PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଆଜି ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ଫଳ

ଭୁବନେଶ୍ୱର,୧୯।୮: ଆଜି ଦିନ ସାଢ଼େ ୧୧ଟାରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ)ର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ପରିଷଦ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ଏହାପରେ ଛାତ୍ରଛାତ୍ରୀମାନେ www.orissaresults.nic.inରୁ ନିଜର ମାର୍କ ଦେଖିପାରିବେ । ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏଚ୍‌ଏସ୍‌ଏସ୍‌)ଗୁଡିକ ଗ୍ଦବଜ୍ଞଗ୍ଦ କଲେଜ ଇ-ସ୍ପେସ୍‌ରେ ନିଜ ଶିକ୍ଷାନୁଷ୍ଠାନର ରେଜଲ୍ଟ୍‌ ଦେଖିପାରିବେ ।

ଛାତ୍ରଛାତ୍ରୀମାନେ ଅନଲାଇନରେ କିମ୍ବା ନିଜ ଏଚ୍‌ଏସ୍‌ଏସ୍‌ରୁ ପରୀକ୍ଷା ଫଳ ସଂଗ୍ରହ କରିପାରିବେ । କୌଣସି ସମସ୍ୟା ଦେଖା ଦେଲେ ସମାଧାନ ପାଇଁ ପରିଷଦ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ୦୬୭୪-୨୩୦୦୯୧୪, ୨୩୦୦୯୦୭ ନମ୍ବରକୁ କଲ୍‌ କରି ବୁଝିପାରିବେ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ପାଖାପାଖି ୨୫ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୩ରୁ ୨୧ ମଧ୍ୟରେ ଥିଓରି ପରୀକ୍ଷା ହୋଇଥିଲା । କରୋନା ପାଇଁ ଲକଡାଉନ୍‌ ପରେ ଅବଶିଷ୍ଟ ପରୀକ୍ଷା ହୋଇପାରିନଥିଲା । ଯାହା ବିକଳ୍ପ ମୂଲ୍ୟାୟନ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯାଇଛି । ଅପରପକ୍ଷେ ଆସନ୍ତା ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ କଳା ଫଳ ବାହାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।