ନୂଆଦିଲ୍ଲୀ,୧୪/୦୪; ଭାରତରତ୍ନ ସମ୍ବିଧାନ ପ୍ରଣେତା ବି.ଆର୍ ଆମ୍ବେଦକରଙ୍କର ଆଜି ଜୟନ୍ତୀ । ଏହି ଅବସରରେ ସଂସଦ ପରିସରରେ ରାଜନୈତିକ ସମନ୍ୱୟର ଏକ ଝଲକ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ସଂସଦ ପରିସରରେ ପ୍ରେରଣା ସ୍ଥଳରେ ଭାରତ ରତ୍ନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କ ସମତେ ବହୁ ନେତାମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ମଲ୍ଲିକାର୍ଜୁନ ଖଡଗେଙ୍କ ସହ ହାତଇ ମିଳାଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ଦୁହିଁଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲେ । ଭିଡିଓରେ ଦେଖିବାକୁ ମିଳିଛି ମଲ୍ଲିକାର୍ଜୁନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି କହିଥିଲେ ଏହା ପରେ ସେ ଜୋରରେ ହସିବାକୁ ଲାଗିଥିଲେ ।

​​​​​​​ଦୁଇ ନେତା ହାତ ମିଳାଇ ପରସ୍ପର ସହିତ କଥାବାର୍ତ୍ତା କରିଥିଲେ, କିଛି ମୁହୂର୍ତ୍ତ ପାଇଁ ହସିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ନେତାମାନେ ମଧ୍ୟ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆମ୍ବେଦକର ଜୟନ୍ତୀ ଅବସରରେ ସଂସଦ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଆନୁଷ୍ଠାନିକ ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଖାଡଗେଙ୍କ ମଧ୍ୟରେ ଏହି ସାକ୍ଷାତକୁ ରାଜନୈତିକ ମତଭେଦ ଊର୍ଦ୍ଧ୍ୱରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶର ସଙ୍କେତ ବୋଲି ବିବେଚନା କରାଯାଉଛି । ଏପ୍ରିଲ ୧୧ ତାରିଖରେ ସମାନ ଏକ ଘଟଣା ଦେଖିବାକୁ ମିଳିଥିଲା । ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ସଂସଦ ଭବନ ପରିସରରେ ଏକ ଦୀର୍ଘ ଆଲୋଚନା ହୋଇଥିଲା ।

​​​​​​​#WATCH | Delhi: Prime Minister Narendra Modi and Congress national president Mallikarjun Kharge share a light-hearted moment

PM Modi and other leaders paid tribute to Bharat Ratna Dr BR Ambedkar at Prerna Sthal in the parliament premises on the occasion of Ambedkar Jayanti.… https://t.co/JoquMq3m4d pic.twitter.com/vN3KkG63j1

ଆମ୍ବେଦକର ଜୟନ୍ତୀ ଅବସରରେ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ପରିସରରେ ପ୍ରେରଣା ସ୍ଥଳରେ ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଆଲୋଚନା କରିଥିଲେ । ଉଭୟଙ୍କ ମଧ୍ୟରେ ଏକ ମନୋରମ ପରିବେଶ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...​​​​​​​କାର୍‌ରୁ ବାହାରି ହାତ ଯୋଡ଼ିଲେ, ହାଲଚାଲ ପଚାରିଲେ; ସଂସଦ ଭବନରେ ମୋଦି-ରାହୁଲ ଭେଟଘାଟ