ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା, ବହୁ ପଛରେ ପଡିଗଲେ ବାଇଡେନ୍ ଓ ସୁନକ୍

- ପଛରେ ପଡିଗଲେ ଆମେରିକା ରାଷ୍ଟ୍ରପତି
- ପୂର୍ବ ବର୍ଷ ତୁଳନାରେ ମୋଦିଙ୍କୁ ଅଧିକ ୬% ରେଟିଂ
- ନିମ୍ନରେ ଅଛନ୍ତି ଜାପାନ ଓ ନରଓ୍ବେ ପିଏମ୍
ନୂଆଦିଲ୍ଲୀ ୦୪/ ୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ବିଶ୍ବର ସବୁଠୁ ଲୋକପ୍ରିୟ ନେତା ହେବାକୁ ଯାଉଛନ୍ତି । ରାଜନୈତିକ ସଫଳତା, ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ତଥା ବିଶ୍ବକୁ ଦିଶା ଦେଖାଇବାରେ ପ୍ରମୁଖ ଭୂମିକା ତୁଲାଉଥିବା ମୋଦି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛନ୍ତି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶର ନେତା ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ୍ ରାଷ୍ଟ୍ରପତି ଋଷି ସୁନକ୍ଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ଗ୍ଲୋବାଲ୍ ଲିଡର୍ ଆପ୍ରୋଭାଲ୍ରେ ସର୍ବାଧିକ ରେଟିଂ ପାଇଛନ୍ତି । ମୋଦିଙ୍କୁ ମୋଟ ୭୮ ପ୍ରତିଶତ ରେଟିଂ ମିଳିଛି ।
ଆମେରିକୀୟ ରିସର୍ଚ୍ଚ ସଂସ୍ଥା ମର୍ଣ୍ଣିଂ କନସଲ୍ଟର ସର୍ଭେ ଅନୁଯାୟୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବାଧିକ ଜନତା ପସନ୍ଦ କରନ୍ତି । ମୋଟ ୨୨ଟି ଦେଶର ନେତୃତ୍ବଙ୍କୁ ନେଇ ଏହି ସର୍ଭେ କରିଥିଲା ମର୍ଣ୍ଣିଂ କନସଲ୍ଟ । ଯେଉଁଥିରେ ପିଏମ୍ ମୋଦି ରାଙ୍କ ଶୀର୍ଷରେ ରହିଛନ୍ତି । ମୋଦିଙ୍କ ପରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପ୍ଜ, ୩ୟରେ ସ୍ବିଜରଲାଣ୍ଡ ରାଷ୍ଟ୍ରପତି ଆଲେନ୍ ବେରସେଟ୍, ୪ର୍ଥରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାନ୍ଥୋନୀ ଆଲବାନିଜ୍, ୫ମରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନୀ, ୬ଷ୍ଠରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ରହିଛନ୍ତି ।
ପଢନ୍ତୁ ଏହି ଖବର: କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ପରେ ୫ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଗ୍ଲୋବାଲ୍ ଲିଡର୍ ଆପ୍ରୋଭାଲ୍ ଟ୍ରାକର୍ର ରିପୋର୍ଟ ଅନୁଯାୟୀ, ଲୋକପ୍ରିୟ ନେତା ତାଲିକାର ସବୁଠାରୁ ତଳେ ରହିଛନ୍ତି ଜାପାନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବାଧିକ ୭୮ ପ୍ରତିଶତ ରେଟିଂ ମିଳିଛି । ପୂର୍ବ ବର୍ଷ (୭୨%) ତୁଳନାରେ ତାହା ଆହୁରି ୬% ଅଧିକ । ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପ୍ଜଙ୍କୁ ୬୮%, ୩ୟରେ ସ୍ବିଜରଲାଣ୍ଡ ରାଷ୍ଟ୍ରପତି ଆଲେନ୍ ବେରସେଟ୍ଙ୍କୁ ୬୨%, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାନ୍ଥୋନୀ ଆଲବାନିଜ୍ଙ୍କୁ ୫୮%, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନୀଙ୍କୁ ୫୨%, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭାଙ୍କୁ ୫୨% ରେଟିଂ ମିଳିଛି ।
କେଉଁ ନେତାଙ୍କୁ ମିଳିଛି କେତେ ରେଟିଂ
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍-୪୦%
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ-୪୦%
ଇରିସ୍ ପ୍ରଧାନମନ୍ତ୍ରୀ ଲିଓ ଭରଦକର-୩୭%
ବେଲଜିୟମ ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର ଡି କ୍ରୋ-୩୬%
ସ୍ପ୍ରେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନସେଜ୍-୩୬%
ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମାଟ୍ୟୁଜ୍ ମୋରାଓ୍ବିସିକି-୩୨%
ଜର୍ମାନୀ ଚାନ୍ସଲର ଓଲାଫ ସ୍କୋଲଜ୍-୩୨%
ଓ୍ବିଡେନ୍ ପ୍ରଧାନମନ୍ତ୍ରୀ ଉଲଫ୍ କ୍ରିଷ୍ଟରସନ୍ -୩୧%
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍-୩୦%
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋଂ-୨୯%
ସାଉଥ କୋରିଆ ରାଷ୍ଟ୍ରପତି ୟୋନ୍ ୟୁଲ୍-୨୩%
ଜାପାନ ପ୍ରଧାନମନ୍ତ୍ରୀ ଫୋମିଓ କିସିଡା-୨୧%
ନରଓ୍ବେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର୍-୨୧%