PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଲାଲ କିଲାରୁ ବଡ଼ ଘୋଷଣା କରିପାରନ୍ତି ପିଏମ ମୋଦୀ, ଲୋକଙ୍କୁ ମିଳିବ ସିଧା ସୁବିଧା

ନୂଆଦିଲ୍ଲୀ,୧୧/୮ : ଅଗଷ୍ଟ ୧୫ତାରିଖରେ ଲାଲ କିଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀବନ ରକ୍ଷକ ଔଷଧର ମୂଲ୍ୟକୁ ନେଇ ବଡ଼ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଭାଷଣରେ ଜରୁରୀ ଏବଂ ଲମ୍ବା ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟକୁ ନେଇ ବଡ଼ ଘୋଷଣା କରିବେ । କୁହାଯାଉଛି କି ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀଙ୍କ ଲାଲ କିଲାରୁ ଏହା ୯ମ ଭାଷଣ ହେବ । ସେ ପ୍ରଥମ ଥର ୨୦୧୪ରେ ଲାଲ କିଲାରେ ଭାଷଣ ଦେଇଥିଲେ ।

ସୂଚନା ମୁତାବକ,ଜରୁରୀ ଔଷଧର ଲିଷ୍ଟ ତଥା ଏନଇଏଲଏମରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ । ଏବେ ପର୍ଯ୍ୟନ୍ତ ଲିଷ୍ଟରେ ୩୫୫ଔଷଧ ରହିଛି । ଏହାସହ ସରକାର କମ୍ପାନୀଗୁଡ଼ିକର ମାର୍ଜିନ ଉପରେ ସିଏପି ଲଗାଇପାରନ୍ତି । ଏହା ହେବାଦ୍ବାରା ଔଷଧର ମୂଲ୍ୟ ୭୦ପ୍ରତିଶତ କମ୍ ହୋଇଯିବ । ସରକାର ଏହାକୁ କେତେକ ସୋପାନରେ କାର୍ଯ୍ୟକାରୀ କରିପାରନ୍ତି ।

ଏହାବ୍ୟତୀତ ପିଏମ୍ ମୋଦୀ ମେଡ଼ିକାଲ ଟୁରିଜିମ୍ ବଢାଇବା ଲାଗି ନୂଆ ଯୋଜନାର ଘୋଷଣା କରିପାରନ୍ତି । ପିଏମ୍ ମୋଦୀ ନିଜ ଭାଷଣରେ ଦେଶରେ ମେଡ଼ିକାଲ ଟୁରିଜିମ୍‌କୁ ପ୍ରୋତ୍ସାହନ ଦେବା ଏବଂ ଭାରତର ଆୟୁର୍ବେଦିକ ଏବଂ ପରମ୍ପରାଗତ ଚିକିତ୍ସା ପଦ୍ଧତିକୁ ଅର୍ଥବ୍ୟବସ୍ଥାର ବିକାଶର ମୁଖ୍ୟ ଉତ୍ସ ମାନିବାକୁ ଯାଇ କେତେକ ନୂଆ ଘୋଷଣା କରିପାରନ୍ତି । ସୂଚନା ମୁତାବକ ଏହା, ହେଲ ଇନ ଇଣ୍ଡିଆ, ହେଲ ବାଏ ଇଣ୍ଡିଆର ଥିମ ଉପରେ ହୋଇପାରେ । ଯାହାଦ୍ବାରା ସମଗ୍ର ଆର୍ଥିକ ବିକାଶର ଢାଞ୍ଚା ପ୍ରସ୍ତୁତ କରାଯାଇପାରିବ ।

ସମ୍ବନ୍ଧିତ ଖବର