ନୂଆଦିଲ୍ଲୀ,୨୪/୦୫: ଶନିବାର ଦଶମ ନୀତି ଆୟୋଗ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିକଶିତ ରାଷ୍ଟ୍ର ଦୃଷ୍ଟିକୋଣ ପାଇଁ ରାଜ୍ୟ-ନେତୃତ୍ୱାଧୀନ ରଣନୀତି ଉପରେ ହେବ ଆଲୋଚନା।କେନ୍ଦ୍ର ସରକାରଙ୍କ ଦୀର୍ଘକାଳୀନ ବିକାଶ ଉଦ୍ଦେଶ୍ୟ ଅନୁଯାୟୀ ରାଜ୍ୟଗୁଡ଼ିକ କିପରି ସେମାନଙ୍କର ଯୋଜନା ଡିଜାଇନ୍ କରିବେ ତାହା ଉପରେ ବୈଠକରେ ହେବ ଆଲୋଚନା । ତେବେ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ସଂସଦ ସଦସ୍ୟ, କେନ୍ଦ୍ର ମନ୍ତ୍ରୀ ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଅଧିକାରୀମାନେ ଯୋଗଦେବେ।
ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ଜାତୀୟ ବିକାଶ ଢାଞ୍ଚା ସହିତ ଆଞ୍ଚଳିକ ବିକାଶ ପ୍ରାଥମିକତାକୁ ସମନ୍ୱିତ କରିବା। ଆଜିର ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବେ। ଏହି ଅବସରରେ ମୋହନ ଚରଣ ମାଝୀ ଓଡ଼ିଶାର ବିଭିନ୍ନ ବିକାଶ ମୁଳକ ଯୋଜନା ଉପରେ ନିଜ ମତ ଉପସ୍ଥାପନ କରିବେ। ରାଜ୍ୟଗୁଡ଼ିକ ମାନବ ପୁଞ୍ଜି, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି, ସ୍ଥିରତା ଏବଂ ଆର୍ଥିକ କାର୍ଯ୍ୟ ଯୋଜନା ଭଳି ପ୍ରମୁଖ କ୍ଷେତ୍ର ପାଇଁ ସେମାନଙ୍କର ଯୋଜନାଗୁଡ଼ିକୁ ଅଂଶୀଦାର କରିବେ।