ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେବାକୁ ଗଲେ ପ୍ରଧାନମନ୍ତ୍ରୀ , ମା’ଙ୍କ ଠାରୁ ନେଲେ ଆଶୀର୍ବାଦ ମୋଦି

ଅହମ୍ମଦାବାଦ – ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ଭୋଟିଂ କାଲି ଅର୍ଥାତ୍ ୫ ଡିସେମ୍ୱରରେ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ଯାଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟର ନିର୍ବାଚନର ପ୍ରଚାରର ଶବ୍ଦ ଥମି ଯାଇଛି । ପିଏମ୍ ମୋଦି ଆଜି ମାଆ ହିରାବେନଙ୍କୁ ଭେଟିବାକୁ ଗାନ୍ଧୀନଗରରେ ତାଙ୍କର ଆବାସରେ ପହଞ୍ଚିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇ ପିଏମ୍ ମୋଦିଙ୍କ ଫଟୋ ମଧ୍ୟ ସେୟାର କରିଛି। ଫଟୋରେ ଦେଖିବାକୁ ମିଳେ କି ପିଏମ୍ ମୋଦି ନିଜ ମାଆଙ୍କ ସହ ବସି ଚା ପିଉଛନ୍ତି। ପିଏମ୍ ମୋଦି ମାଆଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ମଧ୍ୟ ନେଉଛନ୍ତି ।
ସୂଚନା ଯେ, ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦୁଇ ପର୍ଯ୍ୟାୟର ଭୋଟିଂ ହେବାର ଥିଲା । ପ୍ରଥମ ପର୍ଯ୍ୟାୟର ଭୋଟିଂ ୧ ଡିସେମ୍ୱରରେ ହୋଇ ସାରିଛି। ଦ୍ୱିତୀୟ ପର୍ଯ୍ୟାୟର ଭୋଟିଂ କାଲି ଅର୍ଥାତ୍ ୫ ଡିସେମ୍ୱରରେ ହେବ। ଦ୍ୱିତୀୟ ପର୍ଯ୍ୟାୟର ନିର୍ବାଚନ ପ୍ରଚାର ଉପରେ ରୋକ୍ ଲାଗି ସାରିଛି। ସବୁ ରାଜନୈତିକ ଦଳମାନେ ପ୍ରଚାରରେ ପୁରା ଶକ୍ତି ପ୍ରୟୋଗ କରି ଦେଇଥିଲେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଭୋଟ୍ ଦେବେ । ଭୋଟ୍ ଦେବା ପୂର୍ବରୁ ସେ ଅହମ୍ମଦାବାଦରେ ନିଜ ମାଆଙ୍କୁ ସାକ୍ଷାତ୍ କରିଛନ୍ତି। ତାଙ୍କର ଆଶୀର୍ବାଦ ବି ନେଇଛନ୍ତି।
#WATCH | Gujarat: Prime Minister Narendra Modi meets his mother Heeraben Modi at her residence, in Gandhinagar. pic.twitter.com/C4uh1CMOFb
— ANI (@ANI) December 4, 2022
ଉଲ୍ଲେଖନୀୟ ଯେ, ଗୁଜରାଟରେ ପ୍ରଥମ ପର୍ଯ୍ଯାୟର ଭୋଟିଂ ଶେଷ ହୋଇ ସାରିଛି। ୮୯ ସିଟ୍ରେ ଗୁରୁବାର ମତଦାତାମାନେ ୭୮୮ ପ୍ରତ୍ୟାଶୀଙ୍କ ଭାଗ୍ୟର ନିଷ୍ପତ୍ତି ଇଭିଏମ୍ରେ କଏଦ କରିଛନ୍ତି । ପ୍ରଥମ ଫେଜ୍ରେ ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୫୯.୨ ପ୍ରତିଶତ ଭୋଟିଂ ହୋଇଛି । ଆଗାମୀ ପର୍ଯ୍ୟାୟର ଭୋଟିଂ କାଲି ହେବ। ନିର୍ବାଚନର ଫଳାଫଳ ୮ ଡିସେମ୍ୱରରେ ଆସିବ । ଏମିତି ଅନୁମାନ କରାଯାଉଛି କି ଏହିଥର ମୁକାବିଲା ତ୍ରିକୋଣୀୟ ରହିଛି । ଏହି ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସରେ ହିଁ ମୁଖ୍ୟ ମୁକାବିଲା ଥିଲା । ଚଳିତ ଥରରୁ ଆମ୍ ଆଦମୀ ପାର୍ଟି ମଧ୍ୟ ନିର୍ବାଚନ ମୈଦାନରେ ପୂରା ଜୋର ଲଗେଇ ଦେଇଛି ।