ମୋଦିଙ୍କ ଶପଥ ପାଠ ସମାରୋହ, ୬ ହଜାର ଅତିଥିଙ୍କ ପାଇଁ ଚାଲିଛି ଖାସ୍ ପ୍ରସ୍ତୁତି

source:zeenews.india.com
ନୁଆଦିଲ୍ଲୀ ୨୯/୫: ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗତ ଥର ଭଳି ଏଥର ମଧ୍ଯ ଅତିଥିଙ୍କ ବଡ ସଂଖ୍ଯାକୁ ନଜର ରଖି ରାଷ୍ଟ୍ରପତି ଭବନରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ସମାରୋହ ଫୋରକୋର୍ଟ(ଗ୍ୟାଲେରୀ ବା ହଲ୍)ରେ ୫ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଥାଏ । କିନ୍ତୁ ଏଥର ୬ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ।
ସବୁ ସାଂସଦଙ୍କୁ ପୂର୍ବରୁ ନିମନ୍ତ୍ରଣ କରାଯାଇସାରିଛି । ଗତ ଥର ଯେଉଁଠାରେ ଶପଥ ଗ୍ରହଣ ସମାରୋହ ପାଇଁ ଷ୍ଟେଜ୍ ନିର୍ମାଣ ହୋଇଥିଲା ଏଥର ମଧ୍ଯ ସେହିଠାରେ ନିର୍ମାଣ ହୋଇଛି । ଅତିଥିଙ୍କ ପାଇଁ ହାଇ ଟି ବ୍ଯବସ୍ଥା ହୋଇଛି । ଏହା ବ୍ୟତୀତ ବିଶିଷ୍ଟ ଅତିଥିଙ୍କ ପାଇଁ ଡିନର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଗତ ଥର ଶପଥ ଗ୍ରହଣ ସମାରୋହ ୬ଟାରେ ଆରମ୍ଭ ହୋଇଥିଲା । କିନ୍ତୁ ଗୀଷ୍ମ ତାତି ଯୋଗୁଁ ଏଥର ୭ଟାରେ କରାଯିବା ପାଇଁ ନିଷ୍ପତ୍ତି ନେଇଯାଇଛି । କାହାକୁ ନିମନ୍ତ୍ରଣ ପଠାଯିବ ଏହା ରାଷ୍ଟ୍ରପତି ଭବନ ସହିତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ନିଷ୍ପତ୍ତି ନିଆଯାଇଛି । ବିଜେପି ତରଫରୁ ମଧ୍ଯ ତାଲିକା ପଠାଯାଇଥିଲା । ଗତ ଥର ଭଳି ଏଥର ମଧ୍ଯ ଶପଥ ଗ୍ରହଣ ସମାରୋହ ପାଇଁ ଷ୍ଟେଜ୍ ରାଷ୍ଟ୍ରପତି ଭବନର ମୁଖ୍ଯ ଦ୍ୱାରରୁ ବାମ ପଟେ ପ୍ରସ୍ତୁତ ହୋଇଛି ।