PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବିଜେପି ନେତା ଟ୍ବିଟରରେ ନିଜ ନାମ ପୂର୍ବରୁ ଲେଖିଲେ ‘ଚୌକିଦାର’

ନୂଆଦିଲ୍ଲୀ,୧୭।୩; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜର ଟ୍ବିଟର ହାଣ୍ଡେଲରେ ନିଜର ନାମ ବଦଳାଇ ‘ଚୌକିଦାର ନରେନ୍ଦ୍ର’ ମୋଦି କରିଦେଇଛନ୍ତି। ମୋଦି ଟ୍ବିଟରରେ ନିଜର ନାମ ପରିର୍ବତ୍ତନ କରିବା ପରେ ଅମିତ ଶାହାଙ୍କ ସହ ବିଜେପିର ବହୁ ମନ୍ତ୍ରୀ ନିଜ ନାମ ପୂର୍ବରୁ ଚୌକିଦାର ଲେଖିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଟ୍ବିଟର ହାଣ୍ଡେଲରେ ନିଜର ନାମକୁ ବଦଳାଇ ‘ଚୌକିଦାର ଅମିତ ଶାହା’ କରିଛନ୍ତି। ଏହା ସହ ଶାହା ନିଜ ଟ୍ବିଟରରେ ଉଲ୍ଳେଖ କରିଛନ୍ତି ’ଯିଏ ସ୍ବଚ୍ଚତାକୁ ସଂସ୍କାର କରିଛି, ସେ ଚୌକିଦାର ଅଟେ।’ ଏହା ପୂର୍ବରୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନିର୍ବାଚନ ପ୍ରଚାରର ଧାରାରେ ‘ମେଁ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଦେଇଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନେତା ଚୌକିଦାର ଅଭିଯାନ ସହ ନିଜକୁ ଯୋଡି ପାରିଛନ୍ତି।

ଉଲ୍ଳେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଏଭଳି ଏକ ଚୌକିଦାର କୁହନ୍ତି ଯିଏ ଭ୍ରଷ୍ଟାଚାରକୁ ଅନୁମତି ଦେଇନଥାଏ ଓ ନି​‌ଜେ ଭ୍ରଷ୍ଟାଚାର କରିଥାଏ। କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ରାଫେଲ ଯୁଦ୍ଧ ବିମାନ ଚୁକ୍ତିରେ ଅନିୟମିତତା ନେଇ ମୋଦିଙ୍କୁ ବାରମ୍ବାର ଟାର୍ଗେ କରି ‘ଚୌକିଦାର ଚୋର ହେ’ ସ୍ଲୋଗାନ ଦେଉଥିଲେ। ବିରୋଧୀଙ୍କ ଏହି ସ୍ଲୋଗାନକୁ ଏବେ ବିଜେପି ନିଜର ନିର୍ବାଚନୀ  ପ୍ରଚାରରେ ସାମିଲ କରିଛି।

ଗତାକାଲି ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିଛନ୍ତି ‘ମେଁ ଭି ଚୌକିଦାର’ ଅଭିଯାନ। ଏହି ଅଭିଯାନକୁ ଆରମ୍ଭ କରି ସେ କହିଛନ୍ତି ଆପଣଙ୍କ ଚୌକିଦାର ଦେଶ ସେବାରେ ମଜବୁତ ଭାବରେ ଠିଆ ରହିଛି। ଏହା ସହ ନିଜର ସମର୍ଥକଙ୍କୁ ସେ ଅପିଲ କରିଛନ୍ତି ‘ମେଁ ଭି ଚୌକିଦାର’ର ସଂକଳ୍ପ ନିଅନ୍ତୁ। କେବଳ ସେ ନୁହେଁ ଦେଶର ପ୍ରତ୍ୟେକ ନାଗରିକ ଚୌକିଦାର । ମୋଦି ନିଜର ଟ୍ବିଟର ହାଣ୍ଡେଲରେ ‘ମେଁ ଭି ଚୌକିଦାର’ ସ୍ଳୋଗାନ ଦେଇ ଏହି ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରରେ ୩.୪୫ ମିନିଟ୍ ର ଭିଡିଓ ଜାରି କରିଛନ୍ତି । ଭିଡିଓରେ ‘ମେଁ ଭି ଚୌକିଦାର’ କ୍ୟାମ୍ପେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମାର୍ଚ୍ଚ ୩୧ ରେ ସନ୍ଧ୍ୟା ୬ଟାରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି ।

ସମ୍ବନ୍ଧିତ ଖବର