ଭୁବନେଶ୍ୱର ୮/୬: ଯୁକ୍ତ ୨ କଳାରେ ସମ୍ବଲପୁର ବୈଦିକ ଗ୍ରୁପ୍ ଅଫ୍- ଇନଷ୍ଟିଚ୍ୟୁସନକୁ ସଫଳତା । ଶିକ୍ଷାନୁଷ୍ଠାନରେ ପାସ୍ ହାର ଶତ ପ୍ରତିଶତ ରହିଛି । ପ୍ରଥମେ ଶ୍ରେଣୀରେ ୩୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୯୧.୧୬ ପ୍ରତିଶତ ମାର୍କ ରଖି ଛାତ୍ର ସୁଜଲ ତିୱାରୀ ଟପ୍ପର ହୋଇଛନ୍ତି । ସେହିଭଳି ବିଶ୍ୱରୂପା ପ୍ରଧାନ ୫୩୪ ମାର୍କ ରଖିଥିବାବେଳେ ଜ୍ୟେର୍ତିମୟୀ ୫୩୪ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । କହିରଖୁଛୁ ଶିକ୍ଷାନୁଷ୍ଠାନ ସବୁବେଳେ ପାଠପଢାର ଗୁଣବତ୍ତା ଉପରେ ଫୋକସ୍ କରିଥାଏ । ଏଥିପାଇଁ ଇନଷ୍ଟିଚ୍ୟୁସନ ପ୍ରତିବର୍ଷ ଭଲ ରେଜଲ୍ଟ କରିଥାଏ ।
ଅଧିକ ପଢନ୍ତୁ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ଶିକ୍ଷା ରେଜଲ୍ଟ; ପୁଣି ଝିଅ ଆଗରେ
ସୂଚନାଯୋଗ୍ୟ ଗୁରୁବାର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଘୋଷଣା କରାଯାଇଛି । ଚଳିତ ବର୍ଷ କଳାରେ ପାସ୍ ହାର ୭୮.୮୮ ପ୍ରତିଶତ ରହିଛି। ପ୍ରଥମ ଶ୍ରେଣୀରେ ୩୨ ହଜାର ୭୮୨ ଜଣ ଶିକ୍ଷାର୍ଥୀ ପାସ୍ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୩୨ ହଜାର ୪୬୨ ଜଣ ଶିକ୍ଷାର୍ଥୀ ଉତ୍ତିର୍ଣ୍ଣ ହୋଇଛନ୍ତି। ସେହିପରି ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୬ ହଜାର ୧୭୯ ଜଣ ପାସ୍ କରିଛନ୍ତି। ସର୍ବମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ କଳାରେ ପାସ୍ କରିଛନ୍ତି। ଚଳିତ ବର୍ଷ କଳାରେ ପୁଅଙ୍କ ପାସ୍ହାର ୭୦.୪୩ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍ ହାର ୮୫.୬୬ ପ୍ରତିଶତ ରହିଛି।