PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ୟୁପିରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର, ମୋଦିଙ୍କୁ ହଟାଇବାକୁ ବିରୋଧୀଙ୍କ ମେଳି

source:https://www.hindustantimes.com

ବିରୋଧୀମାନଙ୍କ ଏକମାତ୍ର ଲକ୍ଷ୍ୟ ମୋଦିଙ୍କୁ ହଟାଇବା । ଏଥିପାଇଁ ସେମାନେ ମେଳି ହୋଇଛନ୍ତି । ମୋଦି ହଟିଲେ ସେମାନେ ବଂଶବାଦ ରାଜନୀତିକୁ ପ୍ରଶ୍ରୟ ଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି । ପଶ୍ଚିମ ଉତ୍ତରପ୍ରଦେଶର ଶାହାରନପୁର ଠାରେ ଆଜି ଆୟୋଜିତ ଏକ ନିର୍ବାଚନ ର‌୍ୟାଲିରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିଛନ୍ତି କଂଗ୍ରେସ ହେଉଛି ପଛୁଆ ବର୍ଗଙ୍କ ବିକାଶର ବିରୋଧୀ । ସେହିଭଳି କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଥିବା ନିର୍ବାଚନ ଇସ୍ତାହାରକୁ ମୋଦି ମିଥ୍ୟାପତ୍ର ବୋଲି ବର୍ଣ୍ଣନା କରିଛନ୍ତି ।

ମୋଦି କହିଛନ୍ତି ଶାହାରନପୁର, କୈରନା ଓ ମୁଜାଫରନଗରରେ ବିଜେପି ବିରୋଧରେ ମିଥ୍ୟା ପ୍ରଚାର କରାଯାଉଛି । କିନ୍ତୁ କେନ୍ଦ୍ରରେ ଯେତେବେଳେ ମହାମଶ୍ରିଣ ସରକାର ଚାଲିଥିଲା ଓ ରାଜ୍ୟରେ ସପା ସରକାର ଥିଲା ସେତେବେଳେ ମୁଜାଫରନଗରକୁ ପ୍ରୟୋଗଶାଳା କରାଯାଇଥିଲା । ସେକଥା କାହାକୁ ଅଛପା ନାହିଁ । ସପା, ବସପା ଓ କଂଗ୍ରେସର ଏଭଳି ଭୋଟବ୍ୟାଙ୍କ ରାଜନୀତିକୁ ଶାହାରନପୁରବାସୀ ପ୍ରତ୍ୟାଖ୍ୟାନ କରିବେ ଓ ବିଜେପି ଉପରେ ଆସ୍ଥା ପ୍ରକଟ କରିବେ ବୋଲି ମୋଦି କହିଥିଲେ । ବିରୋଧୀମାନେ ଆମକୁ ବୋଟି ବୋଟି (ଖଣ୍ଡ ଖଣ୍ଡ) କରିବେ ବୋଲି ଧମକ ଦେଇଥିଲେ । କିନ୍ତୁ ଆମେ ବେଟି ବେଟି (କନ୍ୟା ସନ୍ତାନ)ଙ୍କୁ ସମ୍ମାନ ଦେବା କଥା କହିଥିଲୁ । ସେ ନିଜକୁ ଦେଶର ଜଣେ ଚୌକିଦାର ବୋଲି ବର୍ଣ୍ଣନା କରୁଥିବାରୁ ବିରୋଧୀମାନେ ତାଙ୍କୁ ଶୌଚାଳୟର ଚୌକିଦାର କହୁଥିବା ମୋଦି ଉଲ୍ଲେଖ କରିଥିଲେ ।

କୁମ୍ଭମେଳା ଅବସରରେ ପ୍ରୟାଗରାଜରେ ସଫାଇ କର୍ମଚାରୀଙ୍କର ପାଦ ଧୋଇବା ବେଳେ ବେହନଜୀ (ମାୟାବତୀ) ମୋତେ କଟାକ୍ଷ କରିଥିଲେ । ମାତ୍ର କଂଗ୍ରେସ ଯେତେବେଳେ ସଫାଇ କର୍ମଚାରୀଙ୍କୁ ଅପମାନତି କଲା ସେ ପାଟି ଖୋଲିଲେ ନାହିଁ । ପୂର୍ବରୁ ଆମରୋହା ଠାରେ ଏକ ନିର୍ବାଚନୀ ର‌୍ୟାଲିରେ ମଧ୍ୟ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ ଆତଙ୍କବାଦୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦେବା କିଛି ଲୋକଙ୍କୁ ଭଲ ଲାଗିଲା ନାହିଁ । ଶତ୍ରୁଦେଶରେ ଆତଙ୍କବାଦୀଙ୍କ ଉପରେ ଭାରତ ଯେତେବେଳେ ବିମାନ ଆକ୍ରମଣ କଲା ଆମ ଦେଶରେ କିଛି ଲୋକଙ୍କୁ ତାହା ଆଦୌ ଭଲ ଲାଗିଲା ନାହିଁ । ସେମାନେ ଏଠି କାନ୍ଦିବାକୁ ଲାଗିଲେ । ସମଗ୍ର ବିଶ୍ୱ ଦରବାରରେ ପାକିସ୍ତାନର ମିଛ ଧରାପଡିବା ପରେ ଏହି ଲୋକମାନେ ପାକିସ୍ତାନକୁ ସମର୍ଥନ କରି ବୟାନବାଜି ଦେଲେ । କଂଗ୍ରେସ, ସପା ଓ ବସପାର ନରମ ଆଭିମୁଖ୍ୟ ଯୋଗୁ ଦେଶରେ ଆଜି ଆତଙ୍କବାଦର କାୟା ବଢ଼ିଚାଲିଥିବା ମୋଦି ଅଭିଯୋଗ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ କି ଦିଲ୍ଲୀରେ ଜଣେ ଚୌକିଦାର ବସିଥିବାରୁ ଆତଙ୍କୀମାନେ ଆକ୍ରମଣ କରିବା ବନ୍ଦକରିଦେଇଛନ୍ତି । ଆତଙ୍କୀମାନେ ଭଲ ଭାବେ ଜାଣିଛନ୍ତି ଯେ ସେମାନେ ଯେଉଁଠିକୁ ଗଲେ ମଧ୍ୟ ମୋଦି ସେମାନଙ୍କୁ ଛାଡିବ ନାହିଁ । ସେହିଭଳି ଡେରାଡୁନ ଠାରେ ଆୟୋଜିତ ଏକ ନିର୍ବାଚନୀ ର‌୍ୟାଲିରେ ଉଦ୍‌ବୋଧନ ଦେଇ ମୋଦି କହିଲେ ଯେ କଂଗ୍ରେସ ଶାସନ ସମୟରେ ଦୁର୍ନୀତିର ଦ୍ରୁତ ଅଭିବୃଦ୍ଧି ଘଟିଥିଲା ବେଳେ ବିକାଶ ଭେଣ୍ଟିଲେଟରରେ ଶିଥିଳ ହୋଇପଡିଥିଲା । ଏହି ଅବସରରେ ସେ ବୋଫର୍ସ ତୋପ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ଅଗୁସ୍ତା ୱେଷ୍ଟାଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତି, ୨ଜି ସ୍ପେକ୍ଟ୍ରମ, କୋଇଲା ବ୍ଲକ ଓ ରାଜ୍ୟଗୋଷ୍ଠୀ କ୍ରୀଡା ଦୁର୍ନୀତି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

ମୋଦି କହିଥିଲେ ଆପଣମାନଙ୍କର ମନେ ଥିବ ଅଗୁସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ମଧ୍ୟସ୍ଥି କ୍ରିଷ୍ଟିଆନ ମିଶେଲ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଏହି ଚୌକିଦାର ଦୁବାଇରୁ ଆଣିଛି । ସେମାନଙ୍କ ବୟାନ ଆଧାରରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ସେଥିରେ ଏପି ଅର୍ଥ ଅହମ୍ମଦ ପଟେଲ ଓ ଏଫ୍‌ଏଏମ୍‌ ଅର୍ଥ ଫ୍ୟାମିଲି (ପରିବାର) କଥା କୁହାଯାଇଛି । ଅହମ୍ମଦ ପଟେଲ କେଉଁ ପରିବାର ସହ ଜଡିତ ତାହା ଆପଣ ଜାଣିଥିବେ । କଂଗ୍ରେସ ସହିତ ଦୁର୍ନୀତିର ସମ୍ପର୍କ ଅତୁଟ । ଉଭୟ ପରସ୍ପର ସହ ଯୋଡିହୋଇ ରହିଛି । ଏହାକୁ ଅଲଗା କରାଯାଇ ପାରିବ ନାହିଁ । ସେହିଭଳି ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା ଜମ୍ମୁ-କାଶ୍ମୀର ପାଇଁ ପୃଥକ ପ୍ରଧାନମନ୍ତ୍ରୀ କଥା କହିଥିବାରୁ ମୋଦି ତାହାର କଡା ସମାଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର