PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଅଭିଯୁକ୍ତକୁ ଫାଶୀଦଣ୍ଡ:ପୋକ୍‌ସୋ କୋର୍ଟରେ ୫ ମାସରେ ବିଚାର

ଅନୁଗୁଳ,୨୭/୦୭(ବ୍ୟୁରୋ): ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ପୋକ୍‌ସୋ ଅଦାଲତରେ ଶୁକ୍ରବାର ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ ଅନାମ ଓରଫ୍‌ ଶ୍ରୀନିବାସ ଦେହୁରୀ (୨୩)କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଘଟଣାର ୬ ମାସ ଓ ଚାର୍ଜସିଟ୍‌ ଦାଖଲ ହେବାର ମାତ୍ର ୫ ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହୋଇ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ଅନୁଗୁଳ କୋର୍ଟ ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ସେହିପରି ଜିଲ୍ଲା ପୋକ୍‌ସୋ କୋର୍ଟରେ ଏହା ପ୍ରଥମ ଓ ଜିଲ୍ଲାର ଦ୍ୱିତୀୟ ଫାଶୀ ଦଣ୍ଡାଦେଶ ବୋଲି କୁହାଯାଉଛି । ପୂର୍ବରୁ ୨୦୦୭ ମସିହାରେ ଜଣେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା ।

ଚଳିତ ବର୍ଷ ଜାନୁଆରି ୨୦ ତାରିଖରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିଲା ବେଳେ ତଦନ୍ତ ତ୍ୱରାନ୍ୱିତ କରି ଫେବ୍ରୁଆରି ୧୯ ତାରିଖରେ ଅନୁଗୁଳ ଥାନା ପୁଲିସ କୋର୍ଟ୍‌ରେ ଚାର୍ଜସିଟ୍‌ ଦାଖଲ କରିଥିଲା । ମାର୍ଚ୍ଚ ୧୯ ତାରିଖରୁ ସ୍ୱତନ୍ତ୍ର ପୋକ୍‌ସୋ ଅଦାଲତରେ ଟ୍ରାଏଲ୍‌ ଆରମ୍ଭ ହୋଇଥିଲା । ମୋଟ୍‌ ୩୬ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ସୁରେଶ କୁମାର ପ୍ରଧାନ ଅଭିଯୁକ୍ତ ଅନାମକୁ ଦୋଷୀ ସାବ୍ୟସ୍ତ କରିଥିଲେ । ନାବାଳିକା ଦୁଷ୍କର୍ମ ଅପରାଧରେ ଆଜୀବନ ଜେଲ୍‌, ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ରାଶି ଅନାଦେୟ ଅଧିକ ଏକ ବର୍ଷ ଜେଲ୍‌ ଦଣ୍ଡ, ପ୍ରମାଣ ନଷ୍ଟ ଅପରାଧରେ ୭ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଜରିମାନା ଓ ଜରିମାନା ରାଶି ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ, ନରହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର୍‌ ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।

ଗତ ଜାନୁଆରି ୨୦ ତାରିଖ ଦ୍ୱିପ୍ରହର ବେଳେ ଅନୁଗୁଳ ସହର ଉପକଣ୍ଠ କାଙ୍ଗୁଲା ଗ୍ରାମରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା । କାଙ୍ଗୁଲା ଗ୍ରାମର ସରୋଜ ମହାରଣାଙ୍କ କୋମଳମତି କନ୍ୟା ଷଷ୍ଠୀ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିଲେ । ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସବୁ ସ୍ତରରେ ଚାପ ପଡ଼ିବା ପରେ ପୁଲିସ୍‌ ଚାରି ଚାରିଟି ଟିମ୍‌ ଗଠନ କରି ୬୦ ଘଣ୍ଟାର ତନାଘନା ପରେ କୋଲକାତାର ଏକ ହୋଟେଲରୁ ଅନାମକୁ ଗିରଫ କରିବାରେ ସଫଳ ହୋଇଥିଲା । ହୋଟେଲ୍‌ରେ ପାଣି ବୋହିବା କାର୍ଯ୍ୟରେ ନିୟୋଜିତ ଥିଲା ଅନାମ । ପର ଦିନ ଅନାମକୁ ଘଟଣାସ୍ଥଳକୁ ନେଇଥିଲା ପୁଲିସ । ସଂପୂର୍ଣ୍ଣ ଘଟଣାର ଡେମୋ ଦେଖାଇଥିଲା ଅଭିଯୁକ୍ତ ଅନାମ । ଏବଂ ଏ ସମସ୍ତ ଘଟଣାକ୍ରମର ଭିଡିଓଗ୍ରାଫି କରିଥିଲା ପୁଲିସ । ଘଟଣାର ଚାରି ଦିନ ପରେ ଅନାମକୁ କୋର୍ଟ ଚାଲାଣ କରାଯାଇଥିଲା ।