ନୂଆଦିଲ୍ଲୀ,୧୫।୨: ଭାରତ ସରକାର PM RAHAT(ରୋଡ୍ ଆକ୍ସିଡେଣ୍ଟ ଭିକ୍ଟିମ୍ ହସ୍ପିଟାଲାଇଜେସନ୍ ଆଣ୍ଡ ଏନସିୟୋରଡ୍ ଟ୍ରୀଟମେଣ୍ଟ) ସ୍କିମ୍ ଆରମ୍ଭ କରିଦେଇଛନ୍ତି। ଏହା ଅନୁସାରେ, ଦୁର୍ଘଟଣାର ତାରିଖରୁ ୭ ଦିନ ସମୟ ଭିତରେ ରାସ୍ତା ଦୁର୍ଘଟଣା ପୀଡିତଙ୍କୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ମେଡିକାଲ ଟ୍ରିଟମେଣ୍ଟ ଦିଆଯିବ। ଏହି ସ୍କିମ୍ କୌଣସି ପ୍ରକାର ସଡକ ଦୁର୍ଘଟଣାରେ ଆହତଙ୍କ ଉପରେ ଲାଗୁ ହୋଇଥାଏ। ଏହାକୁ ଆକ୍ସିଡେଣ୍ଟ ରିପୋର୍ଟିଂ,ପୁଲିସ ଅଥଣ୍ଟିକେସନ୍, ହସ୍ପିଟାଲ ଟ୍ରିଟମେଣ୍ଟ ଓ କ୍ଲେମ୍ ସେଟେଲମେଣ୍ଟ ସହ ଯୋଡୁଥିବା ଏକ ଇଣ୍ଟିଗ୍ରେଟେଡ୍ ଡିଜିଟାଲ ଫ୍ରେମଓ୍ବାର୍କ ଜରିଆରେ ଲାଗୁ କରାଯିବ।
୧୪ ଫେବୃଆରୀରେ ଏକ ଅଫିସିଆଲ ଷ୍ଟେଟମେଣ୍ଟରେ ମିନିଷ୍ଟ୍ରି ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ ଆଣ୍ଡ ହାଇଓ୍ବେଜ୍ (MoRTH) କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି PM RAHAT ସ୍କିମ୍ ଆରମ୍ଭ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଭାରତରେ ପ୍ରତିବର୍ଷ ରୋଡ୍ ଆକ୍ସିଡେଣ୍ଟରେ ବହୁ ସଂଖ୍ୟାରେ ମୃତ୍ୟୁ ହୁଏ। ସରକାର କହିଛନ୍ତି, ପିଏମ୍ ରାହତର ଉଦେଶ୍ୟ କ୍ୟାସଲେସ୍ ଟ୍ରୀଟମେଣ୍ଟ,ଏମର୍ଜେନ୍ସିଂ ରେସ୍ପଣ୍ଡ ଓ ହସ୍ପିଟାଲ ଭିତରେ ଷ୍ଟ୍ରକଚର୍ଡ କୋ-ଅର୍ଡିନେସନ୍, ଅଥଣ୍ଟିକେସନ୍ ପାଇଁ ଧାର୍ଯ୍ୟ ଟାଇମଲାଇନ୍ ପକ୍କା କରି ମୃତ୍ୟୁସଂଖ୍ୟା କମ୍ କରିହେବ।
PM RAHAT ସ୍କିମ୍ ଅନୁସାରେ, ପୀଡିତଙ୍କୁ ରାସ୍ତା ଦୁର୍ଘଟଣାର ତାରିଖଠାରୁ ନେଇ ୭ ଦିନ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଟ୍ରିଟମେଣ୍ଟର ହକଦାର ହେବେ। ଯେଉଁ ମାମଲାରେ ଜୀବନକୁ ବିପଦ ନାହିଁ ତାଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଓ ଜୀବନ ପ୍ରତି ବିପଦ ଥିବା ମାମଲାରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଷ୍ଟାବିଲାଇଜେସନ୍ ଟ୍ରିଟମେଣ୍ଟ ଦିଆଯିବ।
MoRTH ଦେଖିଥିବା ଷ୍ଟଡିରୁ ଜଣାପଡିଛି ଯେ,ଯଦି ପୀଡିତଙ୍କୁ ପ୍ରଥମ କିଛି ଘଣ୍ଟା ଭିତରେ ହସ୍ପିଟାଲରେ ଭର୍ତ୍ତି କରାଯାଏ ତେବେ ତାକୁ ସାଧାରଣତଃ ଗୋଲ୍ଡେନ୍ ଆଓ୍ବାର କୁହାଯାଏ। ସଡକ ଦୁର୍ଘଟଣା ହେଉଥିବା ପ୍ରାୟ ୫୦% ମୃତ୍ୟୁକୁ ରୋକି ଦିଆଯାଇପାରେ। ଏହି ଇଣ୍ଟିଗ୍ରେସନ୍ର ଉଦେଶ୍ୟ ଏମର୍ଜେନ୍ସିଂରେ ସାହାଯ୍ୟ କରିବା। ପୁଲିସ ଅଧିକାରୀ ଓ ହସ୍ପିଟାଲ ଭିତରେ ତାଳମେଳ ରଖିବ। ଯାହାଫଳରେ ଠିକ୍ ସମରେ ଭର୍ତ୍ତି କରିବା ସହଜ ହେବ।
ଯେଉଁ ମାମଲାରେ ଜୀବନ ପ୍ରତି ବିପଦ ନାହିଁ, ତାଙ୍କ ପାଇଁ ୨୪ ଘଣ୍ଟା ଭିତରେ ଓ ଜୀବନର ବିପଦ ଥିବା ମାମଲାରେ ୪୮ ଘଣ୍ଟା ଭିତରେ ଏକ ଇଣ୍ଟିଗ୍ରେଟେଡ୍ ଡିଜିଟାଲ ସିଷ୍ଟମ ଜରିଆରେ ପୁଲିସ କନଫରମେସନ୍ ଜରୁରୀ। MoRTH କହିଛି ଏହି ସ୍କିମ୍ ଏହା ପକ୍କା କରିବା ପାଇଁ ତିଆରି କରାଯାଇଛି ଯେ ଟଙ୍କାର ଅଭାବ କାରଣରୁ ଦୁର୍ଘଟଣାରେ ଶିକାରଙ୍କୁ ତୁରନ୍ତ ମେଡିକାଲ ଟ୍ରିଟମେଣ୍ଟ ପାଇଁ ଯେପରି ମନା କରାଯିବନି। ଏହି ଲିଙ୍କେଜରୁ ଆକ୍ସିଡେଣ୍ଟର ରିପୋର୍ଟିଂରୁ ନେଇ ହସ୍ପିଟାଲରେ ଭର୍ତ୍ତି ହେବା, ପୁଲିସ ଅଥଣ୍ଟିକେସନ୍, ଟ୍ରିଟମେଣ୍ଟ ଆଡମିନଷ୍ଟେ୍ରସନ୍, କ୍ଲେମ୍ ପ୍ରୋସେସିଂ ଓ ଫାଇନାଲ ପେମେଣ୍ଟ ପର୍ଯ୍ୟନ୍ତ ଡିଜିଟାଲ ଟ୍ରାକିଂ ହୋଇପାରେ। ଧାର୍ଯ୍ୟ ସମୟସୀମା ଭିତରେ ପୁଲିସ ଅଥଣ୍ଟିକେସନ୍ରୁ ଆକାଉଣ୍ଟବିଲିଟି ପକ୍କା ହେବ ଓ ବିନା କୌଣସି ପ୍ରତିବନ୍ଧକରେ ଏମର୍ଜେନ୍ସି କେୟାର ମିଳିପାରିବ।
ଆହୁରି ପଢନ୍ତୁ :ଏବେ ବାଂଲାଦେଶର ରାଷ୍ଟ୍ରପତି ହେବେ କି ୟୁନୁସ୍ ? ନୂଆ ସରକାର ଗଠନ ଭିତରେ ବଢିଲା ଚର୍ଚ୍ଚା