PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଅହମଦାବାଦ ମେଟ୍ରୋ ରେଲ୍ ପ୍ରୋଜେକ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ବନ୍ଦେ ଭାରତ ଟ୍ରେନ୍‌କୁ କହିଲେ ଉଡାଜାହାଜର ବିକଳ୍ପ

ଅହମଦାବାଦ, ୩୦/୦୯ : ଗାନ୍ଧୀନଗର ଏବଂ ମୁମ୍ଵାଇ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ଅହମଦାବାଦ ମେଟ୍ରୋ ରେଳ ପରିଯୋଜନାର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍‌କୁ ଉଡାଜାହାଜର ବିକଳ୍ପ ବୋଲି କହିଛନ୍ତି।

ଅହମଦାବାଦରେ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଏହା ମୋ ପାଇଁ ଗୌରବର ବିଷୟ। ସମୟ ବଦଳିବା ସହିତ ଏବଂ ଆବଶ୍ୟକତା ବଢିବା ସହିତ ଆମ ସହର ଗୁଡ଼ିକର ନିରନ୍ତର ଆଧୁନିକୀରଣ ହେବା ଉଚିତ୍। ସହରରେ ଟ୍ରାନ୍ସପୋର୍ଟ ସିଷ୍ଟମ ଆଧୁନିକ କରିବା ଆବଶ୍ୟକ। ଭାରତକୁ ସହର ଗୁଡ଼ିକ ଠାରୁ ନୂଆ ଗତି ମିଳିଛି। ଆଜି ଗାନ୍ଧୀନଗର ରେଲୱେ ଷ୍ଟେସନ ଦୁନିଆର କୌଣସି ବିମାନବନ୍ଦର ଠାରୁ କମ୍ ନୁହେଁ। ଭାରତ ସରକାର ଅହମଦାବାଦ ରେଲୱେ ଷ୍ଟେସନକୁ ଅଧୁନିକୀକରଣ କରିବା ପାଇଁ ସ୍ଵୀକୃତି ଦେଇସାରିଛନ୍ତି।

ମୋଦି ପୁଣି କହିଛନ୍ତି ଯେ, ସହର ଗୁଡ଼ିକର ବିକାଶ ଉପରେ ସରକାର ଅଧିକ ଫୋକସ୍ ଦେଉଛନ୍ତି। କାରଣ ଆଗାମୀ ୨୫ ବର୍ଷ ମଧ୍ୟରେ ବିକଶିତ ଭାରତର ନିର୍ମାଣରେ ଏହି ସହର ଗୁଡ଼ିକ ସୁନିଶ୍ଚିତ କରିବେ। ଏହି ନିବେଶ କେବଳ କନେକ୍ଟିଭିଟି ସହିତ ସୀମିତ ନାହିଁ। ସହର ଗୁଡ଼ିକରେ ସ୍ମାର୍ଟ ସୁବିଧା କରାଯାଉଛି। ଟ୍ଵିଟ୍ ସିଟିର ବିକାଶ କିଭଳି ହେଉଛି ଗାନ୍ଧୀନଗର ଏବଂ ଅହମଦାବାଦ ତାହାର ଉଦାହରଣ। ଆମେ ପୂର୍ବରୁ କେବଳ ନ୍ୟୁୟର୍କ ଏବଂ ନ୍ୟୁଜର୍ସି ଟ୍ଵିନ୍ ସିଟି ବିଷୟରେ ଶୁଣୁଥିଲେ। ଏବେ ଗାନ୍ଧୀନଗର ଏବଂ ଅହମଦାବାଦରେ ଏଭଳି ବିକାଶ ହୋଇଛି। ଏବେ ପୁରୁଣା ସହର ଗୁଡ଼ିକର ସୁଧାର ଏବଂ ବିସ୍ତାର ଉପରେ ଫୋକସ୍ କରିବା ସହ ନୂଆ ସହର ନିର୍ମାଣ କରାଯିବ।

ସମ୍ବନ୍ଧିତ ଖବର