ନୂଆଦିଲ୍ଲୀ,୨୬/୦୭: ୧୩୬ତମ 'ମନ୍ କି ବାତ'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀଙ୍କୁ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଯୁବପିଢ଼ି ହିଁ ଭାରତର ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ କି ବାତ୍ରେ ବିକ୍ରମ ୧ ଲଞ୍ଚକୁ ଐତିହାସିକ ସଫଳତା ବୋଲି କହିବା ସହ କ୍ୟାଚ୍ ଦି ରେନ୍ କାର୍ଯ୍ୟକ୍ରମକୁ ପ୍ରଂଶସା କରିଛନ୍ତି । ଏହା ସହିତ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

କ୍ୟାଚ୍ ଦି ରେନ୍‌କୁ ପ୍ରଂଶସା- 'ମନ୍ କି ବାତ'ର ୧୩୬ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ବର୍ଷାକୁ ଧରିବା ପାଇଁ, ଜୁଲାଇ ୪ରୁ ସାରା ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅଧୀନରେ ବର୍ଷାଜଳ ଅମଳ, ଭୂତଳ ଜଳ ପୁନଃଚାର୍ଜ, ପୁରୁଣା ଜଳ ଉତ୍ସର ପୁନରୁଦ୍ଧାର ଏବଂ ବୃକ୍ଷରୋପଣକୁ ଏକ ନୂତନ ପ୍ରେରଣା ଦିଆଯାଉଛି । ମୁଁ ବହୁତ ଖୁସି ଯେ ଲୋକମାନେ ସବୁଠି ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି, ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ ଏହାକୁ ସଫଳତାର ସମ୍ପର୍ଣ୍ଣ କରିଛନ୍ତି । ବର୍ଷା ପାଣିର ଗୋଟିଏ ଗୋଟିଏ ବୁନ୍ଦାକୁ ସଂରକ୍ଷିତ କରି ଜନ ଆନ୍ଦୋଳନରେ ପରିଣତ କରିବାକୁ ଅପିଲ୍ କିରିଥିଲା ଯାହା ସଫଳ ହୋଇଛି । କ୍ୟାଚ୍ ଦି ରେନ୍ କାର୍ଯ୍ୟକ୍ରମ ଅର୍ଥ ବହୁତ ସରଳ, ଯେଉଁଠି ବର୍ଷା ପାଣି ପଡିଲା ତାକୁ ସେହିଠାରେ ସଂରକ୍ଷଣ କରିବା । ଆଜି ସଞ୍ଚିତ ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ସମ୍ପତ୍ତି । ''

ଏହା ବି ପଢନ୍ତୁ...Kargil Vijay Diwas: 'ପାକିସ୍ତାନକୁ ତାର ଭୁଲ୍ ପାଇଁ ଜବାବ ଦିଆଯିବ'; କାର୍ଗିଲ ବିଜୟ ଦିବସରେ ରାଜନାଥ ସିଂହଙ୍କ ଚେତାବନୀ    

କ୍ରୀଡାରେ ଭାରତୀୟ ଖେଳାଳିଙ୍କ ସଫଳତାକୁ ପ୍ରଶଂସା- ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "କିଛି ଦିନ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହୋଇଛି । ଆମର ଯୁବପିଢ଼ି ସମ୍ପ୍ରତି କ୍ରୀଡ଼ାରେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ପିଭି ସିନ୍ଧୁ ଜାପାନ ଓପନ୍ ବ୍ୟାଡମିଣ୍ଟନ୍ ଟାଇଟଲ୍ ଜିତିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ସମଗ୍ର ଦେଶ ତାଙ୍କ ସଫଳତା ପାଇଁ ଗର୍ବିତ । ଭାରତୀୟ ମହିଳା କ୍ରିକେଟ୍ ଦଳ ଲଣ୍ଡନର ଲର୍ଡସ୍ ଷ୍ଟାଡିୟମରେ ମଧ୍ୟ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଥିଲା। ଏହା ଏକ ଐତିହାସିକ ବିଜୟ । କିଛି ଛୋଟ ପ୍ରୟାସ ଅଛି ଯାହାର ଅର୍ଥ ବହୁତ ବଡ଼। ମୁଁ କେରଳର ଏର୍ନାକୁଲମ୍ର ଦକ୍ଷିଣ ଚିତ୍ତୁରରେ ଏକ କ୍ରୀଡ଼ା ପଦକ୍ଷେପ ବିଷୟରେ ଜାଣିଲି। ସେଠାରେ ଏକ ସ୍କୁଲରେ ଏକ ସଂସ୍କୃତ କ୍ଲବ୍ ଅଛି। ପ୍ରଫେସର ଅଭିଲାଷ ଜୀ ସଂସ୍କୃତକୁ ଏକ ଅନନ୍ୟ ଉପାୟରେ ଲୋକପ୍ରିୟ କରୁଛନ୍ତି । "

କାର୍ଗିଲ ବିଜୟ ଦିବସର ଜଣାଇଲେ ଶୁଭେଚ୍ଛା- ମନ୍ କି ବାତ୍‌ର ୨୭ତମ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ''ଏହା ଆମର ବୀର ଯବାନ ମାନଙ୍କ ବୀରତ୍ବକୁ ମନେ ପକାଇବାର ଦିନ। ଯବାନଙ୍କ ବଳିଦାନ ପିଢିଙ୍କୁ ପ୍ରେରଣା ଦେବ । ଏହି ଦିନ ଆମକୁ ଗର୍ବିତ କରିଥାଏ । ମା ଭାରତୀଙ୍କ ସୁରକ୍ଷା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ ଆମେ ବୀର ଯବାନ । '' ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଆଜି, ପ୍ରତିରକ୍ଷା ଉତ୍ପାଦନ ହେଉ, ପ୍ରତିରକ୍ଷା ରପ୍ତାନି ହେଉ, କିମ୍ବା ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହିତ ରାଜନୈତିକ ସହଯୋଗ ହେଉ, ଭାରତ ନିରନ୍ତର ନୂତନ ଶିଖରରେ ପହଞ୍ଚିବାରେ ଲାଗିଛି । ମାସ ଆରମ୍ଭରେ, ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠାରେ ବ୍ରହ୍ମୋସ ଏବଂ ଆସ୍ତ୍ର କ୍ଷେପଣାସ୍ତ୍ର ପାଇଁ ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । କିଛି ଦିନ ତଳେ ଭାରତୀୟ ନୌସେନାରେ ସାମିଲ ହୋଇଛି ଆଇଏନଏସ ମହେନ୍ଦ୍ରଗିରି । ଭାରତର ପ୍ରତିରକ୍ଷା ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧି ପାଉଛି । "

'ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଯିବା ଉଚିତ୍'- ଶେଷରେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ଗତ କିଛି ବର୍ଷ ମଧ୍ୟରେ, 'ହର ଘର ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଆତ୍ମା ସହିତ ଯୋଡ଼ି ଛି। ଏହି ବର୍ଷ ମଧ୍ୟ, ଆମକୁ ପୂର୍ଣ୍ଣ ଉତ୍ସାହର ସହିତ ହର ଘର ତିରଙ୍ଗା ଅଭିଯାନକୁ ଆଗକୁ ନେବାକୁ ପଡିବ। ଆମକୁ ପୂର୍ଣ୍ଣ ସମ୍ମାନର ସହିତ ଆମ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ପଡିବ।"