PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

PNB ଖାତାଧାରୀ ୧୨ ଡିସେମ୍ବର ସୁଦ୍ଧା କରାନ୍ତୁ KYC ଅପଡେଟ୍: ନଚେତ୍ ହଇରାଣରେ ପଡିବେ

ନୂଆଦିଲ୍ଲୀ ୨୭/୧୧: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ନିଜ ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡର୍ସଙ୍କୁ ନିଜ କେୱାଇସି ଅପଡେଟ୍ କରାଇବାକୁ କହିଛି । ବ୍ୟାଙ୍କ ଅନୁସାରେ ଯେଉଁ ଗ୍ରାହକଙ୍କ କେୱାଇସି ୧୨ ଡିସେମ୍ବର ପରେ ପେଣ୍ଡିଂ ରହିବ, ସେମାନଙ୍କୁ ନିଜ ଖାତାରୁ ନେଣ ଦେଣ କରାଇବାରେ ଅସୁବିଧା ହୋଇପାରେ । ଏଥିପାଇଁ ସମସ୍ତ ଗ୍ରାହକଙ୍କୁ ୧୨ ଡିସେମ୍ବର ସୁଦ୍ଧା କେୱାଇସି କରାଇବା ବହୁତ ଜରୁରି ।

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଏକ ପ୍ରେସ୍ ରିଲିଜରେ କହିଛି କି ଯେଉଁ ଗ୍ରାହକଙ୍କୁ କେୱାଇସି ଅପଡେସନ ବାକି ରହିଛି ସେମାନଙ୍କ ରେଜିଷ୍ଟର୍ଡ ଆଡ୍ରେସରେ ୨ ଦିନ ନୋଟିସ୍ ଏବଂ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏସଏମଏସ୍ ଜରିଆରେ ସୂଚନା ଦିଆଯାଇଛି । ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ କହିଛି କି ନିଜ ଟ୍ୱିଟରେ କହିଥିଲା କି ଆରବିଆଇର ନିର୍ଦ୍ଦେଶ ଅନୁସାରେ ସମସ୍ତ ଗ୍ରାହକଙ୍କ ପାଇଁ କେୱାଇସି ଅପଡେସନ ଜରୁରି ।

ଯଦି ଆପଣଙ୍କ ଖାତା ୩୦ ସେପ୍ଟେମ୍ବର ସୁଦ୍ଧା କେୱାଇସି ଅପଡେସନ ପାଇଁ ଡ୍ୟୁ ଥିଲା, ତେବେ ଆପଣଙ୍କୁ ପୂର୍ବରୁ ହିଁ ଏସମ୍ପର୍କରେ ସୂଚନା ଦିଆଯାଇଛି । ୧୨ ଡିସେମ୍ବର ପୂର୍ବରୁ ନିଜ କେୱାଇସିକୁ ଅପଡେଟ୍ କରିବା ପାଇଁ ବେସ୍ ବ୍ରାଞ୍ଚ ସହିତ ସମ୍ପର୍କ କରନ୍ତୁ । ଅପଡେସନ ନକଲେ ଆପଣଙ୍କ ଆକାଉଣ୍ଟର ଅପରେସନକୁ ପ୍ରତିବନ୍ଧିତ କରାଯାଇପାରେ । ଆପଣଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର କେୱାଇସି ହୋଇଛି କି ନାହିଁ ଏହାର ସୂଚନା ପାଇଁ ଆପଣଙ୍କୁ କଷ୍ଟମର କେୟାରରେ ଫୋନ୍ କରିବାକୁ ହେବ । ବ୍ୟାଙ୍କ କହିଛି କି ଗ୍ରାହକ କଷ୍ଟମର କେୟାର ନମ୍ବର ୧୮୦୦୧୮୦୨୨୨୨ ବା ୧୮୦୦୧୦୩୨୨୨୨ରେ ଫୋନ୍ କରି ଅଧିକ ସୂଚନା ପାଇପାରିବେ । ଏହି ଦୁଇଟି ଯାକ ନମ୍ବର ଟୋଲ୍ ଫ୍ରି ।

ଆପଣ ବ୍ୟାଙ୍କର ବ୍ରାଞ୍ଚକୁ ଯାଇ ନିଜ କେୱାଇସି ଅପଡେଟ୍ କରାଇପାରିବେ । ବ୍ୟାଙ୍କରେ ଆପଣଙ୍କୁ କେୱାଇସିର ଫର୍ମ ମିଳିବ, ଏହାକୁ ଭରିବା ସହିତ ଜରୁରି ଡକ୍ୟୁମେଣ୍ଟକୁ ଆଟାଚ୍ କରି ଜମା କରନ୍ତୁ । ଫର୍ମ ଜମା କରିବା ପରେ ଆପଣଙ୍କ କେୱାଇସି ଅପଡେଟ୍ ହୋଇଯିବ । ଯଦି ଆପଣ ଘରେ ବସି କେୱାଇସି ଅପଡେଟ୍ କରାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ନିଜ ଡକ୍ୟୁମେଣ୍ଟ୍ସ ବ୍ୟାଙ୍କକୁ ଇ-ମେଲ୍ କରିବାକୁ ହେବ । ତେବେ ଧ୍ୟାନ ରଖନ୍ତୁ କି ଡକ୍ୟୁମେଣ୍ଟ ରେଜିଷ୍ଟର୍ଡ  ମେଲ୍ ଆଇଡିରୁ ହିଁ ପଠାନ୍ତୁ ।

ସମ୍ବନ୍ଧିତ ଖବର