PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ସଂସଦ ଭବନ ଉଦଘାଟନ କେଁ: ‘ଅଷ୍ଟ୍ରେଲିଆର ଏକତା’ ଉଦାହରଣ ଦେଇ ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୨୫/ ୦୫: ଦେଶର ନୂତନ ସଂସଦ ଭବନ ଉଦଘାଟନକୁ ନେଇ ଶାସକ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଲାଗି ରହିଛି ଆରୋପ ପ୍ର‍ତ୍ୟାରୋପ । ମେ ୨୮ରେ ସଂସଦ ଭବନ ଉଦଘାଟନ ହେବାକୁ ଥିବା ବେଳେ ୧୯ଟି ଦଳ ବୟକଟ୍‌ କରିଛନ୍ତି । ଅର୍ଥାତ୍‌ ଉଦଘାଟନୀ ସମାରୋହରେ ସାମିଲ ହେବେ ନାହିଁ ବୋଲି ମନା କରିଦେଇଛନ୍ତି । ଯାହାକୁ ନେଇ ବିରୋଧୀଙ୍କୁ ଇସାରା ଇସାରାରେ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୩ ଦେଶ (ଜାପାନ, ପାପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ) ଗସ୍ତ ସାରି ଗୁରୁବାର ଭାରତରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଷ୍ଟ୍ରେଲିଆ ଗସ୍ତରେ ପିଏମ୍‌ ମୋଦିଙ୍କୁ ଯେଉଁଭଳି ଭାବେ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ଶାସକ ବିରୋଧୀ ସମସ୍ତେ ଏକାଠି ହୋଇଥିଲେ, ତାହାର ଉଦାହରଣ ଦେଇଛନ୍ତି । ଅଷ୍ଟ୍ରେଲିଆର ଲୋକତାନ୍ତ୍ରିକ ପରମ୍ପରାକୁ ମନେ ପକାଇବା ସହିତ ବିରୋଧୀଙ୍କୁ ବି ଇସାରାରେ ଟାର୍ଗେଟ୍‌ କରିଛନ୍ତି ମୋଦି । ପିଏମ୍‌ କହିଛନ୍ତି, ‘ସିଡନୀରେ ଭାରତୀୟ ସମୁଦାୟଙ୍କ ଯେଉଁ କାର୍ଯ୍ୟକ୍ରମ ଥିଲା ସେଥିରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ, ସାଂସଦ, ବିରୋଧୀ ଦଳର ନେତା ମଧ୍ୟ ସାମିଲ ଥିଲେ । ଏହା ହିଁ ଲୋକତନ୍ତ୍ରର ଶକ୍ତି । ସମସ୍ତେ ମିଶି ଭାରତୀୟ ସମୁଦାୟଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ’।

ଅଷ୍ଟ୍ରେଲିଆର ଏକତା ଉପରେ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଉଦାହରଣ ଦେଇଥିଲେ କାରଣ, ଭାରତର ନୂତନ ସଂସଦ ଭବନ ଉଦଘାଟନକୁ ଦେଶ ଭିତରେ ହିଁ କିଛି ଦଳ ବୟକଟ୍‌ କରିଛନ୍ତି । ଯେତେବେଳେ କି ଅଷ୍ଟ୍ରେଲିଆରେ ଏକ କାର୍ଯ୍ୟକ୍ରମରେ ଶାସକ, ବିରୋଧୀ ସମସ୍ତେ ଏକାଠି ହେଉଛନ୍ତି । ଏହା ହିଁ ଲୋକତନ୍ତ୍ରର ଶକ୍ତି କହିଛନ୍ତି ପିଏମ୍‌ ମୋଦି ।

ସୂଚନା ଥାଉ କି, ମେ ୨୮ ତାରିଖରେ ଦେଶର ନୂତନ ସଂସଦ ଭବନ ଉଦଘାଟନ ହେବାକୁ ଯାଉଛି । ଯାହାକୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିରୋଧି । ଯାହାକୁ ନେଇ ତମ୍ବି ତୋଫାନ ଲାଗି ରହିଛି । ପ୍ରାୟ ୧୯ଟି ରାଜନୈତିକ ଦଳ ଉଦଘାଟନୀ ଉତ୍ସରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିସାରିଛନ୍ତି ।

ସମ୍ବନ୍ଧିତ ଖବର