ନୂଆଦିଲ୍ଲୀ,୧୭/୦୬; ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ  ହେବ । ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ମଧ୍ୟପ୍ରାଚ୍ୟ ପରିସ୍ଥିତି, ହୋର୍ମୁଜ୍ ପ୍ରଣାଳୀ, ଶକ୍ତି ଆମଦାନୀ ନେଇ ଆଲୋଚନା ହୋଇପାରେ । ଫ୍ରାନ୍ସର ଏଭିଆନ୍‌ରେ ଚାଲିଥିବା ଜି-୭ ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ଭେଟ୍‌ଘାଟ ହୋଇଥିଲା । ଦୀର୍ଘ ୧୬ ମାସ ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହାତ ମିଳାଇ ଉଭୟ ନେତା ପରସ୍ପରକୁ ମଧ୍ୟ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ମୋଦି-ଟ୍ରମ୍ପ କିଛି ସମୟ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ବୈଠକର ଏଜେଣ୍ଡାରେ ପଶ୍ଚିମ ଏସିଆର ସଙ୍କଟ ଏକ ପ୍ରମୁଖ ପ୍ରସଙ୍ଗ ହେବ । ତଥାପି, ଆଗାମୀ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାର ଏକ ପ୍ରମୁଖ ବିଷୟ ହୋଇପାରେ ।

ଫ୍ରାନ୍ସରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀରେ ଯୋଦଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ । ପ୍ରାୟ ୫ ମିନିଟ୍ ଟ୍ରମ୍ପଙ୍କ ସହ ଆଲୋନଚା କରିଥିଲେ ମୋଦି । ଉଭୟ ଏକାଠି ବସିଥିବା ଦେଖିବାକୁ ମିଳିଥିଲା । ଏଭିଅନରେ ଗ୍ରୁଫ -୭ ଦେଶ ଏବଂ ଆମନ୍ତ୍ରିତ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୈଠକ ଅବସରରେ ଉଭୟ ନେତା ଦୀର୍ଘ ୧୬ ମାସ ପରେ ପରସ୍ପରକୁ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲେ । ଏହା ପୂର୍ବରୁ ୨୦୨୫ ଫେବୃଆରୀରେ ୱାଶିଂଟନସ୍ଥିତ ହ୍ୱାଇଟ୍ ହାଉସ୍ରେ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା । ଆଜି ସନ୍ଧ୍ୟା ୬ଟା ୩୦ରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ବିଶେଷ କରି ଦୁଇ ଦେଶ ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ରାଜିନାମା ନେଇ ସେମାନେ ଆଲୋଚନା କରିବେ । ଏହା ବ୍ୟତୀତ ବାଣିଜ୍ୟ, ନିବେଶ ଓ ରଣନୀତିକ ସହଯୋଗ ଭଳି ପ୍ରସଙ୍ଗରେ ଚର୍ଚ୍ଚା ହେବ ।

ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଶ୍ୱର ଅନେକ ପ୍ରମୁଖ ନେତା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଆଶା କରାଯାଉଛି ଯେ, ଦୁଇ ନେତା ହୋର୍ମୁଜ୍ ପ୍ରଣାଳୀର ବର୍ତ୍ତମାନର ପରିସ୍ଥିତିଠାରୁ ଆରମ୍ଭ କରି ଆମେରିକା-ଇରାନ ଚୁକ୍ତି ଏବଂ ବାଣିଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ବୈଠକର ଏଜେଣ୍ଡାରେ ପଶ୍ଚିମ ଏସୀୟ ସଙ୍କଟ ଏକ ପ୍ରମୁଖ ପ୍ରସଙ୍ଗ ହେବ । ତଥାପି, ଆଗାମୀ ଭାରତ- ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ ଆଲୋଚନା ହେବ । ଏହା ସହିତ ବୈଠକରେ ଶକ୍ତି ସୁରକ୍ଷା ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହେବ । ଗତବର୍ଷ ଆମେରିକାରୁ ଭାରତର ଶକ୍ତି ଆମଦାନୀ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ପାଇଛି । ରୁଷରୁ ତୈଳ ଆମଦାନୀ ପାଇଁ ବର୍ତ୍ତମାନର ଛାଡ ବୁଧବାର ଶେଷ ହେଉଛି, ତେଣୁ ପରବର୍ତ୍ତୀ ନିଷ୍ପତ୍ତି କ'ଣ ହେବ ତାହା ସ୍ପଷ୍ଟ ନୁହେଁ। ତଥାପି, ସମସ୍ତ ରୁଷ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇ ନାହିଁ, ବରଂ ନିର୍ଦ୍ଦିଷ୍ଟ କମ୍ପନୀଗୁଡିକ ଉପରେ ଲାଗୁ କରାଯାଇଛି । ଏପରି ଅନେକ କମ୍ପାନୀ ମଧ୍ୟ ଅଛି ଯେଉଁମାନଙ୍କ ଉପରେ କିଛି ପ୍ରତିବନ୍ଧକ ନାହିଁ । ଭାରତ ବର୍ତ୍ତମାନ ଏହି କମ୍ପାନୀଗୁଡିକ ମଧ୍ୟରୁ କିଛିଙ୍କଠାରୁ ତେଲ କ୍ରୟ କରୁଛି ।ଏହା ସହିତ ବିଶ୍ୱ ବଜାରରେ ବର୍ତ୍ତମାନ ପ୍ରଚୁର ତେଲ ଉପଲବ୍ଧତା ରହିଛି । ହୋର୍ମୁଜ ପ୍ରଣାଳୀ ଭାରତ ପାଇଁ ଚିନ୍ତାର ବିଷୟ, ଏହି ଅଞ୍ଚଳରେ ରଣନୈତିକ ଏବଂ ଆର୍ଥିକ ସ୍ୱାର୍ଥ ରହିଛି । ସାମୁଦ୍ରିକ ସୁରକ୍ଷା ମିଶନ ପାଇଁ ଅନେକ ପ୍ରସ୍ତାବ ଉପରେ ଆଲୋଚନା ହେବ ।

ଏହା ବି ପଢନ୍ତୁ... ଫ୍ରାନ୍ସରେ ଟ୍ରମ୍ପଙ୍କୁ ଭେଟିଲେ ପିଏମ ମୋଦୀ, ହାତ ମିଳାଇ ପରସ୍ପରକୁ କଲେ ଆଲିଙ୍ଗନ, ଇରାନ ସହ ଯୁଦ୍ଧ ବନ୍ଦ ଘୋଷଣାର ଦିନକ ପରେ ଏକାଠି ହେଲେ ଦୁଇ ନେତା…