ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦୁଇ ଦିନିଆ ଥାଇଲାଣ୍ଡ ଗସ୍ତରେ ମୋଦି, BIMSTEC ଶିଖର ସମ୍ମିଳନୀରେ ହେବେ ସାମିଲ

Published By : Anindita Ratha | April 3, 2025 8:36 AM

ନୂଆଦିଲ୍ଲୀ,୦୩/୦୪: ଦୁଇ ଦିନିଆ ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହି ଯାତ୍ରାରେ ସେ ୪ ଏପ୍ରିଲରେ ହେବାକୁ ଥିବା ଷଷ୍ଠ ବିମଷ୍ଟେକ ଶିଖର ସମ୍ମିଳନୀ ଯୋଗ ଦେବେ । ଯାହାର ଅଧକ୍ଷତା କରୁଛି ଥାଇଲାଣ୍ଡ ।  ଏଥିସହ ମୋଦି ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ସହ ଆଲୋଚନା କରିବେ। ଯେଉଁଥିରେ ବାଣିଜ୍ୟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। 

ଏହା ମଧ୍ୟ ପଢନ୍ତୁ-  ୧୩ ଘଣ୍ଟାର ମାରାଥନ ବିତର୍କ ପରେ ଲୋକସଭାରେ ୱାକଫ ବିଲ୍‌ ପାରିତ, ଆଜି ରାଜ୍ୟସଭାରେ ହେବ ଆଗତ

ଏହି ଗସ୍ତ ପ୍ରଧାନମନ୍ତ୍ରୀଙ୍କ ଥାଇଲ୍ୟାଣ୍ଡର ତୃତୀୟ ଗସ୍ତ ହେବ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କା ମଧ୍ୟ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଭୟ ଦେଶ ଗସ୍ତ BIMSTEC ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ BIMSTECର ଅଂଶ। ଏନେଇ ମୋଦି ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ କହିଥିଲେ ଯେ,  ସେ ଆଗାମୀ ତିନି ଦିନ ମଧ୍ୟରେ ଥାଇଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଗସ୍ତ କରିବେ। ଏହି ଦେଶଗୁଡ଼ିକ ସହିତ  ଭାରତର ସହଯୋଗ ବୃଦ୍ଧି କରିବା ପାଇଁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ମଜବୁତ କରିବ ବୋଲି ଆଶା କରାଯାଉଛି। ପ୍ରକୃତରେ, ଗୋଟିଏ ପଟେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ଥାଇ ନିବେଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି । ଅନ୍ୟପଟେ ଥାଇଲ୍ୟାଣ୍ଡରେ ଭାରତୀୟ କମ୍ପାନୀଗୁଡ଼ିକର ନିବେଶ ମଧ୍ୟ ବୃଦ୍ଧି ପାଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.