PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଚନ୍ଦ୍ରଯାନ-୨ର ସଫଳ ଲଞ୍ଚିଂ ପରେ ତାଳି ମାରିଲେ ମୋଦି, ଦେଖନ୍ତୁ ଭିଡିଓ

ନୁଆଦିଲ୍ଲୀ ୨୨/୭: ଭାରତକୁ ମହାକାଶରେ ଆଉ ଏକ ସଫଳତା ମିଳିଛି । ଇସ୍ରୋ ସୋମବାର ୨.୪୩ ମିନିଟରେ ଚନ୍ଦ୍ରଯାନ-୨ ଲଞ୍ଚ୍ କରିଛି । ଶ୍ରୀହରିକୋଟାର ସତୀଶ ଧୱନ୍ ସ୍ପେଶ୍ ସେଣ୍ଟରରେ ଯେତେବେଳେ ୨.୪୩ ମିନିଟରେ ଚନ୍ଦ୍ରଯାନ ଲଞ୍ଚ ହେଉଥିଲା ସେତେବେଳେ ସାରା ଦେଶ ଏହି ମୂହୁର୍ତ୍ତକୁ ଉପଭୋଗ କରୁଥିଲେ । ଚନ୍ଦ୍ରଯାନ ଲଞ୍ଚ ହେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ମୂହୁର୍ତ୍ତକୁ ଟିଭିରେ ଦେଖୁଥିଲେ ।

ଲଞ୍ଚିଂର କିଛି ସମୟ ପୂର୍ବରୁ ସାରା ଦେଶବାସୀ ଏହି ସମୟକୁ ପ୍ରତୀକ୍ଷା କରିଥିଲେ । ଦେଶବାସୀଙ୍କ ସ୍ପନ୍ଦନ କିଛି ସମୟ ପାଇଁ ବଢି ଯାଇଥିଲା । କାରଣ ଲଞ୍ଚିଂର ପୂର୍ବରୁ କିଛି ସମୟ ବହୁତ ଖାସ୍ ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟିଭିରେ ଲଞ୍ଚିଂର ସିଧାପ୍ରସାରଣ ଦେଖୁଥିଲେ । ଯେତେବେଳେ ଚନ୍ଦ୍ରଯାନ ସଫଳତା ପୂର୍ବରୁ ଲଞ୍ଚ ହେଲା ପ୍ରଧାନମନ୍ତ୍ରୀ ମୋଦି ତାଳି ମାରିବାକୁ ଲାଗିଲେ ।

ନ୍ଯୁଜ୍ ଏଜେନ୍ସି ଏଏନଆଇ ତରଫରୁ ଜାରି କରାଯାଇଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେତେବେଳେ ଚନ୍ଦ୍ରଯାନ ଲଞ୍ଚ ହେଉଛି ମୋଦିଙ୍କ ମୁଖମଣ୍ଡଳରେ ଖୁସିର ଲହରୀ ଖେଳି ଯାଉଛି । ପ୍ରଧାନମନ୍ତ୍ରୀ ଇସ୍ରୋକୁ ଚନ୍ଦ୍ରଯାନ-୨ର ସଫଳ ଲଞ୍ଚିଂ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର