PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସଂସଦରେ ଅନୁପସ୍ଥିତ ମନ୍ତ୍ରୀଙ୍କ ଉପରେ ମୋଦି ଅସନ୍ତୁଷ୍ଟ,କହିଲେ-‘ମୋତେ ସମସ୍ତଙ୍କୁ ଠିକ୍ କରିବା ଆସେ’

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦରେ ଅନୁପସ୍ଥିତ ଥିବା ନିଜର ମନ୍ତ୍ରୀଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ଥିବାର ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନୀଜ ମନ୍ତ୍ରୀଙ୍କ ଉପରେ ଏତେ ପରିମାଣରେ ଅସନ୍ତୁଷ୍ଟ ଥିଲେ ଯେ, ଯେଉଁ ମନ୍ତ୍ରୀମାନେ ଅନୁପସ୍ଥିତି ଅଛନ୍ତି ତାଙ୍କର ନାଁର ଲିଷ୍ଟ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରସ୍ତୁତ କରିବାକୁ କହିଛନ୍ତି।

ସଂସଦରେ ଆଜି ହୋଇଥିବା ବିଜେପିର ସାପ୍ତାହିକ ସଂସଦୀୟ ବୈଠକରେ ମୋଦି ଦଳର ନେତାଙ୍କୁ ବିଶେଷ କରି ନିଜର ମନ୍ତ୍ରୀଙ୍କୁ କଡା ବାର୍ତ୍ତାଦେଇଛନ୍ତି। ମୋଦି କହିଛନ୍ତି, ଯେଉଁମନ୍ତ୍ରୀ ରୋଷ୍ଟର ଡ୍ୟୁଟିରେ ଯାଉନାହାନ୍ତି ତାଙ୍କ ନାମ ମୋତେ ଦିଆଯାଉ, ମୋତେ ସମସ୍ତଙ୍କୁ ଠିକ୍ କରିବା ଆସେ।’ ରାଜ୍ୟସଭା ଓ ଲୋକସଭାରେ ମନ୍ତ୍ରୀମାନଙ୍କର ୨-୨ ଘଣ୍ଟା ଡ୍ୟୁଟି ଲାଗୁଛି। ଏମିତିକି ବହୁବାର ମନ୍ତ୍ରୀମାନେ ସଦନରେ ଉପସ୍ଥିତ ରହୁନଥିବାରୁ ବିରୋଧୀ ଦଳ ଚିଠି ଲେଖି ଅଭିଯୋଗ କରୁଛି।

ଏହି ସମୟରେ ଉପସ୍ଥିତ ଥିବା ସାଂସଦଙ୍କୁ ମୋଦି ନିଜ ଅଞ୍ଚଳରେ ସମାଜ ସେବା କରିବାକୁ ପରାମର୍ଶ ଦେଇଛନ୍ତି। ୧୧୫ଟି ପଛୁଆ ଜିଲ୍ଲାରେ ବିଶେଷ ଭାବରେ ସାଂସଦଙ୍କୁ କାମ କରିବା ଜରୁରୀ ବୋଲି ମୋଦି ଏହି ସମୟରେ ସାଂସଦଙ୍କୁ ନିର୍ଦେଶ ଦେଇଥିଲେ।