PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

‘ବୋତଲରେ ୟୁରିଆର ଶକ୍ତି ’, ପ୍ରଧାନମନ୍ତ୍ରୀ କଲେ ନାନୋ ୟୁରିଆ ପ୍ଲାଣ୍ଟର ଉଦ୍‌ଘାଟନ

ଗାନ୍ଧିନଗର : ଦୁଇ ଦିନର ଗୁଜରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଫକୋର କଲୋଳ ସ୍ଥିତ ନାନୋ ୟୁରିଆ (ତରଳ) ପ୍ଲାଣ୍ଟର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମସବାୟ ସମିତି ସହ ଜଡ଼ିତ ଲୋକଙ୍କୁ ସମ୍ୱୋଧିତ କରି ପିଏମ୍‌ ମୋଦି କହିଛନ୍ତି, ଆତ୍ମନିର୍ଭର ଭାରତର ନିର୍ମାଣ ପାଇଁ ଗାଁ ଗୁଡ଼ିକର ଆତ୍ମନିର୍ଭରଶୀଳ ହେବା ବହୁତ ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି କି ଗ୍ରାମ ଗୁଡ଼ିକର ଆତ୍ମନିର୍ଭଶୀଳତା ପାଇଁ ସମବାୟ ସମିତି ଏକ ଉତ୍ତମ ବାଧ୍ୟମ।

ଇଫକୋ ନାନୋ ୟୁରିଆ (ତରଳ ) ପ୍ଲାଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ  କହିଛନ୍ତି – ଆଜି ଆତ୍ମନିର୍ଭରଶୀଳ କୃଷି ପାଇଁ ଦେଶର ପ୍ରଥମେ ନାନୋ ୟୁରିଆ ଲିକ୍ୱିଡ ପ୍ଲାଣ୍ଟର ଉଦ୍ଘାଟନ କରି ମୁଁ ବିଶେଷ ଆନନ୍ଦ ଅନୁଭବ କରୁଛି । ସେ କହିଛନ୍ତି , ଏକ ୟୁରିଆ ଅଖାର ଶକ୍ତି ଏବେ ଏକ ବୋତଲରେ ସୀମିତ ରହିଛି । ନାନୋ ୟୁରିଆର ପାଖାପାଖି ଅଧା ଲିଟର ବୋତଲ , କୃଷକଙ୍କର ଏକ ଅଖା ୟୁରିଆର ଆବଶ୍ୟକତାକୁ ପୂରା କରିବ।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି , ୭-୮ ବର୍ଷ ପୂର୍ବେ ଆମର ଏଠାରେ ଅଧିକାଂଶ ୟୁରିଆ ଚାଷକୁ ଯିବା ବଦଳରେ କଳାବଜାରୀର ଶିକାର ହୋଇଯାଉ ଥିଲା ଏବଂ କୃଷକ ନିଜର ଆବଶ୍ୟକତା ପାଇଁ ଲାଠି ଖାଇବାକୁ ବାଧ୍ୟ ହେଉଥିଲା। ଅନେକ ବଡ଼ ବଡ଼ ଫ୍ୟାକ୍ଟ୍ରି ଟେକନିକ୍‌ ଅଭାବରେ ବନ୍ଦ ହୋଇଯାଇଛି। ସରକାରକୁ ଆସିବା ପରେ ଆମେ ୟୁରିଆର ଶତ-ପ୍ରତିଶତ ନିମ୍‌ କୋଟିଂର କାମ କଲୁ। ଏଥିରେ ଦେଶର ପ୍ରତି କୃଷକଙ୍କୁ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ମିଳିବା ସୁନିଶ୍ଚିତ ହୋଇପାରିଛି ।

ସମ୍ବନ୍ଧିତ ଖବର