ନୂଆଦିଲ୍ଲୀ,୨୩/୦୩; ''ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ । ଯୁଦ୍ଧର ପ୍ରଭାବ ଭାରତ ଉପରେ ପଡିଛି । ଯୁଦ୍ଧ ଦ୍ବାରା ପ୍ରଭାବିତ ଦେଶମାନଙ୍କ ସହ ଭାରତର ବ୍ୟବସାୟ ଜଡ଼ିତ । ପ୍ରଭାବିତ ଦେଶମାନଙ୍କରେ ପ୍ରାୟ ୧ କୋଟି ଭାରତୀୟ ରହୁଛନ୍ତି । ଯୁଦ୍ଧ ଆରମ୍ଭ ପରଠାରୁ ସେଠାରେ ରହୁଥିବା ଭାରତୀୟଙ୍କୁ ସହାୟତା କରୁଛୁ । ୩ ଲକ୍ଷରୁ ଅଧିକ ଭାରତୀୟ ସୁରକ୍ଷିତ ଫେରିଛନ୍ତି । ୨୪ ଘଣ୍ଟିଆ ହେଲ୍ପ ଲାଇନ ବ୍ୟବସ୍ଥା ଖୋଲା ରହିଛି । ଯୁଦ୍ଧ ପରଠାରୁ ହୋର୍ମୁଜ ପ୍ରଣାଳୀ ଦେଇ ଜାହାଜ ଆସିବା କଷ୍ଟକର ହୋଇଛି । ଏଥିପାଇଁ ଘରୋଇ LPGକୁ ସରକାର ଗୁରୁତ୍ବ ଦେଇ ଆସିଛନ୍ତି । ପେଟ୍ରୋଲ, ଡିଜେଲ୍ ଯୋଗାଣ ସ୍ବାଭାବିକ ରହିଛି । ୩ ଲକ୍ଷରୁ ଅଧିକ ଭାରତୀୟ ସୁରକ୍ଷିତ ଫେରିଛନ୍ତି । ଇରାନରୁ ୧ ହଜାରରୁ ଅଧିକ ଭାରତ ଫେରିଛନ୍ତି । ଭାରତ ସବୁ ପରିସ୍ଥିତିର ସାମ୍ନା କରିବ । କରୋନା କାଳରେ ଯେଉଁ ଧୈର୍ଯ୍ୟର ସହ ପରିସ୍ଥିରର ମୁକାବିଲା କରିଥିଲେ ଠିକ୍ ସେମିତି କରିବ । ପଶ୍ଚିମ ଏସିଆ ସ୍ଥିତିକୁ ନେଇ ସରକାର ସମ୍ବେଦନଶୀଳ-ସତର୍କ ଏବଂ ସହାୟତା ପାଇଁ ବି ତ ।'' ଲୋକସଭାରେ ସମ୍ବୋଧନ କରି ପଶ୍ଚିମ ଏସିଆ ସ୍ଥିତି ନେଇ ଗୃହକୁ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

​​​​​​​ଗୃହରେ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଏହି ସଂଘର୍ଷ ୩ ସପ୍ତାହରୁ ଅଧିକ ସମୟ ଧରି ଚାଲିଛି । ଏହା ବିଶ୍ୱ ଅର୍ଥନୀତି ଏବଂ ଲୋକଙ୍କ ଜୀବନ ଉପରେ ଗମ୍ଭୀର ପ୍ରଭାବ ପକାଉଛି । ସେଥିପାଇଁ ବିଶ୍ୱ ସମସ୍ତ ପକ୍ଷକୁ ଏହି ସଂଘର୍ଷର ଶୀଘ୍ର ସମାଧାନ ପାଇଁ ଅନୁରୋଧ କରୁଛି । ଏହି ଯୁଦ୍ଧ ଭାରତ ଆଗର ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।  ଏହା ଉଭୟ ଆର୍ଥିକ, ଜାତୀୟ ସୁରକ୍ଷା ଏବଂ ମାନବୀୟ ସହ ଜଡ଼ିତ । ଭାରତ ଆଜିକା ଦିନରେ ୪୧ଟି ଦେଶରୁ ଏନର୍ଜି ଆମଦାନୀ କରୁଛି । ଭାରତରେ ତେଲ, ଗ୍ୟାସ ଏବଂ ସାର ପରି ଜରୁରୀ ଜିନିଷ ହୋର୍ମୁଜ ଦେଇ ଆସେ । ଯୁଦ୍ଧ ପରେ ଏହି ପଥରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦେଶବାସୀଙ୍କୁ ଯେପରି ଗ୍ୟାସ, ତେଲ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେ ଦିଗରେ ଗୁରୁତ୍ୱ ଦିଆଯାଇଛି । ଦେଶରେ ଏଲପିଜି ଉତ୍ପାଦକୁ ବଢାଯାଉଛି । ଭାରତ ୬୦ ପ୍ରତିଶତ ଏଲପିଜି ଆମଦାନୀ କରିଥାଏ । ପେଟ୍ରୋଲ,ଡିଜେଲ ସପ୍ଲାଇ ଶୃଙ୍ଖଳ ବଜାୟ ରଖିବାକୁ ଉଦ୍ୟମ ହେଉଛି । ଭାରତ ସରକାର ଗଲ୍ଫ ସାମୁଦ୍ରିକ ଅଞ୍ଚଳ ଉପରେ ଧ୍ୟାନ ରଖିଛନ୍ତି । ଯୁଦ୍ଧର ପ୍ରଭାବ ସାରା ବିଶ୍ବର ଅର୍ଥନୀତିକୁ ପ୍ରଭାବିତ କରିଛି । ଭାରତ ଉପରେ କମ୍‌ ପ୍ରଭାବ ନେଇ ପ୍ରୟାସ ଜାରି ରହିଛି । ସରକାର ଏକ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରି ନଜର ରଖିଛନ୍ତି । ଏବେ ଭାରତ ପାଖରେ ୫୫ ଲକ୍ଷ ମେଟ୍ରିକ୍ ଟନ୍ ପେଟ୍ରୋଲ ରହିଛି । ସରକାର ଅଲଗା ଅଲଗା ସପ୍ଲାଏରଙ୍କ ସହିତ ସଂପର୍କରେ ଅଛନ୍ତି । ହୋର୍ମୁଜ୍ ଷ୍ଟ୍ରେଟରେ ଫସିଥିବା କିଛି ଜାହାଜ ସରକାରଙ୍କ ଉଦ୍ୟମମ କାରଣରୁ  ଦେଶକୁ ଆସିଛନ୍ତି । ଗତ ୧୦ ,୧୨ ବର୍ଷ ମଧ୍ୟରେ ଏଥୋନେଲ୍ ଉତ୍ପାଦନ ଓ ବ୍ଲେଣ୍ଡିଂ ଉପରେ କାମ ହେଉଛି ।  ଏବେ ପେଟ୍ରୋଲରେ ୨୦ ପ୍ରତିଶତ ଇଥୋନେଲ୍ ବ୍ଲେଣ଼଼୍ଡିଂ । ହେଉଛି ଦେଶର କୃଷକଙ୍କୁ ଏହି ସଂକଟରୁ ରକ୍ଷା କରିବା ପାଇଁ କାର୍ଯ୍ୟ ଚାଲିଛି । ୟୁରିଆ ସାର ଦାମ୍‌ ବିଶ୍ବର ଅନ୍ୟ ଦେଶଠାରୁ କମ୍‌ ରଖାଯାଇଛି । କୃଷକମାନଙ୍କୁ ୨୨ ଲକ୍ଷ ସୋଲାର ପମ୍ପ୍‌ ବଣ୍ଟନ ହୋଇଛି । ''