ନୂଆଦିଲ୍ଲୀ, ୨୫/୧୨ : ଦିଲ୍ଲୀ ସ୍ଥିତ କ୍ୟାଥେଡ୍ରାଲ ଚର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ଭାରତର ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ସହ ଖ୍ରୀଷ୍ଟମାସ ପାଳିଲେ ପିଏମ୍। ପ୍ରାର୍ଥନା ସଭାରେ ଦେଲେ ଯୋଗ। ଏହି ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ବିଶେଷ ପ୍ରାର୍ଥନା କରାଯାଇଛି। ଖ୍ରୀଷ୍ଟମାସର ପବିତ୍ର ଅବସରରେ ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଖ୍ରୀଷ୍ଟମାସ ସକାଳେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ଅଫ୍ ଦି ରିଡେମ୍ପସନ୍ରେ ଯୋଗ ଦେଇଥିଲି। ପ୍ରାର୍ଥନା ସଭାରେ ପ୍ରେମ, ଶାନ୍ତି ଏବଂ କରୁଣାର ଅନନ୍ତ ବାର୍ତ୍ତାକୁ ଝଲକ ଦେଖିବାକୁ ମିଳିଥିଲା। ଖ୍ରୀଷ୍ଟମାସର ସଦ୍ଭାବନା ଆମ ସମାଜରେ ସଦ୍ଭାବ ଏବଂ ଏକତାକୁ ପ୍ରେରଣା ଦେବ।

ସେହିପରି ଆଉ ଏକ ପୋଷ୍ଟରେ ମୋଦି ସମସ୍ତଙ୍କୁ ଶାନ୍ତି, କରୁଣା ଏବଂ ଆଶାରେ ଭରପୁର ଆନନ୍ଦମୟ ଖ୍ରୀଷ୍ଟମାସର ଶୁଭକାମନା ଜଣାଇଥିଲେ। ସେ ଲେଖିଥିଲେ ଯେ, ଈଶ୍ଵର କରନ୍ତୁ ଯୀଶୁଙ୍କ ଶିକ୍ଷା ଆମ ସମାଜରେ ସଦ୍ଭାବନାକୁ ଆହୁରି ମଜବୁତ କରୁ।