PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

୧୦ ଲକ୍ଷ ଆଶାକର୍ମୀଙ୍କୁ ଡବ୍ଲୁଏଚଓ ପକ୍ଷରୁ ମିଳିଲା ‘ଗ୍ଲୋବାଲ ହେଲଥ୍ ଲିଡର୍ସ ଆଓ୍ବାର୍ଡ’, ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୩।୫: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ୧୦ ଲକ୍ଷ ମହିଳା ଆଶାକର୍ମୀଙ୍କୁ ‘ଗ୍ଲୋବାଲ ହେଲଥ୍ ଲିଡର୍ସ ଆଓ୍ବାର୍ଡ’ ରେ ସମ୍ମାନିତ କରିଛି। ଏହି ପୁରସ୍କାର ତାଙ୍କୁ WHO ମହାନିର୍ଦ୍ଦେଶକଙ୍କ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେସିସ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଶାକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜର ଟ୍ବିଟର ଆକାଉଣ୍ଟରୁ ଟ୍ବିଟ୍‌ କରି ଲେଖିଛନ୍ତି, ମୁଁ ଖୁସି ଯେ ଆଶାକର୍ମୀଙ୍କ ପୁରା ଟିମ୍‌କୁ ‘ଗ୍ଲୋବାଲ ହେଲଥ୍ ଲିଡର୍ସ ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି। ସବୁ ଆଶାକର୍ମୀଙ୍କୁ ମୋର ଅଭିନନ୍ଦନ। ସୋନେ ଏକ ସୁସ୍ଥ ଭାରତ ସୁନିଶ୍ଚିତ କରିବାରେ ସବୁଠାରୁ ଆଗରେ। ତାଙ୍କର ସମର୍ପଣ ଓ ସଂକଳ୍ପ ପ୍ରଶଂସନୀୟ।

ଡବ୍ଲୁଏଚଓର ଟ୍ବିଟର ଥ୍ରେଡ୍‌ରେ କୁହାଯାଇଛି, ଆଶାକର୍ମୀମାନେ ମାତୃତ ସେବା ଓ ପିଲାଙ୍କ ଟିକାରକଣ କ୍ଷେତ୍ର ଅନେକ କାର୍ଯ୍ୟ କରୁଛନ୍ତି। ଏହା ସହିତ ପୋଷଣ, ସ୍ବଚ୍ଛତା ଓ ସୁସ୍ଥ ଜୀବନ ଏବଂ ଗ୍ରାମୀଣ କ୍ଷେତ୍ରରେ ସ୍ବାସ୍ଥ୍ୟ ସୁବିଧା ପହଁଞ୍ଚାଇବା ପାଇଁ ଅନେକ କାର୍ଯ୍ୟ କରୁଛନ୍ତି। କରୋନା ମହାମାରୀ ସମୟରେ ଆଶାକର୍ମୀମାନେ ଫ୍ରଣ୍ଟ ଲାଇନ୍ ଯୋଦ୍ଧା ଭାବରେ କାମ କରିଛନ୍ତି। ଘରକୁ ଘର ଯାଇ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିବା ସହ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବାର କାମ କରିଛନ୍ତି। “The Accredited Social Health Activist Workers (ASHA) “ASHA ର ଅର୍ଥ ହିନ୍ଦୀରେ ହେଉଛି ‘ଆଶା’। ରବିବାର ଭାରତର ୧୦ ଲକ୍ଷ ମହିଳା ଆଶାକର୍ମୀଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମ୍ମାନିତ କରିଛି।

ଉଲ୍ଲେଖନୀୟ ଯେ, ଡବ୍ଲୁଏଚଓର ମହାନିର୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେସିସ୍ ରବିବାର ବିଶ୍ୱ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଅବଦାନ, ବୃଦ୍ଧି, ନେତୃତ୍ୱ ପ୍ରଦର୍ଶନ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ ପ୍ରସଙ୍ଗ ପ୍ରତି ପ୍ରତିବଦ୍ଧତାକୁ ନେଇ ୬ଟି ପୁରସ୍କାର ଘୋଷଣା କରିଥିଲେ। ଏହି ସମାରୋହ ୭୫ ତମ ବିଶ୍ବ ସ୍ବାସ୍ଥ୍ୟସଭା ଉଦଘାଟନ ଅଭିଯାନର ଅଂଶ।ଏହି ପୁରସ୍କାରଗୁଡିକ ୨୦୧୯ରୁ ଆାରମ୍ଭ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବ ୭୫ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭାର ଉଚ୍ଚ ସ୍ତରୀୟ ଉଦ୍ଘାଟନୀ ଅଧିବେଶନର ଏକ ଅଂଶ ଥିଲା।ଗ୍ଲୋବାଲ ହେଲଥ୍ ଲିଡର୍ସ ଆଓ୍ବାର୍ଡ ବିଜେତାଙ୍କ ସିଲେକ୍ସନ ଡବ୍ଲୁଏଚଓ ମହାନିର୍ଦେଶକ କରିଥିଲେ।

ସମ୍ବନ୍ଧିତ ଖବର