PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍ ସୁଗାର ଓ ଗଞ୍ଜେଇକୁ ପୋଡ଼ିଲା ଏସ୍‌ଟିଏଫ୍ ଟିମ୍‌

ଭୁବନେଶ୍ୱର ୨୭/୦୧: ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ୍ ସୁଗାର ଓ ଗଞ୍ଜେଇକୁ ପୋଡ଼ିଲା ଏସ୍‌ଟିଏଫ୍ । ୫ହଜାର ୨ଶହ ୬୯କିଲୋଗ୍ରାମ ଗଞ୍ଜେଇ ଏବଂ ୧ କିଲୋ ୩୨ ଗ୍ରାମ ଜବତ ବ୍ରାଉନ ସୁଗାରକୁ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଟାଙ୍ଗିଆପଡ଼ାଠାରେ ଥିବା ସାନି କ୍ଲିନ୍ ପ୍ରାଇଭେଟ୍ ଲିମିଟେଡରେ ପୋଡି ନଷ୍ଟ କରିବା ପାଇଁ ପହଞ୍ଚିଲା ଏସଟିଏଫ୍ । ଘଟଣା ସ୍ଥଳରେ ଏସ୍‌ଟଏଫ୍ ଆଇଜି ଜେ.ଏନ୍.ପଙ୍କଜ ଓ ଏସ୍‌ଟଏଫ୍ ଏସ୍‌ପି କେ. କେ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏସଟିଏଫ୍‌ର ୧୦ ଜଣିଆ ଟିମ୍‌ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଞ୍ଚ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜବତ ନିଶା ସାମଗ୍ରୀ ପୋଡ଼ି ନଷ୍ଟ କରାଯାଇଛି।