ନୂଆଦିଲ୍ଲୀ,୨୬/୦୧: ଭାରତ ତାର ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ମହାନ୍ ପର୍ବକୁ ନେଇ ସବୁଠି ଉତ୍ସାହ । ଦେଶର କୋଣ-ଅନୁକୋଣରେ ଫର ପର୍ ହୋଇ ଉଡୁଛି ତ୍ରିରଙ୍ଗା । ରାଜାଧୀନ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ରଙ୍ଗାରଙ୍ଗ ପରେଡ ସମାରୋହରେ ଭାରତର ଶକ୍ତି ଓ ଏକତାର ସାମର୍ଥ୍ୟ ଦେଖବାକୁ ମିଳିବ । ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ସମ୍ମାନ, ଗର୍ବ ଏବଂ ଗୌରବର ପ୍ରତୀକ ଏହି ମହାନ ଜାତୀୟ ପର୍ବ ବୋଲି ଏକ୍ସରେ କହିଛନ୍ତି ପ୍ରଧାମମନ୍ତ୍ରୀ ।
ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି,''ଗଣତନ୍ତ୍ର ଦିବସରେ ମୋର ଦେଶବାସୀଙ୍କୁ ଶୁଭେଚ୍ଛା । ଦେଶର ସମ୍ମାନ, ଗର୍ବ ଏବଂ ଗୌରବର ପ୍ରତୀକ ଏହି ମହାନ୍ ଜାତୀୟ ପର୍ବ । ଏହି ପର୍ବ ସମସ୍ତଙ୍କ ମନରେ ନୂଆ ଉତ୍ସାହ ଭରିଦେଉ । ବିକଶିତ ଭାରତର ସଂକଳ୍ପ ଆହୁରି ଅଧିକ ସୁଦୃଢ ହେଉ ।''
ଏହା ବି ପଢନ୍ତୁ...ଦେଶ ପାଳୁଛି ୭୭ତମ ଗଣତନ୍ତ୍ର ଦିବସ: କର୍ତ୍ତବ୍ୟପଥରେ ବିଶ୍ୱ ଦେଖିବ ଭାରତର ଶକ୍ତି, ପରାକ୍ରମ
सभी देशवासियों को गणतंत्र दिवस की बहुत-बहुत बधाई। भारत की आन-बान और शान का प्रतीक यह राष्ट्रीय महापर्व आप सभी के जीवन में नई ऊर्जा और नए उत्साह का संचार करे। विकसित भारत का संकल्प और अधिक सुदृढ़ हो, यही कामना है।
— Narendra Modi (@narendramodi) January 26, 2026
କର୍ତ୍ତବ୍ୟପଥରେ ପ୍ରାୟ ୯୦ ମିନିଟ୍ ଧରି ଭାରତର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତାର ଝଲ୍କ ମଧ୍ୟ ସମଗ୍ର ବିଶ୍ୱ ଦେଖିବ । କର୍ତ୍ତବ୍ୟପଥରେ ସୈନ୍ୟ ବାହୁବଳୀ ଦେଖିବାକୁ ମିଳିବ । ବ୍ରହ୍ମୋସ୍, ଅର୍ଜୁନ ଓ ଆକାଶ ସାମିଲ ହେବେ ଚଳିତବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଓ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ଅତିଥି ଯୋଗଦେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିବିଧତା ମଧ୍ୟରେ ଏକତା ଆରମ୍ଭ ହେବ । ଭାରତୀୟ ଯବାନମାନେ ସେମାନଙ୍କ କଳାକୌଶଳ ପ୍ରଦର୍ଶନ କରିବେ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ଗଡିବ ।