PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପିଏମ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ମାମଲାରେ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ସମନ, ଜୁନ୍ ୭ରେ ହାଜର ହେବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ମାମଲାରେ ମଙ୍ଗଳବାର ଗୁଜରାଟ ଅହମ୍ମଦାବାଦର ଏକ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ସମନ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏକାଡେମିକ ଡିଗ୍ରୀ ସମ୍ପର୍କରେ ଗୁଜୁରାଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦାଖଲ ହୋଇଥିବା ଅପରାଧିକ ମାନହାନି ମାମଲାରେ ଉଭୟଙ୍କୁ ଜୁନ୍ ୭ ରେ ହାଜର ହେବାକୁ କୁହାଯାଇଛି । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ଏସ.ଜେ ପାଞ୍ଚାଲ ଅରବିନ୍ଦ କେଜ୍ରିୱାଲ ଏବଂ ସଞ୍ଜୟ ସିଂଙ୍କୁ ସମନ ଜାରି କରିଛନ୍ତି । ତେବେ ପୂର୍ବରୁ ଉଭୟଙ୍କୁ ଏହି ମାମଲାରେ ୨୩ ମେ ରେ ଅଦାଲତରେ ହଜାର ହେବା ପାଇଁ ଏକ ସମନ ପଠାଯାଇଥିଲା । ହେଲେ ଉଭୟ ଅନୁପସ୍ଥିତ ରହିଥିଲେ ।

www.businesstoday.in

ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ୍ ଜୟେଶ ଚୋବାଟିୟାଙ୍କ ଅଦାଲତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଗୁଜରାଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କ ‘ବ୍ୟଙ୍ଗାତ୍ମକ’ ଏବଂ ‘ଅପମାନଜନକ’ ବିବୃତ୍ତି ପାଇଁ ସମନ ଜାରି କରିଥିଲେ । ସୋମବାର ଦିନ AAP ର ଗୁଜୁରାଟ ୟୁନିଟର ଲିଗାଲ୍ ସେଲର ମୁଖ୍ୟ ପ୍ରଣବ ଠକର କହିଥିଲେ ଯେ, କେଜ୍ରିୱାଲ ଏବଂ ସଞ୍ଜୟ ସିଂଙ୍କୁ କୋର୍ଟ ଜାରି କରିଥିବା ସମନ ଏପର୍ଯ୍ୟନ୍ତ ମିଳିନାହିଁ ।

ଗୁଜରାଟ ବିଶ୍ୱବିଦ୍ୟାଳୟର ଆଡଭୋକେଟ ମଙ୍ଗଳବାର ଦିନ ନୂତନ ବିଚାରପତି ଏସ.ଜେ ପାଞ୍ଚାଲଙ୍କୁ ଏହି ମାମଲାର ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ପୂର୍ବ ନ୍ୟାୟାଧିଶ ଅଭିଯୁକ୍ତଙ୍କୁ ୨୩ ମେରେ ଅଦାଲତରେ ହାଜର ହେବାପାଇଁ କହିଥିଲେ । ଯାହାକି ଏପ୍ରିଲ ୧୫ ରେ ନୋଟିସ ହୋଇଥିଲା । ଯେହେତୁ କୋର୍ଟରେ କେହି ଉପସ୍ଥିତ ହୋଇ ନାହାଁନ୍ତି, ସେମାନେ ସମନ ଗ୍ରହଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏହା ଉପରେ ଜଜ୍ କର୍ମଚାରୀଙ୍କୁ ଏହା ଦେଖିବା ପାଇଁ କହିଥିଲେ ଏବଂ ପରେ କେଜ୍ରିୱାଲ ଏବଂ ସିଂଙ୍କୁ ପୁଣିଥରେ ସମନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।