ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ, ପୁଣି ଛାତ୍ରୀ ଆଗରେ

ଭୁବନେଶ୍ୱର ୨୧/୬: ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ । ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ରେଜଲ୍ଟ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ନିମ୍ନଲିଖିତ ଦୁଇଟି ଓ୍ବେବସାଇଟ୍ ରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ପରୀକ୍ଷା ଫଳ ଓ୍ବେବସାଇଟ୍ orissaresults.nic.in ଏବଂ chseorissa.nic.in ରେ ରେଜଲ୍ଟ ଉପଲବ୍ଧ ।
କଳା ପରୀକ୍ଷା ଫଳ
ଏଥର କଳାରେ ୨ ଲକ୍ଷ ୩୧ ହଜାର ୧୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୫୨ ହଜାର ୩୨୩ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ ହାର ରହିଛି ୬୫.୮୯ ପ୍ରତିଶତ । ଛାତ୍ର ୫୭ ହଜାର ୪୪୨ ଜଣ ପାସ୍ କରିଛନ୍ତି । ୯୪ ହଜାର ୮୮୧ ଛାତ୍ରୀ ପାସ୍ କରିଛନ୍ତି । ପାସ୍ କରିଥିବା ଛାତ୍ରଙ୍କ ପାସ୍ ହାର ହେଉଛି ୫୫.୮୦ ପ୍ରତିଶତ ଏବଂ ଛାତ୍ରୀଙ୍କ ପାସ୍ ହାର ହେଉଛି ୭୩.୯୯ ପ୍ରତିଶତ । ୧୮ ହଜାର ୭୭୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨୨ ହଜାର ୯୪୪ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ତୃତୀୟ ଶ୍ରେଣୀରେ ୧୦ ହଜାର ୪୫୧ ଜଣ ପାସ୍ କରିଛନ୍ତି । ବାଲେଶ୍ୱର ପାସ୍ ହାର ସର୍ବାଧିକ ଥିବାବେଳେ ନବରଙ୍ଗପୁର ସର୍ବନିମ୍ନ ପାସ୍ ହାର ରହିଛି । ବାଲେଶ୍ୱରରେ ୭୫.୬୭ ପ୍ରତିଶତ ପାସ୍ ହାର ଥିବାବେଳେ ନବରଙ୍ଗପୁରରେ ପାସ୍ ହାର ୪୭.୪୬ ପ୍ରତିଶତ ରହିଛି ।
ବାଣିଜ୍ଯ ପରୀକ୍ଷା ଫଳ
ବାଣିଜ୍ଯ ୨୬ ହଜାର ୭୯୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ଯରୁ ୧୮ ହଜାର ୮୨୬ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୭୦.୨୬ ରହିଛି ପାସ୍ ହାର । ଛାତ୍ର ୧୧ ହଜାର ୭୩୮ ପାସ୍ କରିଥିବାବେଳେ ୭ ହଜାର ୮୮ ଜଣ ଛାତ୍ରୀ ପାସ୍ କରିଛନ୍ତି । ଛାତ୍ରଙ୍କ ପାସ୍ ହାର ୬୭.୯୧ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୭୪.୫୨ ପ୍ରତିଶତ ରହିଛି । ୫ ହଜାର ୬୨୯ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ୩ ହଜାର ୭୪୬ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ତୃତୀୟ ଶ୍ରେଣୀରେ ୯ ହଜାର ୪୨୨ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।
ଧନ୍ଦାମୂଳକ ପରୀକ୍ଷା ଫଳ
ଭୋକେସନାଲରେ ୭ ହଜାର ୮୪୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୪ ହଜାର ୧୨୬ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୫୨.୬୨ ପ୍ରତିଶତ ହେଉଛି ପାସ୍ ହାର । ୧ ହଜାର ୯୮୨ ଛାତ୍ର ପାସ୍ କରିଥିବାବେଳେ ୨ ହଜାର ୧୪୪ ଜଣ ଛାତ୍ରୀ ପାସ୍ କରିଛନ୍ତି । ଛାତ୍ରଙ୍କ ପାସ୍ ହାର ୪୭.୯୨ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୫୭.୮୬ ପ୍ରତିଶତ ରହିଛି । ୫୪୪ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୧୭୦୭ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୭୧୪ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।
କଳାରେ ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାର ୨ଟି କଲେଜରେ ପାସ୍ ହାର ଶୂନ୍ଯ ରହିଛି । ଯାଜପୁର ଜିଲ୍ଲାର ଆଞ୍ଚଳିକ ମହିଳା ସେକେଣ୍ଡାରୀ ମହିଳା ମହାବିଦ୍ଯାଳୟର ସମସ୍ତ ୧୫ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀ ଭିନ୍ନକ୍ଷମ ମହାବିଦ୍ଯାଳୟର ସମସ୍ତ ୧୪ ଜଣ ପରୀକ୍ଷାର୍ଥୀ ଫେଲ୍ ହୋଇଛନ୍ତି ।
କମର୍ସରେ ୪ଟି କଲେଜରେ ଫଳ ଶୂନ୍ଯ ରହିଛି । ଗଞ୍ଜାମରେ ଗୋପାଳପୁର ମହାବିଦ୍ଯାଳୟର ୫ ପରୀକ୍ଷାର୍ଥୀ, ଶ୍ରୀ ଜଗନ୍ନାଥ ମହାବିଦ୍ଯାଳୟର ୪ ଜଣ ପରୀକ୍ଷାର୍ଥୀ, କେପି ସାଇନ୍ସ ମହାବିଦ୍ଯାଳୟର ୩ ଛାତ୍ରଛାତ୍ରୀ ଏବଂ ମାଲକାନଗିରି ଜିଲ୍ଲାର ସାମାପ୍ରସାଦ ମହାବିଦ୍ଯାଳୟର ସମସ୍ତ ୩ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି ।