ନୂଆଦିଲ୍ଲୀ,୨୧/୦୭: ସଂସଦର ମୌସୁମୀ ଅଧିବେଶନ ଭିତରେ ଏନଡିଏର ବଡ଼ ବୈଠକ ବସିଛି । ମୌସୁମୀ ଅଧିବେଶନ ଦ୍ୱିତୀୟ ଦିନରେ ଏନଡିଏ ସଂସଦୀୟ ଦଳ ବୈଠକ 'ମଙ୍ଗଳ ମିଳନ'ରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ସାଂସଦଙ୍କୁ ଗୁରୁମନ୍ତ୍ର ଦେଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପେପର ଲିକ୍ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ପ୍ରଶ୍ନପତ୍ର ଲିକ୍ ଘଟଣା 'ମହାପାପ' । ମାମଲାରେ ଏ ପର୍ଯ୍ୟନ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଛାତ୍ରଙ୍କ ଭବିଷ୍ୟତକୁ ନେଇ ସରକାର ସର୍ବଦା ସମ୍ବେଦନଶୀଳ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭବିଷ୍ୟତରେ ପେପର ଲିକ୍ ନେବା ଦିଗରେ ଗୁରୁତ୍ୱ ଦିଆଯିବ । ଏ ନେଇ ସମସ୍ତ ରାଜ୍ୟର ସହଯୋଗ ଲୋଡା । ପିଲାଙ୍କ ଭବିଷ୍ୟତକୁ ବିପଦରେ ପକାଇବାକୁ ଦିଆଯିବନି । '' ଏନଡିଏ ସାଂସଦଙ୍କ ମଙ୍ଗଳ ମିଳନ ବୈଠକ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ସୂଚନା ଦେଇଛନ୍ତି ।

ଏନଡିଏ ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ମନ୍ତ୍ରୀ ବାବଦରେ ଅବଗତ କରାଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ''  ପ୍ରଧାନମନ୍ତ୍ରୀ  ସ୍ପଷ୍ଟ କରିଛନ୍ତି ଯେ, ସମ୍ପ୍ରତି ପେପର ଲିକ୍ ପାଇଁ ଦୋଷୀମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ । ପେପର ଲିକ୍ ପ୍ରସଙ୍ଗରେ କେବଳ କେନ୍ଦ୍ର ସରକାରଙ୍କ ନୁହେଁ ବରଂ ସମସ୍ତ ରାଜ୍ୟ ସରକାର ଏବଂ ଦଳଗୁଡିକୁ ଏକାଠି ଲଢିବାକୁ ପଡିବ । ପେପର ଲିକ୍ ଖବର ଆସିବା ମାତ୍ର ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ୧୩ ଜଣଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି । ଏହାବାଦ୍ ଛାତ୍ରଛାତ୍ରୀଙ୍କ ଭବଷ୍ୟତ ଯେପରି ପ୍ରଭାବିତ ନ ହୁଏ ତାହା ସୁନିଶ୍ଚିତ କରିବାକୁ ପୁନଃପରୀକ୍ଷାକୁ ପ୍ରାଥମିକତା ଦିଆଯାଇଥିଲା ଯାହାକି ସଫଳତାର ସହ ସମାପ୍ତ ହୋଇଛି । ''

ଏହା ବି ପଢନ୍ତୁ...ମୁଁ ୫୬ ବର୍ଷର ଯୁବକଙ୍କ ବାବଦରେ କହୁନାହିଁ,କାହାକୁ ଇଙ୍ଗିତ କରି କହିଲେ ମୋଦି ?  

ଏପରି ଘଟଣା ପୁଣି ଘଟିବା ଉଚିତ୍ ନୁହେଁ...ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ବାଖ୍ୟା କରି କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ପେପର ଲିକ୍ ଘଟଣା ପୁନରାବୃତ୍ତି ରୋକିବା ପାଇଁ କଠୋର ପଦକ୍ଷେପ ନିଯାଇଛି । ଦୋଷୀଙ୍କୁ ଯଥାସମ୍ଭବ କଠୋର ଦଣ୍ଡ ଦେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପେପର ଲିକ୍ କେବଳ ରାଜ୍ୟ ପ୍ରସଙ୍ଗ ନୁହେଁ କିମ୍ବା କେନ୍ଦ୍ର ସରକାରଙ୍କ ପ୍ରସଙ୍ଗ ନୁହେଁ । ଦେଶର ସମସ୍ତ ଦଳ ପେପର ଲିକ୍ କାଣ୍ଡରେ ସମ୍ପୃକ୍ତ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଏକତ୍ର ହେବା ଉଚିତ୍ । ଏହା ଏକ ରାଜନୈତିକ ପ୍ରସଙ୍ଗ ବି ନୁହେଁ । ଏହା ଏକ ଜାତୀୟ ପ୍ରସଙ୍ଗ ।