ପ୍ରମୂଖ ଖବର
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

'ଆମ ସମ୍ବିଧାନ ଜିତୁଛି, 'ଅପରେସନ୍ ସିନ୍ଦୂର'ରେ ଲକ୍ଷ୍ୟ ହାସଲ ହୋଇଛି, ଦୁନିଆ ଭାରତର ଶକ୍ତି ଦେଖିଛି : ପ୍ରଧାନମନ୍ତ୍ରୀ

Published By : Ankita S | July 21, 2025 10:53 AM

ନୂଆଦିଲ୍ଲୀ,୨୧/୦୭: ସାଂସଦର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି । ଏହା ପୂର୍ବରୁ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମୌସୁମୀ ଅଧିବେଶନ ଦେଶ ପାଇଁ ବିଜୟ ଉତ୍ସବର ରୂପ । ଏଥର ଅଧିବେଶନ ରାଷ୍ଟ୍ର-ଗୌରବ ଓ ବିଜୟ ଉତ୍ସବର । ବୋମା ଓ ବନ୍ଧୁକ ଆଗରେ ଆମ ସମ୍ବିଧାନର ବିଜୟ ହୋଇଛି । 'ଅପରେସନ୍‌ ସିନ୍ଦୂର'ରେ ସେନା ଲକ୍ଷ୍ୟ ହାସଲ କରିଛି । ଦୁନିଆ ଭାରତର ସାମର୍ଥ୍ୟ ଦେଖିଛି । ପ୍ରଥମ ଥର ପାଇଁ ମହାକାଶରେ ତ୍ରିରଙ୍ଗା ଉଡ଼ିବା ଦେଶବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ । ଦେଶରେ ବିଜ୍ଞାନ, ଟେକ୍ନୋଲୋଜି ପ୍ରତି ସଫଳ ଯାତ୍ରା ରହିଛି । ଉଭୟ ଗୃହରେ ଗୋଟଏ ସ୍ୱରରେ ସମସ୍ତେ ଯୋଡି ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଅପରେସନ୍‌ ସିନ୍ଦୂର'ରେ ଶତ ପ୍ରତିଶତ ଟାର୍ଗେଟ ହାସଲ ହୋଇଛି । ବିଶ୍ୱ ଭାରତର ସାମରିକ ଶକ୍ତି ଦେଖିଛି । ଦେଶ ଏକତାର  ଶକ୍ତି ଦେଖିଛି । ଏକ ସ୍ୱରର ସାମର୍ଥ୍ୟ କଣ ତାହା ବି ଦେଖିଛି । ତେଣୁ ଗୃହର ସବୁ ସାଂସଦ ତାକୁ ବଳ ଦିଅନ୍ତୁ, ଆଗକୁ ନିଅନ୍ତୁ । ରାଜନୈତିକ ଦଳ ଅଲଗା ଅଲଗା ହୋଇଥାଏ ସେମାନଙ୍କ ଅଲଗା ଏଜେଣ୍ଡା, ନିଜର ରୋଲ୍ ରହିଥାଏ । ହେଲେ ଦଳ ହିତରେ ମତ ନମିଶୁ ହେଲେ, ଦେଶ ହିତରେ ମନ ନିଶ୍ଚିନ୍ତ ମିଶୁ । ଏକ ଭାବନା ସହିତ ମୌସୁମୀ ଅଧିବେଶନରେ ଦେଶର ବିକାଶ ଯାତ୍ରାକୁ, ପ୍ରଗତିକୁ ବଳ ଦେଉଥିବା ଅନେକ ବିଧେୟକ ପ୍ରସ୍ତାବିତ ହୋଇଛି । ତାହା ଉପରେ ଚର୍ଚ୍ଚା ହେବ ପାରିତ କରାଯିବ । ସମସ୍ତ ସାଂସଦଙ୍କୁ ଅନୁରୋଧ ଉତ୍ତମ ତର୍କ କରିବେ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ପହଲଗାମ କ୍ରୁରତା ନରସଂହାର ବିଶ୍ୱକୁ ଦୋହଲାଇ ଦେଇଥିଲା । ସେହି ସମୟରେ ଦଳହିତ ଛାଡି ଦେଶହିତରେ ଆମର ଦଳ ପ୍ରତିନିଧି, ରାଜ୍ୟ ପ୍ରତିନିଧି ବିଶ୍ୱ ଭ୍ରମଣ କରିଥିଲେ । ବିଭିନ୍ନ ଦେଶକୁ ଯାଇ ଗୋଟିଏ ସ୍ୱରରେ ଆତଙ୍କବାଦ ଓ ପାକିସ୍ତାନର ମୁଖା ଖୋଲିବାର ଅଭିଯାନ ଚଲାଇଥିଲେ । ଆଜି, ଆମର ସୁରକ୍ଷା ବାହିନୀ ନକ୍ସଲବାଦକୁ ଶେଷ କରିବା ପାଇଁ ଏକ ନୂଆ ଆତ୍ମବିଶ୍ୱାସ ଏବଂ ସଂକଳ୍ପ ସହିତ ଆଗକୁ ବଢ଼ୁଛନ୍ତି । ଏବେ ଅନେକ ଜିଲ୍ଲା ନକ୍ସଲବାଦ ମୁକ୍ତ। ଆମେ ଗର୍ବିତ ଯେ ଭାରତୀୟ ସମ୍ବିଧାନ ନକ୍ସଲବାଦ ବିରୁଦ୍ଧରେ ବିଜୟୀ ହେଉଛି। 'ଲାଲ କରିଡର' 'ସବୁଜ ବିକାଶ କ୍ଷେତ୍ରରେ' ରୂପାନ୍ତରିତ ହେଉଛି। ବୋମା-ବନ୍ଧୁକ ଆଗରେ ସମ୍ବିଧାନର ବିଜୟ ହୋଇଛି ।"

ତୃତୀୟ ଅର୍ଥବ୍ୟବସ୍ଥା ଦ୍ୱାରଦେଶରେ ଭାରତ- ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଛନ୍ତି, ''ମୌସୁମୀ ଅଧିବେଶନ ହେଉଛି ନବୀନତାର ପ୍ରତୀକ । ଆଇଏସ୍ଏସ୍‌ରେ ତ୍ରିରଙ୍ଗା ଉଡିବା ଗୌରବର କଥା । ପହଲଗାମ୍‌ ନରସଂହାର ସାରା ଦୁନିଆ ଦେଖିଲା । ୨୨ ମିନିଟ୍‌ରେ 'ଅପରେସନ୍‌ ସିନ୍ଦୂର' ସଫଳ ହୋଇଥିଲା । ମେଡ୍ ଇନ୍ ଇଣ୍ଡିଆ ପାଇଁ ବିଶ୍ୱର ଆକର୍ଷଣ ବଢୁଛି । ଭାରତ ତୃତୀୟ ଅର୍ଥବ୍ୟବସ୍ଥା ଦ୍ୱାରଦେଶରେ ପହଞ୍ଚିଛି । ୨୦୧୪ ପୂର୍ବରୁ ଭାରତ ୧୦ ନମ୍ବରରେ ଥିଲା । ତୃତୀୟ ଅର୍ଥବ୍ୟବସ୍ଥା ହେବାକୁ ଦ୍ରୁତ ଗତିରେ ଆଗକୁ ବଢୁଛି ଭାରତ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.