ନୂଆଦିଲ୍ଲୀ,୨୩/୭ : ବୈଭବ ସୂର୍ଯ୍ୟବଂଶୀ ନିଜର ଅନ୍ତର୍ଜାତୀୟ କ୍ୟାରିୟରର ଚତୁର୍ଥ ପାଳିରେ ଅର୍ଦ୍ଧଶତକ ଲଗାଇଛନ୍ତି । ଇଂଲଣ୍ଡ ବିପକ୍ଷ ୩ ପାଳିରେ ଫ୍ଲପ ରହିବା ପରେ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଟି-୨୦ରେ ବୈଭବଙ୍କ ବ୍ୟାଟ୍ ଧୁମ୍ ଚାଲିଛି । ୧୫ବର୍ଷୀୟ ବୈଭବ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୧୮ବଲରେ ଅର୍ଦ୍ଧଶତକ ପୂରା କରିଛନ୍ତି । ବୈଭବ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଅର୍ଦ୍ଧଶତକ ଲଗାଇବାରେ ସବୁଠାରୁ ଯୁବ ବ୍ୟାଟର ହୋଇଛନ୍ତି ।

ବୈଭବ ସୂର୍ଯ୍ୟବଂଶୀ ଏହି ଅର୍ଦ୍ଧଶତକ ୧୫ବର୍ଷୀୟ ୧୧୮ ଦିନ ବୟସରେ ଲଗାଇଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ କମ୍ ବୟସରେ ଅର୍ଦ୍ଧଶତକ ଲଗାଇଥିବା ବ୍ୟାଟର ହୋଇଯାଇଛନ୍ତି । ସେ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ୧୮ବଲରେ ଅର୍ଦ୍ଧଶତକ ପୂରା କରିଛନ୍ତି ଏବଂ ଆଗାମୀ ବଲରେ ୫୦ସ୍କୋରରେ ଆଉଟ ହୋଇଯାଇଛନ୍ତି । ଏହି ପାଳିରେ ସେ ୪ଛକ୍କା ଏବଂ ୪ଚୌକା ଲଗାଇଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ଼ ନେପାଳ କୁଶଳ ମଲ୍ଲାଙ୍କ ନାଁରେ ଥିଲା । ସେ ୧୫ବର୍ଷୀୟ ୩୪୦ଦିନର ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପ୍ରଥମ ଅର୍ଦ୍ଧଶତକ ଲଗାଇଥିଲେ ।

୧୫ବର୍ଷ ୧୧୮ଦିନ- ବୈଭବ ସୂର୍ଯ୍ୟବଂଶୀ

୧୫ବର୍ଷ ୩୪୦ ଦିନ- କୁଶଳ ମଲ୍ଲା

୧୬ବର୍ଷ ୫୬ ଦିନ- ଲୁଇସ ବ୍ରୁସ