PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଉଦଘାଟନ ପୂର୍ବରୁ ନୂତନ ସଂସଦ ଭବନର ଭିଡିଓ ସେୟାର କଲେ ପିଏମ ମୋଦୀ, ଦେଶବାସୀଙ୍କୁ କହିଲେ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଅର୍ଥାତ ମେ ୨୮ ରେ ନୂତନ ସଂସଦ ଗୃହର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ୨୫ ଟି ରାଜନୈତିକ ଦଳ ଯୋଗଦାନ କରିବେ ଏବଂ କଂଗ୍ରେସ ସମେତ ୨୫ ଟି ଦଳ ଏହାକୁ ବହିଷ୍କାର ଘୋଷଣା କରିଛନ୍ତି । ଆଉ ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି (ଶୁକ୍ରବାର) ନୂତନ ସଂସଦ ଭବନର  ଏକ ଭିଡିଓ ଟ୍ବିଟ କରି ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ନୂତନ ସଂସଦ ଭବନର ବିଶାଳ ବାହ୍ୟ ଏବଂ ଭିତରର ଦୃଶ୍ୟ ଦେଖାଯାଇଛି । ନୂତନ ସଂସଦରେ ଲୋକସଭା-ରାଜ୍ୟସଭା କିପରି ଦେଖାଯିବ ତାହା ମଧ୍ୟ ଦର୍ଶାଯାଇଛି ।

ଏହି ଭିଡିଓର କ୍ୟାପସନରେ ପିଏମ ମୋଦୀ ଲେଖିଛନ୍ତି ଯେ, ଭାରତ ସଂସଦର ନୂତନ କୋଠା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ଭରି ଦେବ । ଏହି ଭିଡିଓରେ ଏହି ଐତିହାସିକ କୋଠାର ଏକ ଝଲକ ସ୍ପଷ୍ଟ ଦେଖାଯାଉଛି । ମୋର ସମସ୍ତଙ୍କଠାରୁ ଏକ ବିଶେଷ ଅନୁରୋଧ ଅଛି । ଏହି ଭିଡିଓକୁ ତୁମର ଚିନ୍ତାଧାରାରେ ଭଏସ ଓଭର ସହିତ ସେୟାର କର । ମୁଁ ସେମାନଙ୍କ ମଧ୍ୟରୁ କିଛି ରିଟ୍ୱିଟ କରିବି । ହ୍ୟାସଟ୍ୟାଗ୍ #Myparliament my pride ନିଶ୍ଚିନ୍ତ ବ୍ୟବହାର କରନ୍ତୁ ।

ସୂଚନାନୁସାରେ, ସଂସଦର ନୂତନ ଭବନର ଉଦଘାଟନ କାର୍ଯ୍ୟକ୍ରମ ରବିବାର ସକାଳ ପ୍ରାୟ ସାଢେ ୭ଟା ବେଳେ ଆରମ୍ଭ ହେବାର ସମ୍ଭାବନା ରହିଛି । ବୈଦିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜା ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ବିଶେଷ ପୂଜା ପ୍ରାୟ ଦେଢ ଘଣ୍ଟା ଧରି ରହିବାର ସମ୍ଭାବନା ରହିଛି । କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭାର ଉପସଭାପତି ମଧ୍ୟ ଏହି ବିଶେଷ ପୂଜା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି । ପୂଜା ଓ ମନ୍ତ୍ର ଉଚ୍ଚାରଣ ସମୟରେ ତାମିଲନାଡୁର ବିଭିନ୍ନ ମଠରୁ ୨୦ ଜଣ ସ୍ବାମୀ ଏବଂ ସ୍ୱତନ୍ତ୍ର ପୁରୋହିତ ପବିତ୍ର ସେଙ୍ଗୋଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତାନ୍ତର କରିବେ, ଯାହାକୁ ସକାଳ ୯ଟା ସମୟରେ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ କରାଯିବ ।

ସମ୍ବନ୍ଧିତ ଖବର