PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ସିଡନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା, ଖୁବ୍ ଶୀଘ୍ର ବ୍ରିସବେନ୍‌ରେ ଖୋଲାଯିବ ଭାରତର ନୂଆ କନସୁଲେଟ୍‌

ସିଡନୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ସେ ସିଡନୀର କୁଡୋସ୍ ବ୍ୟାଙ୍କ ଏରିନାରେ ଭାରତୀୟ ବଂଶୋଦ୍ଭବଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ସମୟରେ ଗଣପତି ବପ୍ପା ମୋରିୟା, ଭାରତ ମାତା କୀ ଜୟ ଓ ମୋଦି ମୋଦି ଜୋରଦାର ନାରା ଶୁଣିବାକୁ ମିଳିଥିଲା। କାର୍ଯ୍ୟକ୍ରମ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନିଜ ମଧ୍ୟ ଉପସ୍ଥିତ ଥିଲେ। ସିଡନୀର ଅଲମ୍ପିକ ପାର୍କରେ ଥିବା ଏହି ଷ୍ଟାଡିମୟରେ ପ୍ରଧାନମନ୍ତ୍ରୀ ମୋଦି ୨୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ବଡ଼ ଘୋଷଣା। ତାହା ହେଲା ବ୍ରିସବେନ୍‌ରେ ଭାରତର ନୂତନ କନସୁଲେଟ୍ ଖୋଲାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁଦିନ ଧରି ଏହାର ଦାବି କରାଯାଉଥିଲା। ଶେଷରେ ଏବେ ଏହି ନିଷ୍ପତ୍ତି ନିଆଯାଇଛି।’

ମଙ୍ଗଳବାର ମୋଦି ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଖୁବ୍ ଉତ୍ସାହ ଓ ପାରମ୍ପରିକ ଶୈଳିରେ ସ୍ବାଗତ କରାଯାଇଥିଲା। ଅଷ୍ଟ୍ରେଲିଆ ପ୍ରଧାନମନ୍ତଅୀ ଆନ୍ଥୋନୀ ଅଲବାନିଜ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ସେ କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବସ୍’। ମୋଦିଙ୍କ ସ୍ବାଗତ କରିବା ସୌଭାଗ୍ୟର କଥା। ଶେଷ ଥର ମୁଁ ଏହି ମଞ୍ଚରେ  ବ୍ରୁସ୍‌ ସ୍ପିଙ୍ଗଷ୍ଟିନ୍‌(ସିଙ୍ଗର)ଙ୍କୁ ଦେଖିଥିଲି ଓ ତାଙ୍କୁ ମଧ୍ୟ ଏତେ ସ୍ବାଗତ କରାଯାଇନଥିଲା ଯେତିକି ମୋଦିଙ୍କୁ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନର ଆରମ୍ଭ ‘ନମସ୍ତେ ଅଷ୍ଟ୍ରେଲିଆ’ରୁ ଆରମ୍ଭ କରିଥିଲେ। ସେ କହିଛନ୍ତି, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଓ ମୋର ପ୍ରିୟ ମିତ୍ର ଆନ୍ଥୋନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍, ବୈଦେଶିକ ମନ୍ତ୍ରୀ, ବିରୋଧି ନେତା ଓ  ଅଷ୍ଟ୍ରେଲିଆର ସବୁ ଲୋକ ବହୁପରିମାଣରେ ପହଞ୍ଚିଥିବାରୁ ମୋର ନମସ୍କାର।

ଏହି ସମୟରେ ମୋଦି ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ‘ଥ୍ରୀ-ସି’ ରେ ବୁଝାଇ କହିଥିଲେ। ତାହା ହେଲା କମନଓ୍ବେଲଥ୍‌(Commonwealth) , କ୍ରିକେଟ୍‌(Cricket)  ଓ କରି(Curry) ବା ତରକାରୀ। ‘ଆମର କ୍ରିକେଟ୍ ସମ୍ପର୍କ ମଧ୍ୟ ୭୫ ବର୍ଷ ପୂରଣ କରିଛି। କ୍ରିକେଟ୍ ପଡ଼ିଆରେ ଆମର ମୁକାବିଲା ଯେତେ କଡା, ଆମର ବନ୍ଧୁତା ସେତେ ଗଭୀର ହେବ। ଏଥର ମଧ୍ୟ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରମାନେ ମଧ୍ୟ ଆଇପିଏଲ ଖେଳିବାକୁ ଭାରତ ଆସିଛନ୍ତି। ଏହା ନୁହେଁ ଯେ ଆମେ କେବଳ ସୁଖର ସାଥୀ ଅଟୁ। ଜଣେ ଭଲ ବନ୍ଧୁ କେବଳ ସୁଖର ସାଥୀ ନୁହଁନ୍ତି, ବରଂ ଦୁଃଖର ସାଥୀ ମଧ୍ୟ ରହିଥାଏ। ଗତ ବର୍ଷ ଯେତେବେଳେ ମହାନ କ୍ରିକେଟର ସେନ୍‌ ୱାର୍ଣ୍ଣଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ଅଷ୍ଟ୍ରେଲିଆ ସହିତ ଲକ୍ଷ ଲକ୍ଷ ଭାରତୀୟ ଶୋକ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର