ନୂଆଦିଲ୍ଲୀ,୦୩/୦୧: ଅଜମେରର ଗରିବ ନୱାଜ ହଜରତ ଖ୍ୱାଜା ମୋଇନୁଦ୍ଦିନ ଚିଶ୍ତି ମସଜିଦ୍ରେ ୮୧୩ତମ ଉର୍ସ ଆରମ୍ଭ ହୋଇଛି । ତେବେ ଏହି ଅବସରରେ ପ୍ରତିବର୍ଷ ପିଏମ ମୋଦିଙ୍କ ତରଫରୁ ଏକ ଚାଦର ପ୍ରଦାନ କରାଯାଏ। ଏଥର ମଧ୍ୟ ଜାନୁୟାରୀ ୪ରେ ଅଜମେର ସରିଫ ମସଜିଦ୍ତ ସମାଧିସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଦର ପ୍ରଦାନ କରାଯିବ। ଏକାଦଶ ଥର ପାଇଁ ପିଏମ ମୋଦି ଏହି ଚାଦନ ପ୍ରଦାନ କରିବେ ।
ଏନେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଜାନୁଆରୀ ୪ ରେ ଅଜମେର ଗସ୍ତ କରି ସେଠାରେ ସେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଚାଦର ଚଢାଇବେ। ତେବେ ଏନେଇ ବିରୋଧୀ ଦଳ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଦର ଚଢାଇବା ଉପରେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ବିଜେପି ବଦଳି ଯାଉଛି କି? ପୂର୍ବରୁ ସେମାନେ ଦିଲ୍ଲୀର ଇମାମଙ୍କ ଦରମା ଦାବି କରୁଥିଲେ, ବର୍ତ୍ତମାନ ସେମାନେ ମସଜିଦ୍ରେ ଚାଦର ପ୍ରଦାନ କରୁଛନ୍ତି। ସେପଟେ ଅଜମେରର ମସଜିଦ୍ ମୁଖ୍ୟ ନସିରୁଦ୍ଦିନ ଚିସ୍ତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀଙ୍କ ଚାଦରକୁ ସ୍ୱାଗତ କରୁଛୁ। ଦେଶର ପରମ୍ପରା ରହିଆସିଛି ଯେ ୧୯୪୭ ପରଠାରୁ ଯିଏ ପ୍ରଧାନମନ୍ତ୍ରୀ ରହିଆସିଛନ୍ତି ସେ ଖ୍ୱାଜା ଗରିବ ନୱାଜଙ୍କ ମସଜିଦ୍କୁ ଚାଦର ପଠାଇଛନ୍ତି। ୨୦୧୪ ପରଠାରୁ ପିଏମ ମୋଦି ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରୁଛନ୍ତି। ଏହା ସହିତ ନରେନ୍ଦ୍ର ମୋଦି ମଧ୍ୟ ଆମ ଦେଶର ସଂସ୍କୃତି ଓ ସଭ୍ୟତା ବଜାୟ ରଖିଛନ୍ତି । ପ୍ରକାଶ ଥାଉକି, ଅଜମେରର ସରିଫ ମସଜିଦ୍ ଭାରତର ସବୁଠାରୁ ପ୍ରସିଦ୍ଧ ସୁଫି ମସଜିଦ୍ ମଧ୍ୟରୁ ଅନ୍ୟତମ । ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ନିର୍ବାଣ ଦିବସ ପାଳନ କରାଯାଏ ।