PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

୨୯ରେ ‘ପରୀକ୍ଷା ପେ ଚର୍ଚ୍ଚା ୨.୦’, ପିଲାଙ୍କୁ ପରୀକ୍ଷା ଟିପ୍‌ସ ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯ ତାରିଖ ସ୍କୁଲ ଓ କଲେଜ ପିଲାଙ୍କ ସହ ଆଲୋଚନା କରିବେ । ଦିଲ୍ଲୀର ଟାଲ୍‌କୋଟରା ଷ୍ଟାଡିୟମ୍‌ରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା ୨.୦’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥା ହେବେ । ଏହି କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଚାପରୁ ମୁକ୍ତ ରହି ଭଲ କରିବା ପାଇଁ ଟିପ୍‌ସ ଦେବେ । ଚଳିତ ବର୍ଷ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେବା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା କରାଯାଇଛି ।
ମଙ୍ଗଳବାର ଦିଲ୍ଲୀର ଟାଲ୍‌କୋଟାର ଷ୍ଟାଡିୟମରେ ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ପିଲାଙ୍କ ସହ କଥା ହେବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା କରିବାକୁ ପ୍ରତି ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶକୁ ଭିତ୍ତି କରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏଟ୍‌ ଓ ଅଣ୍ଡର ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘କ୍ୟାଚି କ୍ୟାପସନ୍‌ କଣ୍ଟେଷ୍ଟ’(ଶିରୋନାମା ପ୍ରତିଯୋଗିତା) ଓ ‘ମାଇଁ ସକ୍ସେସ୍‌ ମନ୍ତ୍ର’(ମୋ ସଫଳତାର ମନ୍ତ୍ର) ପ୍ରତିଯୋଗିତା ଆୟୋଜନ କରାଯାଇଛି । ଶିରୋନାମା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ୱେବ୍‌ସାଇଟ୍‌ରେ ଉପଲବ୍ଧ ଥିବା ‘ପରୀକ୍ଷା ପେ ଚର୍ଚ୍ଚା ୨.୦’ ଛବିକୁ ଦେଖି ୧୫୦ ଶବ୍ଦ ଭିତରେ କ୍ୟାପସନ୍‌ ଦେବେ । ସେହିପରି ମୋ ସଫଳତାର ମନ୍ତ୍ର ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ପାଇଁ ୬୦ ସେକେଣ୍ଡର ଏକ ଭିଡିଓ ଅପ୍‌ଲୋଡ କରିବେ । ଯେଉଁଥିରେ ସେମାନେ ପରୀକ୍ଷାରେ ବିଚଳିତ ନହୋଇ ଭଲ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ କଥା କହୁଥିବେ । ଯେଉଁମାନେ ଭିଡ଼ିଓ ନଦେବେ ସେମାନେ ୫୦୦ ଶବ୍ଦ ଭିତରେ ନିଜ ସଫଳତାର ମନ୍ତ୍ର ଲେଖି ପଠାଇବେ । ଏହି ଦୁଇଟି ପ୍ରତିଯୋଗିତାରେ ଶ୍ରେଷ୍ଠ ଛାତ୍ରଛାତ୍ରୀମାନେ ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାର ସୁଯୋଗ ପାଇବେ । ଏହା ସହ ସେମାନଙ୍କ କ୍ୟାପସନ୍‌ ଓ ସଫଳତାର ମନ୍ତ୍ରୀ ସେହିଦିନ ଷ୍ଟେଜ୍‌ରେ ସମସ୍ତଙ୍କ ଆଗରେ ଉପସ୍ଥାପନା କରାଯିବ ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ଶିକ୍ଷକ/ଶିକ୍ଷୟିତ୍ରୀ କଥା ହେବା ପାଇଁ ‘ଟିଚ୍‌ର୍ସ ଥଟ୍‌’ ପ୍ରତିଯୋଗିତା କରାଯାଇଛି । ଏହି ପ୍ରତିଯୋଗିତାରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ ଶବ୍ଦ ଭିତରେ ସଫଳତାର ମନ୍ତ୍ର ଦେବେ । ସେହିପରି ଅଭିଭାବକଙ୍କ ପାଇଁ ‘ଲର୍ଣ୍ଣିଂ ଫ୍ରମ୍‌ ମାଇଁ ଏକ୍‌ଜାମ୍‌ ୱାରିଅର୍‌’ ପ୍ରତିଯୋଗିତା କରାଯାଇଛି । ଏଥିରେ ଅଭିଭାବକମାନେ ଗତବର୍ଷ ପ୍ରଧାନମନ୍ତ୍ରୀ ପିଲାଙ୍କ ପାଇଁ ଲେଖିଥିବା ଏକ୍‌ଜାମ ୱାରିଅର୍‌ ବହିର ଶିକ୍ଷା କରିଥିବା ବିଷୟକୁ ୫୦୦ ଶବ୍ଦ ଭିତରେ ଲେଖି ପଠାଇବେ । ଯେଉଁମାନଙ୍କର ଲେଖା ଶ୍ରେଷ୍ଠ ହୋଇଥିବ ସେମାନେ ୨୯ ତାରିଖ ଦିନ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବେ ।

ସମ୍ବନ୍ଧିତ ଖବର