PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ମୋଦିଙ୍କ ଅରୁଣାଚଳ ଗସ୍ତରେ ଚୀନର ଆପତ୍ତି

ନୂଆଦିଲ୍ଲୀ,୯ ।୨(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଅରୁଣାଚଳ ପ୍ରଦେଶ ଗସ୍ତ ଉପରେ ଆପତ୍ତି ଉଠାଇଛି ଚୀନ୍‌ । କହିଛି ଏହା ଦୁଇଦେଶ ମଧ୍ୟରେ ଉତ୍ତେଜନା ବଢ଼ାଇବା ସହ ସୀମା ବିବାଦକୁ ଅଧିକ ଜଟିଳ କରିବ । ହେଲେ ଚୀନ୍‌ର ଆପତ୍ତି ଉପରେ ଭାରତ କଡା ଜବାବ ଦେଇଛି । କହିଛି ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ।
ଚୀନ୍‌ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଂ କହିଛନ୍ତି ସୀମା ପ୍ରସଙ୍ଗରେ ଚୀନ୍‌ର ଆଭିମୁଖ୍ୟ ସ୍ପଷ୍ଟ ଓ ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେଣୁ ଦୁଇଦେଶର ସୀମାରେ ଅବସ୍ଥିତ ଅରୁଣାଚଳକୁ ଚୀନ୍‌ କେବେ ବି ସ୍ୱୀକୃତି ଦେଇନାହିଁ କିମ୍ବା ଏହା ଭାରତର ଅଂଶ ବୋଲି ଗ୍ରହଣ କରେନାହିଁ । ଏହା ଦକ୍ଷିଣ ତିକ୍ରତ ଓ ଆମ ଦେଶର ଏକ ଅଂଶ ଭାବେ ଆମେ ବିଶ୍ୱାସ କରୁ । ତେଣୁ ଭାରତୀୟ ନେତାମାନଙ୍କ ସେହି ବିବାଦୀୟ ଅଞ୍ଚଳ ଗସ୍ତ ଦୁଇଦେଶ ମଧ୍ୟରେ ବିବାଦକୁ ଆହୁରି ବଢ଼ାଇବ । ଗତବର୍ଷ ୟୁହାନରେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ୍‌ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ମଧ୍ୟରେ ଯେଉଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଆରମ୍ଭ ହୋଇଥିଲା ଭାରତର ଏଭଳି ପଦକ୍ଷେପ ଯୋଗୁ ତାହା ପ୍ରଭାବିତ ହେବ । ତେଣୁ ଦୁଇଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତଥା ତାକୁ ସମ୍ମାନ ଜଣାଇ ଭାରତ ବିବାଦ ସୃଷ୍ଟିରୁ ଦୂରେଇ ରହିବା ଆବଶ୍ୟକ ।
ଚୀନ୍‌ର ଏଭଳି ଆପତ୍ତି ଉପରେ ଭାରତର ବିଦେଶ ମନ୍ତ୍ରଣାଳୟ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଅରୁଣାଚଳ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏକଥା ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଅନେକଥର ଅବଗତ କରାଯାଇଛି । ଅରୁଣାଚଳ ହେଉଛି ଦେଶର ଅନ୍ୟ ରାଜ୍ୟ ଭଳି । ତେଣୁ ଅନ୍ୟ ରାଜ୍ୟକୁ ଯେଭଳି ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ନେତାମାନେ ଗସ୍ତ କରନ୍ତି ଠିକ ସେହିଭଳି ଅରୁଣାଚଳକୁ ଗସ୍ତରେ ଯାଇଥାନ୍ତି । ଏଥିରେ ଚୀନ୍‌ ଆପତ୍ତି ଉଠାଇବାର କୌଣସି ଯଥାର୍ଥତା ନାହିଁ । ଭାରତ ଓ ଚୀନ୍‌ ମଧ୍ୟରେ ୩,୪୮୮ କି.ମି. ସୀମା ରହିଛି । ତା’ଛଡା ଅରୁଣାଚଳ ପ୍ରଦେଶକୁ ଚୀନ୍‌ ନିଜର ବୋଲି ଦାବି କରିଆସୁଛି । ସେହି କାରଣରୁ ଭାରତୀୟ ନେତାଙ୍କ ଗସ୍ତ ଉପରେ ଆପତ୍ତି ଉଠାଉଛି । ୧୯୬୨ ପରଠାରୁ ଦୁଇଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି ।
ସୂଚନାଯୋଗ୍ୟ ଯେ ଆଜି ଦିନିକିଆ ଉତ୍ତର-ପୂର୍ବାଞ୍ଚଳ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଅରୁଣାଚଳ ପ୍ରଦେଶରେ ପ୍ରାୟ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ସେ ହୋଲୋଙ୍ଗି ଠାରେ ଗ୍ରୀନ୍‌ଫିଲ୍ଡ ଏୟାରପୋର୍ଟର ଶିଳାନ୍ୟାସ କରିବା ସହ ଲୋହିତ ଜିଲ୍ଲାର ତେଜୁରେ ସମ୍ପ୍ରସାରିତ ବିମାନବନ୍ଦରର ଉଦ୍‌ଘାଟନ କରିଛନ୍ତି । ଏଥିସହ ସେ ଅରୁଣାଚଳ ପ୍ରଦେଶ ପାଇଁ ନୂଆ ଦୂରଦର୍ଶନ ଚ୍ୟାନେଲ ‘ଅରୁଣ ପ୍ରଭା’ର ଶୁଭାରମ୍ଭ କରିଛନ୍ତି । ମୋଦି ଜୋଟ୍‌ଠାରେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏଫଟିଆଇଆଇ)ର ଏକ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବା ସହିତ ୧୧୦ ମେଗାୱାଟ କ୍ଷମତା ସମ୍ପନ୍ନ ପାରେ ଜଳବିଦ୍ୟୁତ ପ୍ରକଳ୍ପକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ୫୦ଟି ହେଲ୍‌ଥ ଆଣ୍ଡ ୱେଲନେସ ସେଣ୍ଟର ଉଦ୍‌ଘାଟନ କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର