ। ମୋତେ ସକ୍ରିୟ ରହିବା ପସନ୍ଦ ଓ ଖେଳ ମୋତେ ଜୀବନରେ ବହୁତ କିଛି ଶିଖାଇଛି, ଯେପରିକି ହାରିଲେ ମଧ୍ୟ ଦୁଃଖ ନାହିଁ। କିଛି ହରାଇବା ସଫଳତାର ସିଢି ଅଟେ। ସିଜେଆଇ ଏନଭି ରମଣ ଏହି ଅବସରରେ କହିଥିଲେ, ଜଣେ ଜଜ୍ ଭାବରେ ଜଷ୍ଟିସ୍ ରାଓ ଆଇନର ବାଖ୍ୟା କରିବା ଓ ବହୁ ଉଲ୍ଲେଖନୀୟ ବିଚାର ଉପରେ ସମ୍ବିଧାନର ବାଖ୍ୟା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ସିଜେଆଇ କହିଛନ୍ତି, ଜଷ୍ଟିସ୍ ରାଓ ଜ୍ୟାକବ୍ ପୁଲିୟେଲ ମାମଲାରେ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି କୌଣସି ବ୍ୟକ୍ତିକୁ ଟିକାକରଣ ପାଇଁ ବାଧ୍ୟ କରିହେବନି। ଜଷ୍ଟିସ୍ ନାଗେଶ୍ବୀ ରାଓ ରାଜୀବ ଗାନ୍ଧିଙ୍କ ହତ୍ୟା ଦୋଷୀ ଏଜି ପେରାରିଭାଲନଙ୍କ ମୁକ୍ତ କରିବା ନେଇ ନିର୍ଦେଶ ଦେଇଥିଲେ। ସିଜେଆଇ ମଜାଳିଆ ଢଙ୍ଗରେ କହିଥିଲେ, ଜଷ୍ଟିସ ରାଓଙ୍କ ନେତୃତ୍ବରେ ସିଜେଆଇ ଇଲେଭେନ୍ (CJI XI) ଚଳିତ ବର୍ଷ କ୍ରିକେଟ ମ୍ୟାଚ୍ରେ ଏସସିବିଏ ଇଲେଭେନ୍ (SCBA XI) କୁ ହରାଇପାରେ। ସିଜେଆଇ ଏନଭି ରମଣ କହିଛନ୍ତି, ଜଷ୍ଟିସ୍ ରାୟ ପ୍ରଥମ ପୀଢିର ଓକିଲ, ଯାହାଙ୍କ ପାଖରେ କୌଣସି ଗଡଫାଦର ନାହାନ୍ତି। ମୁଁ ତାଙ୍କୁ ଓ ତାଙ୍କର ପରିବାରକୁ ଶୁଭକାମନା ଜଣାଉଛି। ଏହା ଏକ ବହୁତ ଆବେଗଭରା ଦିନ। ଆମେ ଏକାଠି କ୍ୟାରିୟର ଆରମ୍ଭ କରିଥିଲୁ ଓ କିଛି ସମୟ ପରେ ମୁଁ ମଧ୍ୟ ଅବସର ନେବି। ମୋ ପାଇଁ ଏହା ମଜବୁତ ସମର୍ଥନ। ଆଟର୍ଣ୍ଣିଂ ଜେନେରାଲ କେକେ ବେଣୁଗୋପାଳ ଏହି ସମୟରେ ଜଷ୍ଟିସ୍ ରାୟଙ୍କୁ ପ୍ରଶଂସା କରି କହିଥିଲେ, ସୁପ୍ରିମକୋର୍ଟ ଜଣେ ବହୁତ ଭଲ ଓ ଶକ୍ତିଶାଳି ବିଚାରପତିଙ୍କୁ ହରାଇବ।